ମଥୁରା କୃଷ୍ଣଜନ୍ମଭୂମି
ମଥୁରାରେ କେଶବଦେବ ମନ୍ଦିରରକୁ ଔରଙ୍ଗଜେବ ହିଁ ଭାଙ୍ଗିଛି
7-2-24
ନୂଆଦିଲ୍ଲୀ: ମଥୁରାରେ କୃଷ୍ଣ ଜନ୍ମଭୂମି ମାମଲାରେ ଏଏସଆଇ ବଡ଼ ଖୁଲାସା କରିଛି । ଏଏସଆଇ ଏକ ଆରଟିଆଇ ଜବାବରେ କହିଛି ଯେ ମୋଗଳ ଶାସକ ଔରଙ୍ଗଜେବ ମସଜିଦ ପାଇଁ ହିନ୍ଦୁ ମନ୍ଦିରକୁ ଭାଙ୍ଗିଥିଲା । ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ ୧୯୨୦ ଗେଜେଟ୍ ଐତିହାସିକ ରେକର୍ଡ ଆଧାରରେ ଏଏସଆଇ ଏହା କହିଛି । ଏଏସଆଇ କହିଛି ଯେ ଏହି ମନ୍ଦିରର ନିର୍ମାଣ ଭଗବାନ କୃଷ୍ଣଙ୍କ ଅଣନାତି ବ୍ରଜନାଭ ନିର୍ମାଣ କରିଥିଲେ । ଏଏସଆଇ ପକ୍ଷରୁ ଦିଆଯାଇଥିବା ଜବାବରେ କୃଷ୍ଣ ଜନ୍ମଭୂମିର ସିଧା ନାଁ ନେଇ ନାହାନ୍ତି କିନ୍ତୁ କେଶବଦେବ ମନ୍ଦିର ଉଲ୍ଲେଖ କରି କୁହାଯାଇଛି ଯେ ଏହି ମନ୍ଦିରକୁ ଔରଙ୍ଗଜେବର କାର୍ଯ୍ୟକାଳରେ ଭଙ୍ଗା ଯାଇଛି । ଉଲ୍ଲେଖଯୋଗ୍ୟ ଯେ ଉତ୍ତର ପ୍ରଦେଶର ମେନପୁରୀର ବାସିନ୍ଦା ଅଜୟ ପ୍ରତାପ ସିଂ ଆରଟିଆଇ ଅଧିନରେ କେଶବଦେବ ମନ୍ଦିର ବାବଦରେ ଏଏସଆଇକୁ ତଥ୍ୟ ମାଗିଥିଲେ । ଏଏସଆଇ କହିଛି ଯେ କେଶବଦେବ ମନ୍ଦିରକୁ ମୋଗଲ ଶାସନକାଳରେ ଭଙ୍ଗା ଯାଇଥିଲା । ଏଏସଆଇ ମଥୁରା କୃଷ୍ଣ ଜନ୍ମଭୂମିର ୧୯୨୦ ଗେଜେଟ୍ ଐତିହାସିକ ରେକର୍ଡ ଆଧାରରେ ଏହି ସୂଚନା ଦେଇଛି । ଆରଟିଆଇ ଜବାବରେ ଏଏସଆଇ କିଛି ଐତିହାସିକ ଅଂଶ ମଧ୍ୟ ସାମିଲ ରହିଛି । ଶାହି ଇଦଗାହ ମସଜିଦକୁ ନେଇ ଜାରି ଆଇନଗତ ଲଢେଇରେ ଏହି ରିପୋର୍ଟକୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ କୁହାଯାଉଛି । ହିନ୍ଦୁ ପକ୍ଷର ଆଇନଜୀବୀ ମହେନ୍ଦ୍ର ପ୍ରତାପ ସିଂଙ୍କ କହିବା ଅନୁସାରେ ସେ ଆରଟିଆଇ ରିପୋର୍ଟକୁ ଆହ୍ଲାହବାଦ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଉପସ୍ଥାପନ କରିବେ । ଶାହି ଇଦଗାହ ମସଜିଦର ସର୍ଭେ ପାଇଁ ମଧ୍ୟ ସେ ଦାବି କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଇତିହାସ ବିଶେଷଜ୍ଞଙ୍କ କହିବା ଅନୁସାରେ କେଶବଦେବ ମନ୍ଦିରର ନିର୍ମାଣ ଭଗବାନ କୃଷ୍ଣଙ୍କ ଅଣନାତି ବ୍ରଜନାଭ ନିର୍ମାଣ କରିଥିଲେ । ଏହାପରେ ଅନେକ ରାଜା ମନ୍ଦିରର ଜିର୍ଣ୍ଣୋଧାର କରିଥିଲେ । ରାଜା ମାନ ସିଂ ଅନେକ ମନ୍ଦିର ନିର୍ମାଣ କରିଥିଲେ । ଏଥିରେ କେଶବଦେବ ମନ୍ଦିର ମଧ୍ୟ ସାମିଲ ରହିଛି ।ଉଲ୍ଲେଖଯୋଗ୍ୟ ଯେ ମଥୁରର ଏହି ବିବାଦ ୧୩.୩୭ ଏକର ଜମିର ମାଲିକାନା ସହ ଜଡିତ । ଶ୍ରୀକୃଷ୍ଣ ଜନ୍ମଭୂମିସ୍ଥାନ ପାଖରେ ୧୦.୯ ଏକର ଜମିର ମାଲିକାନା ରହିଛି, ଅନ୍ୟପଟେ ଅଢେଇ ଏକର ଜମି ଶାହି ଇଦଗାହ ମସଜିଦ ପାଖରେ ରହିଛି । ହିନ୍ଦୁ ପକ୍ଷ ଏହି ଜମି ଉପରେ ମାଲିକାନା ଦାବି କରୁଛି ।
ମଥୁରା କୃଷ୍ଣଜନ୍ମଭୂମିରେ ହେବ ସର୍ଭେ : ଆହ୍ଲାବାଦ ହାଇକୋର୍ଟ
ପ୍ରୟାଗରାଜ: ଶ୍ରୀକୃଷ୍ଣ ଜନ୍ମଭୂମି ଓ ଶାହି ଇଦଗାହ ବିବାଦ ମାମଲାରେ ଆହ୍ଲାବାଦ ହାଇକୋର୍ଟ ବଡ଼ ରାୟ ଶୁଣାଇଛନ୍ତି । ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦରେ ବିବାଦୀୟ ପରିସରର ସର୍ଭେ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ୩ ଜଣ କମିଶନରଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି । ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ଓ ଶାହି ଇଦଗାହ ପ୍ରସଙ୍ଗ ବର୍ଷ ବର୍ଷ ଧରି ଆଇନଗତ ଲଢ଼େଇରେ ଫସି ରହିଛି । ଶ୍ରୀକୃଷ୍ଣ ଜନ୍ମଭୂମିର ସର୍ଭେ ପାଇଁ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା । ଏବେ ଆହ୍ଲାବାଦ ହାଇକୋର୍ଟ ଏହାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କମିଶନର ବିବାଦୀୟ ପରିସରର ସର୍ଭେ କରିବେ । ଜଷ୍ଟିସ ମୟଙ୍କ କୁମାର ଜୈନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏହି ମାମଲାରେ ଶ୍ରୀକୃଷ୍ଣ ବିରାଜମାନଙ୍କ ତରଫରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା । ଆବେଦନରେ ଆଡଭୋକେଟ କମିଶନର ସର୍ଭେ କରିବାକୁ ଦାବି କରାଯାଇଥିଲା । ଏହି ଆବେଦନର ଶୁଣାଣି କରି ଜଷ୍ଟିସ ଜୈନ ଗତ ନଭେମ୍ବର ୧୬ରେ ରାୟ ସଂରକ୍ଷିତ ରଖିଥିଲେ
ମଥୁରା କୃଷ୍ଣଜନ୍ମଭୂମି ମାମଲା-ଆହ୍ଲାବାଦ ହାଇକୋର୍ଟଙ୍କ ରାୟରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦରେ ବିବାଦୀୟ ପରିସରର ସର୍ଭେ ପାଇଁ ଆହ୍ଲାବାଦ ହାଇକୋର୍ଟ କୋର୍ଟ ଦେଇଥିୂବା ରାୟରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ମସଜିଦ ପକ୍ଷ ନିକଟରେ ଏକ ପିଟିସନ ରହିଛି ଯେଉଁଥିରେ ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ ସହ ଜଡିତ ମାମଲାକୁ ଆହ୍ଲାବାଦ ହାଇକୋର୍ଟକୁ ସ୍ଥାନାନ୍ତର କରିବାକୁ ଚ୍ୟାଲେଞ୍ଜ କରାଯାଇଛି । ଜାନୁଆରୀ ୯ତାରିଖରେ ସେ ଏହି ମାମଲାର ଶୁଣାଣି କରିବେ । ବର୍ତ୍ତମାନ ସୁଦ୍ଧା କୌଣସି ଅନ୍ତରୀଣ ଆଦେଶ ଜାରି କରିବାର ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଛନ୍ତି । ଇଦଗା କମିଟି ତରଫରୁ ଦାଖଲ ଆବେଦନରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି ଏବଂ କହିଛନ୍ତି ଯେ ସେ ବର୍ତ୍ତମାନ ଏହି ମାମଲାରେ କୌଣସି ଆଦେଶ ଜାରି କରିବେ ନାହିଁ । ଅର୍ଥାତ ହାଇକୋର୍ଟଙ୍କ ଆଦେଶ ଉପରେ କୌଣସି ପ୍ରକାର ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଶ୍ରୀକୃଷ୍ଣ ଜନ୍ମଭୂମି ଓ ଶାହି ଇଦଗା ବିବାଦ ମାମଲାରେ ଆହ୍ଲାବାଦ ହାଇକୋର୍ଟ ବିବାଦୀୟ ପରିସରର ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ୩ ଜଣ କୋର୍ଟ କମିଶନରଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି । ଆହ୍ଲାବାଦ ହାଇକୋର୍ଟଙ୍କ ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି ମୁସଲିମ ପକ୍ଷ ।
Comments
Post a Comment