ଜଗନ୍ନାଥ ମନ୍ଦିର ପୁରୀ
28-7-24
ଖୋଲିଲା ବାଇଶିପାହଚ ଆନନ୍ଦବଜାର ଦ୍ବାର
୨୫-୭-୨୪
Puri Jagannath Temple Ratna Bhandar: ASI रत्न भंडार का जल्द करेगी Survey
Puri Jagannath Temple Ratna Bhandar ASI भारतीय पुरातत्व सर्वेक्षण (एएसआई) जल्द ही पुरी जगन्नाथ मंदिर के 46 साल बाद खोले गए रत्न भंडार का निरीक्षण कार्य शुरू करेगा। उच्च स्तरीय समिति के प्रमुख न्यायमूर्ति विश्वनाथ रथ ने कहा कि एसओपी तैयार है, रत्न भंडार की मरम्मत का काम पूरा होने के बाद वहां के मूल्यवान सामानों की गिनती और सूची तैयार की जाएगी।
15-7-24
ରତ୍ନ ଭଣ୍ଡାର- ratna bhandar
locks were broken to open puri jagannath temple ratna bhandar sjta-chief
Puri jagannath temple ratna bhandar opens after 4 decades
https://sambadenglish.com/odisha-puri-jagannath-temple-ratna-bhandar-opens-after-4-decades/
ଓଡ଼ିଆ ଅସ୍ମିତାରେ ଲାଗିଲା ବିଜୟର ଟୀକାଭଣ୍ଡାରରେ କ’ଣ ରହିଛି, ତାହାର ତାଲିକା କରିବା ସମ୍ଭବପର ନୁହେଁ
ତାଲା ଭାଙ୍ଗି ଭିତର ଭଣ୍ଡାର ଖୋଲାଗଲା
ରତ୍ନଭଣ୍ଡାର ୧୯୭୮ ତାଲିକା
13-7-24
ରତ୍ନ ଭଣ୍ଡାର
ରତ୍ନ ଭଣ୍ଡାର ଖୋଲିବା ନେଇ ଦୁଇ ଦିନ ମଧ୍ୟରେ ଆସିବ : ପୃଥ୍ୱୀରାଜ ହରିଚନ୍ଦନ
12-7-24
ରତ୍ନ ଭଣ୍ଡାର
5-7-24
ରତ୍ନ ଭଣ୍ଡାର
ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୁବ୍ ଶୀଘ୍ର ଖୋଲିବ : ଆଇନ ମନ୍ତ୍ରୀ
4-7-21
ପ୍ରତୀକ୍ଷାର ଘଟିବ ଅନ୍ତ! ‘ନିଶ୍ଚିତ ଖୋଲିବ ରତ୍ନଭଣ୍ଡାର’
20-6-24
ଶ୍ରୀମନ୍ଦିର ପ୍ରଶାସନ ଉପରେ ଜରିମାନା
ଶ୍ରୀଜଗନ୍ନାଥଙ୍କ ଭୂସମ୍ପତି ବିକ୍ରି ମାମଲା-ଶ୍ରୀମନ୍ଦିର ପ୍ରଶାସନ ଉପରେ 10 ହଜାର ଜୋରିମାନା
ଆଗାମୀ କ୍ୟାବିନେଟ୍ ବୈଠକରେ ରତ୍ନଭଣ୍ଡାର ଚାବି ହଜିବା ଘଟଣାର କମିଶନ ରିପୋର୍ଟ ଉପସ୍ଥାପନ କରାଯିବ
13-6-24
ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିଲା
ଶ୍ରୀମନ୍ଦିରରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ
ଜଗା ଜମି କିଣାବିକା ମାମଲା: ଟିକିନିକ୍ ହିସାବ ମାଗିଲେ ହାଇକୋର୍ଟ ୨ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି
25-1-2024
କଟକ- ଜମି କିଣାବିକା ପାଇଁ ଶ୍ରୀମନ୍ଦିର କମିଟିକୁ ଅଧିକାର ପ୍ରସଙ୍ଗ । ସଂଶୋଧିତ ଆଇନ ବଳରେ କେତେ ଜମି ବିକ୍ରି ହୋଇଛି ସେନେଇ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ସତ୍ୟପାଠ ମାଧ୍ୟମରେ ଏହି ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ମିଳିଛି । ତେବେ ଏହି ତଥ୍ୟ ଦଖଲ ପାଇଁ ରାଜ୍ୟ ସରକାର ସମୟ ମାଗିଛନ୍ତି । ୨ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ ହୋଇଛି । ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଶ୍ରୀଜିଉଙ୍କ ସମ୍ପତ୍ତି ପରିଚଳାନା ପ୍ରସଙ୍ଗରେ ଅଧିକ କ୍ଷମତା ପ୍ରଦାନ ପାଇଁ ଆଇନରେ କରାଯାଇଥିବା ସଂଶୋଧନକୁ ଚାଲେଞ୍ଜ କରି ଏହି ମାମଲା ଦାୟର କରାଯାଇଛି । ଏହି ସମ୍ପର୍କିତ ଜନସ୍ୱାର୍ଥ ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିବା ସହ ସମସ୍ତ ପକ୍ଷଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରିଥିଲେ । ମାମଲାରେ ରାଜ୍ୟ ସରକାର, ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ, ଉପପ୍ରଶାସକ, ପରିଚାଳନା କମିଟି, ଦେବୋତ୍ତର କମିସନ ଓ ଅନ୍ୟମାନଙ୍କୁ ନୋଟିସ୍ ଜାରି କରି ଚାରି ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀଜଗନ୍ନାଥ ମନ୍ଦିର ଆଇନ, ୧୯୫୪ର ଧାରା ୧୬(୨) ଆଧାରରେ ଗ୍ରହଣ କରାଯାଉଥିବା ପଦକ୍ଷେପ ଭବିଷ୍ୟତ ମାମଲାର ଚୂଡାନ୍ତ ରାୟ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ଆଇନରେ ସଂଶୋଧନ ପରେ ନୂଆ ଧାରା ୧୬(୨) ଅନୁସାରେ କରାଯାଇଥିବା ସମସ୍ତ କାରବାରର ସବିଶେଷ ବିବରଣୀ ଜବାବରେ ପ୍ରତିପକ୍ଷ ଉଲ୍ଲେଖ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପ୍ରତିପକ୍ଷଙ୍କ ପକ୍ଷରୁ ଦାଖଲ କରାଯିବାକୁ ଥିବା ଜବାବ ଉପରେ ଆବେଦନକାରୀ ପ୍ରତିଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ନିକଟରେ ରାଜ୍ୟ ସରକାର ସଂଶୋଧନ କରିଥିଲେ । ଏହି ସଂଶୋଧନକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଥିଲା । ସଂଶୋଧନ ନେଇ ୨୦୨୨, ଜାନୁଆରି ୯ରେ ଅଧ୍ୟାଦେଶ ଜାରି କରାଯାଇଥିଲା । ବିଶେଷକରି ପୂର୍ବରୁ ଥିବା ଆଇନ ଅନୁସାରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଶ୍ରୀଜଗନ୍ନାଥଙ୍କ ନାମରେ ରହିଥିବା କୋଣସି ଅସ୍ଥାବର ସମ୍ପତ୍ତି ଦଖଲକୁ ନେଇଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ ପୂର୍ବ ଅନୁମତି ବିନା ଏହାକୁ ବିକ୍ରି କରିପାରିବ ନାହିଁ, କିମ୍ବା କାହାକୁ ଲିଜ୍ ସୂତ୍ରରେ ଦେଇପାରିବ ନାହିଁ । ସେହିପରି କୌଣସି ପରିସ୍ଥିତିରେ ସରକାରଙ୍କ ବିନା ଅନୁମତିରେ ମନ୍ଦିର ପରିଚାଳନା କମିଟି ଶ୍ରୀଜଗନ୍ନାଥଙ୍କ ଜମିକୁ ବନ୍ଧକ ରଖିପାରିବେ ନାହିଁ ବୋଲି ଆଇନରେ ବ୍ୟବସ୍ଥା ଥିଲା । ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ଥିବା ଏଭଳି ବ୍ୟବସ୍ଥାରେ ସରକାର ସଂଶୋଧନ ଆଣି ଧାରା ୧୬(୨) ଯୋଡି ଥିଲେ । ଆଇନରେ ସଂଶୋଧନ ଅଣାଯିବା ଦ୍ୱାରା ସମସ୍ତ କ୍ଷମତା ମନ୍ଦିର ପରିଚାଳନା କମିଟି ହାତକୁ ଯାଇଥିଲା । ଶ୍ରୀଜଗନ୍ନାଥଙ୍କ ଅସ୍ଥାବର ସମ୍ପତ୍ତି ବିକ୍ରି ବା ଲିଜରେ ଦେବା ପାଇଁ ପରିଚାଳନା କମିଟିକୁ ଆଉ ରାଜ୍ୟ ସରକାରଙ୍କ ପୂର୍ବ ଅନୁମତି ଆବଶ୍ୟକ ନାହିଁ । ଆଇନରେ ସଂଶୋଧନ ଆଣି ସରକାର ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଏପରି କ୍ଷମତା ପ୍ରଦାନ କରିବା ଦ୍ୱାରା ମହାପ୍ରଭୁଙ୍କ ସମ୍ପତ୍ତି ପ୍ରତି ବିପଦ ଦେଖାଦେଇଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଏପରି କ୍ଷମତାର ଅପବ୍ୟବହାର ହେବାର ସମ୍ଭାବନା ରହିଛି । ଏବେ ୩୫ ହଜାର ଏକର ଜମି ଶ୍ରୀଜଗନ୍ନାଥଙ୍କ ନାଁରେ ରେକର୍ଡଭୁକ୍ତ ହୋଇ ରହିଥିବା ବେଳେ ଆଉ ୨୫ ହଜାର ଏକର ଜମି ରେକର୍ଡଭୁକ୍ତ ହୋଇପାରି ନାହିଁ । ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତିର ସୁରକ୍ଷାକୁ ଦୃଷ୍ଟିରେ ରଖି ଆଇନରେ କରାଯାଇଥିବା ଜାନୁଆରୀ ୯ର ସଂଶୋଧନକୁ ରଦ୍ଦ କରାଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି ।
17-12-2023
1 ଜାନୁୟାରୀରୁ ଶ୍ରୀମନ୍ଦିରକୁ ପଲିଥିନ ମନା
ପୁରୀ: ଶ୍ରୀମନ୍ଦିରରେ ନୂଆବର୍ଷରୁ ବନ୍ଦ ହେବ ପଲିଥିନ ଓ ପ୍ଲାଷ୍ଟିକ । ଏହା ବଦଳରେ କାଗଜ ବ୍ୟାଗ, କଟନ୍ ବ୍ୟାଗ୍, ଭୋଗେଇ, ବାଉଁଶ ଓ କାଠ ଚାଙ୍ଗୁଡିରେ ଭକ୍ତମାନେ ଫୁଲ ଓ ଭୋଗ ନେଇ ଯିବାକୁ ବିଭିନ୍ନ ସେବାୟତ ନିଯୋଗ ଓ ଭକ୍ତ ସମାଜକୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ । ମନ୍ଦିରକୁ ଫୁଲ ଓ ଭୋଗ ନେବା ପାଇଁ କାଗଜ ଅବା କଟନର ବ୍ୟାଗ୍ ଅବା କାଠ, ବାଉଁଶ, ପତ୍ର, କେନ୍ ଓ ଅନ୍ୟାନ୍ୟ ବୃକ୍ଷଲତାରୁ ପ୍ରସ୍ତୁତ ଚାଙ୍ଗୁଡ଼ି ବ୍ୟବହାର କରାଯାଇପାରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ୨୦୨୦ରୁ ଶ୍ରୀମନ୍ଦିରକୁ ପଲିଥିନ ମୁକ୍ତ କରିବାକୁ ପ୍ରୟାସ ହୋଇଥିଲା । ହେଳେ କୌଣସି ସୁଫଳ ମିଳିନଥିଲା ।
9-12-2023
ଶ୍ରୀମନ୍ଦିରରେ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ନିୟମ କଡ଼ାକଡି ଲାଗୁ ହେବ
ପୁରୀ, ୮ ।୧୨: ନୂଆବର୍ଷରୁ ଶ୍ରୀମନ୍ଦିରରେ ପାନ, ଗୁଟ୍ଖା ସମ୍ପୂର୍ଣ୍ଣ ବନ୍ଦ ରହିବ । ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ନିୟମ କଡ଼ାକଡି ଲାଗୁ ହେବ । ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଉତ୍ତର ଦ୍ୱାରରେ ରାମ୍ପ ବ୍ୟବସ୍ଥା ହେବ । ୩୧ ତାରିଖ ରାତିରେ ଆବଶ୍ୟକ ହେଲେ ରାତ୍ର ପହୁଡ଼ ହେବନି । ଶ୍ରୀମନ୍ଦିର ନୀତି ସବ୍ କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ଏହି ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ନୀତି ସବ୍ କମିଟି ବୈଠକ ବସିଥିଲା । ଏଥିରେ ଆସନ୍ତା ୧୬ରୁ ଜାନୁଆରୀ ୧୪ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଶ୍ରୀଜୀଉଙ୍କ ପହିଲି ଭୋଗ ନୀତି ସମ୍ପର୍କରେ ଆଲୋଚନା ହୋଇଥିଲା । ଏହାଛଡ଼ା ୧୫ ତାରିଖରେ ପଡୁଥିବା ଧନୁ ସଂକ୍ରାନ୍ତି ଓ ଜାନୁଆରୀ ୨୫ ତାରିଖରେ ହେବାକୁ ଥିବା ଦେବାଭିଷେକ ନୀତି ସମ୍ପର୍କରେ ଆଲୋଚନା କରାଯାଇ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଥିଲା । ପହିଲି ଭୋଗ ଆରମ୍ଭ ହେବା ଦିନଠାରୁ ରାତି ୨ଟାରେ ସିଂହଦ୍ୱାର ଫିଟାଯାଇ ଭୋର ୫ଟା ୨୦ରୁ ୬ଟା ମଧ୍ୟରେ ପହିଲି ଭୋଗ ନୀତି ସମ୍ପନ୍ନ ହେବ । ପହିଲି ଭୋଗ ନୀତି ଚାଲିବା ସମୟରେ ନୂଆବର୍ଷ ପୂର୍ବଦିନ ୩୧ ତାରିଖ ପଡୁଥିବାରୁ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆବଶ୍ୟକ ପଡିଲେ ରାତ୍ର ପହୁଡ ହେବନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ କହିଛନ୍ତି ।ସେପଟେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେରଖି ଜାନୁଆରୀ ୧ ତାରିଖରେ ଦିବାପହୁଡ ହେବନାହିଁ ବୋଲି ମୁଖ୍ୟପ୍ରଶାସକ କହିଛନ୍ତି ।ବୈଠକରେ ଚୂଡାନ୍ତ ନୀତି
ନିର୍ଘଣ୍ଟକୁ ଆସନ୍ତା ୧୧ ତାରିଖରେହେବାକୁ ଥିବା ଛତିଶା ନିଯୋଗବୈଠକରେ ଅନୁମୋଦନ କରାଯିବାପରେ ପରିଚାଳନା କମିଟିରେପାରିତ କରାଯିବ । ତେବେ ଆଜିରବୈଠକରେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଅଧ୍ୟକ୍ଷତା କରିଥିବାବେଳେ ଶ୍ରୀମନ୍ଦିର ନୀତି ପ୍ରଶାସକ,ଜିଲ୍ଲାପାଳ, ପରିଚାଳନା କମିଟିରସଦସ୍ୟ, ନୀତି ସବକମିଟି ସଦସ୍ୟଓ ଶ୍ରୀମନ୍ଦିର ପ୍ରଶାସନିକଅଧିକାରୀମାନେ ଉପସ୍ଥିତ ଥିଲେ ।
କହା ଇଛାରେ ପରିକ୍ରମା ପ୍ରକଳ୍ପ
ଶ୍ରୀମନ୍ଦିର ପ୍ରକଳ୍ପ ଅଡୁଆ ବଢୁଛି
ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ ସ୍ଥଗିତ
ସମସ୍ତେ ମନ୍ଦିର ମୁହଁା
Comments
Post a Comment