Posts

Showing posts from February, 2024

ମଥୁରା କୃଷ୍ଣଜନ୍ମଭୂମି

ମଥୁରାରେ କେଶବଦେବ ମନ୍ଦିରରକୁ ଔରଙ୍ଗଜେବ ହିଁ ଭାଙ୍ଗିଛି 7-2-24 ନୂଆଦିଲ୍ଲୀ: ମଥୁରାରେ କୃଷ୍ଣ ଜନ୍ମଭୂମି ମାମଲାରେ ଏଏସଆଇ ବଡ଼ ଖୁଲାସା କରିଛି । ଏଏସଆଇ ଏକ ଆରଟିଆଇ ଜବାବରେ କହିଛି ଯେ ମୋଗଳ ଶାସକ ଔରଙ୍ଗଜେବ ମସଜିଦ ପାଇଁ ହିନ୍ଦୁ ମନ୍ଦିରକୁ ଭାଙ୍ଗିଥିଲା । ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ ୧୯୨୦ ଗେଜେଟ୍ ଐତିହାସିକ ରେକର୍ଡ ଆଧାରରେ ଏଏସଆଇ ଏହା କହିଛି । ଏଏସଆଇ କହିଛି ଯେ ଏହି ମନ୍ଦିରର ନିର୍ମାଣ ଭଗବାନ କୃଷ୍ଣଙ୍କ ଅଣନାତି ବ୍ରଜନାଭ ନିର୍ମାଣ କରିଥିଲେ । ଏଏସଆଇ ପକ୍ଷରୁ ଦିଆଯାଇଥିବା ଜବାବରେ କୃଷ୍ଣ ଜନ୍ମଭୂମିର ସିଧା ନାଁ ନେଇ ନାହାନ୍ତି କିନ୍ତୁ କେଶବଦେବ ମନ୍ଦିର ଉଲ୍ଲେଖ କରି କୁହାଯାଇଛି ଯେ ଏହି ମନ୍ଦିରକୁ ଔରଙ୍ଗଜେବର କାର୍ଯ୍ୟକାଳରେ ଭଙ୍ଗା ଯାଇଛି । ଉଲ୍ଲେଖଯୋଗ୍ୟ ଯେ ଉତ୍ତର ପ୍ରଦେଶର ମେନପୁରୀର ବାସିନ୍ଦା ଅଜୟ ପ୍ରତାପ ସିଂ ଆରଟିଆଇ ଅଧିନରେ କେଶବଦେବ ମନ୍ଦିର ବାବଦରେ ଏଏସଆଇକୁ ତଥ୍ୟ ମାଗିଥିଲେ । ଏଏସଆଇ କହିଛି ଯେ କେଶବଦେବ ମନ୍ଦିରକୁ ମୋଗଲ ଶାସନକାଳରେ ଭଙ୍ଗା ଯାଇଥିଲା । ଏଏସଆଇ ମଥୁରା କୃଷ୍ଣ ଜନ୍ମଭୂମିର ୧୯୨୦ ଗେଜେଟ୍ ଐତିହାସିକ ରେକର୍ଡ ଆଧାରରେ ଏହି ସୂଚନା ଦେଇଛି । ଆରଟିଆଇ ଜବାବରେ ଏଏସଆଇ କିଛି ଐତିହାସିକ ଅଂଶ ମଧ୍ୟ ସାମିଲ ରହିଛି । ଶାହି ଇଦଗାହ ମସଜିଦକୁ ନେଇ ଜାରି ଆଇନଗତ ଲଢେଇରେ ଏହି ରିପୋର୍ଟକୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ କୁହାଯାଉଛି । ହିନ୍ଦୁ ପକ୍ଷର ଆଇନଜୀବୀ ମହେନ୍ଦ୍ର ପ୍ରତାପ ସ...

ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା

Image
ଆତଙ୍କବାଦୀଙ୍କ ଟାର୍ଗେଟରେ ଅଯୋଧ୍ୟାର ରାମ ମନ୍ଦିର  https://www.facebook.com/ viswasambadkendraodisha/posts/ pfbid0295tHUPrDMEG7Bvi6NPXARpV fRLFVobTajoBhE24twtbAQSwAfbDMT cP21Sy2bCGEl ଅଯୋଧ୍ଯା ରାମ ମନ୍ଦିର ପ୍ରସଙ୍ଗରେ ପକ୍ଷପାତିତା ପୂର୍ଣ୍ଣ ଖବର ପାଇଁ ବିବିସିକୁ ସମାଲୋଚନା 5-2-2024 https://sambadepaper.com/ imageview_32641_184886_4_71_ 05-02-2024_21_i_1_sf.html ବିଶ୍ୱର ହିନ୍ଦୁମାନଙ୍କ ପାଇଁ ଏକ ନୂତନ ଯୁଗର ଆରମ୍ଭ: କାନାଡା ସାଂସଦ ଚନ୍ଦ୍ର ଆର୍ଯ୍ୟ 2-2-24 ବିଶ୍ୱର ହିନ୍ଦୁମାନଙ୍କ ପାଇଁ ଏକ ନୂତନ ଯୁଗର ଆରମ୍ଭ: କାନାଡା ସାଂସଦ ଚନ୍ଦ୍ର ଆର୍ଯ୍ୟ ଓଟୱା : ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସହିତ ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟନ କରାଯାଇଥିଲା । ଏହାର ଗୁଞ୍ଜରଣ ସାରା ଦୁନିଆରେ ବ୍ୟାପିଥିଲା । ସମଗ୍ର ବିଶ୍ୱରେ ୧.୨ ବିଲିୟନ ହିନ୍ଦୁଙ୍କ ପାଇଁ ଏହା ଏକ ନୂତନ ଯୁଗର ଆରମ୍ଭ । କାନାଡାର ସାଂସଦ ଚନ୍ଦ୍ର ଆର୍ଯ୍ୟ କହିଛନ୍ତି । ବୁଧବାର ରାମ ମନ୍ଦିର ଉପରେ କାନାଡା ସଂସଦରେ ଭାଷଣ ଦେବାବେଳେ ଚନ୍ଦ୍ର ଆର୍ଯ୍ୟ କହିଛନ୍ତି, ଯେତେବେଳେ ରାମ ମନ୍ଦିର ଉଦ୍‌ଘାଟନ ହୋଇଥିଲା, ସେତେବେଳେ ମୁଁ ଓଟୱା ହିନ୍ଦୁ ମନ୍ଦିରରେ ଥିଲି ଏବଂ ଏହାର ଲାଇଭ କଭରେଜ ଦେଖିଥିଲି । ଏହା ଏକ ଭାବପ୍ରବଣ ମୁହୂର୍ତ୍ତ ଥିଲା । ବିଶ୍ୱର ସର୍ବ ପୁରାତନ ଧର୍ମର ଇତିହାସରେ, ଜାନୁଆରୀ ୨୨, ୨୦...