ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା
ଅଯୋଧ୍ଯା ରାମ ମନ୍ଦିର ପ୍ରସଙ୍ଗରେ ପକ୍ଷପାତିତା ପୂର୍ଣ୍ଣ ଖବର ପାଇଁ ବିବିସିକୁ ସମାଲୋଚନା5-2-2024
ବିଶ୍ୱର ହିନ୍ଦୁମାନଙ୍କ ପାଇଁ ଏକ ନୂତନ ଯୁଗର ଆରମ୍ଭ: କାନାଡା ସାଂସଦ ଚନ୍ଦ୍ର ଆର୍ଯ୍ୟ
ପୁରୀର ରଙ୍ଗଶାଳା ଅନୁଷ୍ଠାନ ରାମପ୍ରେମୀ ଦର୍ଶକମାନଙ୍କ ମନ ମୋହି ବିମୋହିତ କରିପାରିଛି
ପ୍ରଭୁ ଶ୍ରୀ ରାମଙ୍କ ଅଳଙ୍କାରରେ ବ୍ୟବହାର ହୋଇଛି ୧୫ କେଜି ସୁନା
ନୂଆଦିଲ୍ଲୀ : ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଙ୍କର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଶେଷ ହୋଇଛି । ରାମଲାଲାଙ୍କର ୫ ବର୍ଷର ବାଳକ ସ୍ୱରୂପକୁ ସ୍ଥାପନା କରାଯାଇଛି । ମହାଆଡ଼ମ୍ବରରେ ଏହି କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା । ବସନ ଭୂଷଣ ଆଳିଅଳଙ୍କାରରେ ପ୍ରଭୂ ଶ୍ରୀରାମଙ୍କ ମୁଖଶ୍ରୀ ଝଟକି ଉଠୁଥିଲା । ପ୍ରଭୁଙ୍କର ପ୍ରତିମୂର୍ତ୍ତିକୁ ନାନା ଅଳଙ୍କାରରେ ସଜାଯାଇଥିଲାୟ ଏଥିରେ ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟବାନ ଧାତୁ ବ୍ୟବହାର କରାଯାଇଛିୟ ରିପୋର୍ଟ ଅନୁସାରେ, ଶ୍ରୀ ରାମଙ୍କ ଅଳଙ୍କାର ପାଇଁ ୧୫ କେଜି ସୁନା ସହ ୧୮ ହଜାର ହୀରା ଓ ପତ୍ତା ବ୍ୟବହାର କରାଯାଇଛି । କାରିଗରମାନେ ଖୁବ୍ ଯ˜ର ସହ ଆଧ୍ୟାତ୍ମ ରାମାୟଣ, ଶ୍ରୀମଦ ବାଲମିକି ରାମାୟଣ, ଶ୍ରୀ ରାମଚରିତମାନସ ଓ ଅଲଭନ୍ଦର ସ୍ତୋତ୍ର ଆଦିକୁ ଖୋଦିତ କରି ଲେଖିଛନ୍ତି ।
ବଙ୍ଗଳାରୁ ଅଯୋଧ୍ୟାକୁ ଯିବ ରାମାୟଣ ବସ୍ତ୍ର
କୋଲକାତା : ପୂର୍ବରୁ ଅଯୋଧ୍ୟା ଯାଇଥିଲା ସୁନ୍ଦରବନ ମହୁ, ଫୁଲ । ବର୍ତ୍ତମାନ ବଙ୍ଗଳାରୁ ଅଯୋଧ୍ୟାକୁ ଯିବ ରାମାୟଣ ବସ୍ତ୍ର । ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ତନ୍ତ୍ରଶିଳ୍ପୀ ବିରେନ ବସାକି ଏହାକୁ ତିଆରି କରିଛନ୍ତି । ରାମମନ୍ଦିର ଟ୍ରଷ୍ଟ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରି ସେ ଏହି ବସ୍ତ୍ର ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ । ହେଲେ ରାମମନ୍ଦିର ଉଦ୍ଘାଟନ ପୂର୍ବରୁ ନ ପଠାଇ ଜାନୁୟାରୀ ୨୬ ପରେ ଏହାକୁ ପଠାଇବାକୁ କର୍ତ୍ତୃପକ୍ଷ କହିଛନ୍ତି । ସୂଚନାଯୋଗ୍ୟ, ୯ ଦଶକରେ ଟିଭିରେ ରାମାୟଣ ସିରିୟଲ ହେଉଥିଲା । ତାହା ଦେଖି ରାମାୟଣ କାହାଣୀର ଚିତ୍ର ଦେଇ ଶାଢୀ ତିଆରିର ପରିକଳ୍ପନା କରିଥିଲେ ନଦିଆ ଜିଲ୍ଲା ଫୁଲିୟା ଅନ୍ତର୍ଗତ ଶାନ୍ତିପୁରର ବେଲଗଡିଆ ୧ ପଞ୍ଚାୟତର ଚଟକାତଲାର ବାସିନ୍ଦା ବୀରେନ ବସାକ । ୧୯୯୫ ମସିହା ବେଳକୁ ସେ ତିଆରି କରିଥିଲେ ରାମାୟଣ ଶାଢୀ ।ଏହା ପୂର୍ବରୁ ଫୁଲିୟାର ଜୟରାଓ କୃତ୍ତିବାସ ସ୍ମୃତି ଗ୍ରନ୍ଥାଗାର ଓ ସଂଗ୍ରହାଳୟରୁ ସଂଗ୍ରହ କରିଥିଲେ ପ୍ରୟୋଜନୀୟ ତଥ୍ୟ । ଏହା ସହିତ ପଢିଛନ୍ତି ରାମାୟଣ ସଂକ୍ରାନ୍ତ ବିଭିତ୍ତ ବହି । ପରିଚିତ ଏକ ଶିଳ୍ପୀକୁ ଦେଇ ଅଙ୍କା ହେଲା ରାମାୟଣର ବିଭିତ୍ତ ଚିତ୍ର । ଏହାପରେ ଦୁଇଜଣ ତନ୍ତ୍ର ଶିଳ୍ପୀଙ୍କୁ ନେଇ କାମକୁ ଓହ୍ଲାଇପଡନ୍ତି ବୀରେନ । ସେହି ସମୟରେ ଦୁଇଟି ରାମାୟଣ ଶାଢୀ ତିଆରି ହୋଇଥିଲା । ଜାମଦାନି ଉପରେ ଫୁଟାଇ ଉଠାଇଥିଲେ ରାମାୟଣର ବିଭିତ୍ତ ଚିତ୍ର ୟ ସ୍ଲିକ୍ ଉପରେ ସ୍ଲିକ୍ ସୂତା ଦେଇ ଫୁଟାଇ ଉଠା ହୋଇଥିଲା ରାମାୟଣର କାହାଣୀ । ଶାିଢୀର ଦୁଇ ପାଢିରେ ରାମାୟଣର ବିଭିତ୍ତ କାହାଣୀ । ଆଞ୍ଚଳ(କାନି)ରେ ଫୁଠି ଉଠିଛି ରାମ-ରାବଣ ଯୁଦ୍ଧ, ରାଜ୍ୟାଭିଷେକ ସୀତାଙ୍କ ପାତାଳ ପ୍ରବେଶ ପରି କାହାଣୀ । ବୀରେନ ବାବୁ ଜଣାଇଛନ୍ତି ତାଙ୍କ ତିଆରି ରାମାୟଣ ଶାଢୀ ଦେଶ ବିଦେଶର ନାନା ପ୍ରଦର୍ଶନୀକୁ ଯାଇଛି । ଉଚ୍ଚ ପ୍ରଶଂସା ବି ମିଳିଛି । ସେହି ସମୟରେ ତିଆରି ଗୋଟିଏ ଶାଢୀ ଅଯୋଧ୍ୟାରେ ର୍ନିମିତ ରାମମନ୍ଦିରକୁ ଦେବା ନେଇ ଚିନ୍ତା କରିଥିଲେ ସେ ା ମନ୍ଦିର କର୍ତ୍ତୃପକ୍ଷ ସହିତ ଯୋଗାଯୋଗ କରନ୍ତି । ସଂପ୍ରତି ସମ୍ମତି ମିଳିଛି । ୨୬ ଜାନୁଆରୀ ପରେ ଶାଢୀ ପହଞ୍ଚାଇ ଦେବାକୁ ଅନୁମତି ମିଳିଥିବା ନେଇ ବୀରେନ ବାବୁ ଜଣାଇଛନ୍ତି । ପ୍ରଥମେ ଦୁଇଟି ରାମାୟଣ ଶାଢି ତିଆରି କରିବା ପରେ ସାଧାରଣ ଲୋକଙ୍କ ଆଗ୍ରହ ଓ ଚାହିଦା ଆହୁରି ୬ଟି ଶାଢୀ ତିଆରି ହୋଇଛି । ଯାହା ବିଭିନ୍ନ ସ୍ତରର ଲୋକେ କିଣି ନେଇଛନ୍ତି । ହେଲେ ପ୍ରଥମ ତିଆରି ଶାଢୀ ଦୁଇଟି ମଧ୍ୟରୁ ଗୋଟିଏ ଶାଢୀ ଅଯୋଧ୍ୟା ଯାଉଛି । ବୀରେନ ବସାକ କହିଛନ୍ତି ଆମେ କୃତ୍ତିବାସ ଓଝାଙ୍କ ବାସସ୍ଥାନ ଫୁଲୟାର ଲୋକ । ମୋର ବହୁ ଦିନର ଇଚ୍ଛା ପୂରଣ ହେବାକୁ ଯାଉଛି ାବାଲୋତନ୍ତ ଶିଳ୍ପର ଏକ ଦୃଷ୍ଟାନ୍ତ ଅଯୋଧ୍ୟା ରାମମନ୍ଦିରରେ ରହିବ ମୁଁ ବହୁତ ଖୁସି ।
ଶ୍ରୀରାମଙ୍କ ଭକ୍ତଙ୍କୁ ଆଲିଙ୍ଗନ କଲା ହନୁ
ଚମ୍ପୁଆ:ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ବିଭିନ୍ନ ଅଞ୍ଚଳରେ ଅଲୌକିକ ଆଶ୍ଚର୍ଯ୍ୟ ଜନକ ଘଟଣାମାନ ଘଟି ଚାଲିଛି । ପିଲାଦିନୁ ରାମ ଭକ୍ତ ଥିବା କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ପଡୁଆ ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର କ୍ଷେତ୍ରବାସୀ ମହାନ୍ତ (୬୭) । ସେ ଚମ୍ପୁଆ ଯାଇଥିବା ବେଳେ କୋଟ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଏକ ଅସାଧାରଣ ଦୃଶ୍ୟ ଦେଖିବାକୁ ମିଳିଲା । ସେ ବସିଥିବା ସ୍ଥାନରେ ନିକଟସ୍ଥ ଗଛଡାଳ ରୁ ଏକ ହନୁ ମାଙ୍କଡ ଆସି ତାଙ୍କ ପାଖରେ ବସିଗଲା । ତାଙ୍କ ମୁଣ୍ଡକୁ ତିନି ଥର ଛୁଇଁବା ସହ ବାରମ୍ବାର ଆଲିଙ୍ଗନ କରିବାକୁ ଲାଗିଲା । ତାଙ୍କ ମୁହଁ କାନ ପାଖକୁ ଯାଇ କଣ କହି ଯାଉ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ହନୁ ମାଙ୍କଡ ପ୍ରଭୁ ଶ୍ରୀରାମ ଙ୍କ ଭକ୍ତ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ଜାଣିବାକୁ ମିଳିଛି ।କ୍ଷେତ୍ରବାସୀ ତାଙ୍କୁ ଫଳ ମୂଳ ଖାଈବାକୁ ଦେଇଥିଲେ ସୁଦ୍ଧା ଅଳ୍ପ କେତୋଟି ଅଙ୍ଗୁର ଖାଇ ଚାଲି ଯାଇଥିଲା ।
VSK Odisha
ଅଯୋଧ୍ୟା ରାମ ମନ୍ଦିର ସ୍ଥାପନା ରଥ ଗୋବିନ୍ଦ ଗୋଧାମରେ ପହଁଚିଲାପୁରୀ - ମର୍ଯ୍ୟାଦା ପୁରୁଷୋତମ ପ୍ରଭୁ ଶ୍ରୀରାମଙ୍କର ଅଯୋଧ୍ୟାରେ ଭବ୍ୟ ମନ୍ଦିର ଜାନୁୟାରୀ ୨୨ ତାରିଖରେ ସ୍ଥାପନା ହେବା ସହିତ ପୂଜାର୍ଚ୍ଚନା କରାଯିବ । ଏହି ଭବ୍ୟ ଉତ୍ସବ କୁ ଦେଶ ବିଦେଶର ସନାତନୀ ହିନ୍ଦୁ ଧର୍ମ ସହିତ ଅନ୍ୟ ଧର୍ମର ଶ୍ରଦ୍ଧାଳୁଙ୍କ ପାଖରେ ଏହି ସନ୍ଦେଶ ପହଂଚାଇବା ନିମନ୍ତେ ତୁଳସୀ ପୀଠଧୀଶ୍ୱର ପଦ୍ମ ବିଭୂଷଣ ଜଗତଗୁରୁ ରମାନନ୍ଦାଚାର୍ଯ୍ୟ ସ୍ୱାମୀ ଶ୍ରୀରାମ ଭଦ୍ରାଚାର୍ଯ୍ୟଜୀ ମହାରାଜଙ୍କ ମାର୍ଗ ଦର୍ଶନରେ ରାଜସ୍ଥାନ ବିକାନିର ରୁ ୨୫ ନଭେମ୍ବର ରୁ ବାହାରିଥିବା ଶ୍ରୀରାମ ରଥ ଶୁକ୍ରବାର ପୁରୀ ଠାରେ ପହଁଚିଛି । ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ସଂଚାଳିତ ପୁରୀ ବ୍ରହ୍ମଗିରି ଆଳିପଡ଼ା ଠାରେ ଥିବା ଗୋବିନ୍ଦ ଗୋଧାମ ଗୋଶାଳା ପରିସରରେ ରଥରେ ଆସିଥିବା ସାଧୁ ସନ୍ଥ ମାନେ ପହଂଚିବା କ୍ଷଣି ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ପ୍ରତିଷ୍ଠାତା ତଥା ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଜୀ ସ୍ୱାଗତ କରିଥିଲେ । ଏହି ଅବସରରେ ପ୍ରତି ବର୍ଷ ଭଳି ଗୋବିନ୍ଦ ଗୋଧାମ ପରିସରରେ ନବ ଦିନାତ୍ମକ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଶୁଭାରମ୍ଭ କରାଯାଇଥିଲା । ବ୍ୟାସ ପୀଠରେ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ନିଜେ ବସି ରାମଚରିତ ମାନସ ପାଠ କରିଥିଲେ । ପୁରୀରେ ପହଂଚିଥିବା ରଥ ୧୩ ଜାନୁଆରୀ ରେ ଅଯୋଧ୍ୟା ରେ ପହଂଚିବ । ଏହି ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ୧୩ ଜାନୁଆରୀ ପର୍ଯ୍ୟନ୍ତ ଚଲିବ । ଏହି ଉତ୍ସବରେ ହରିଦ୍ୱାରର ବୈଷ୍ଣବ ଦାସଜୀ ମହାରାଜ, ହିମାଂଚଳ ରୁ ରାଘବେନ୍ଦ୍ର ଦାସଜୀ ମହାରାଜ,ହାଇଦ୍ରାବାଦ ରୁ ରମେଶ କୁମାର ଫୁଫାଳୀୟା, ହନୁମାନ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତିଳକ ଦୁବେ,ଓଡିଶା ସୁରକ୍ଷା ସେନାର ରାଜ୍ୟ ସଭାପତି ଅଭିଷେକ ଯୋଶୀ, ଟ୍ରଷ୍ଟର ମୁଖପାତ୍ର ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଦତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠାରୁ ୫୦ ହଜାର କୋଟି ଟଙ୍କା ମୂଲ୍ୟର ହେବ କାରବାର
ନୂଆଦିଲ୍ଲୀ : ଜାନୁୟାରୀ ୨୨ ରେ ପ୍ରାଣପ୍ରତିଷ୍ଠା ସମାରୋହ ପାଇଁ ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିରରେ ପ୍ରସ୍ତୁତି ଚାଲିଛି । ଏହି କାର୍ଯ୍ୟରେ ଭାଗ ନେବାକୁ ଭାରତ ଏବଂ ବିଦେଶର ଅନେକ ଲୋକ ନିମନ୍ତ୍ରଣ ମଧ୍ୟ ପାଇଛନ୍ତି । କନଫେଡରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କ୍ୟାଟ୍) ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହରୁ ଦେଶରେ ୫୦ ହଜାର କୋଟି ଟଙ୍କାର ବ୍ୟବସାୟ ଆକଳନ କରିଛି । କ୍ୟାଟ୍ର ଜାତୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ ଶୁକ୍ରବାର ଦିନ ଏକ ବିବୃତିରେ କହିଛନ୍ତି ଯେ ବଜାରରେ ରାମ ମନ୍ଦିର ସହ ଜଡିତ ବିଭିନ୍ନ ସାମଗ୍ରୀର ଚାହିଦା ରହିଛି । ପ୍ରତିମା ଏବଂ ପୂଜା ସାମଗ୍ରୀର ଚାହିଦା ବଢୁଛି । କ୍ୟାଟ୍ ସାଧାରଣ ସମ୍ପାଦକ କହିଛନ୍ତି ଯେ ରାମ ମନ୍ଦିରର ଉଦଘାଟନ ଦେଶରେ ପୂଜାପାଠ ସହ ଜଡିତ ଏକ ବଡ଼ ବ୍ୟବସାୟ ସୁଯୋଗ ସୃଷ୍ଟି କରିଛି । ଲୋକଙ୍କ ବିଶ୍ୱାସ ସହିତ ରାମ ମନ୍ଦିର ମଧ୍ୟ ଦେଶରେ ଏକ ବଡ ବ୍ୟବସାୟର କେନ୍ଦ୍ର ପାଲଟିଛି । ବିଶେଷକରି ଛୋଟ ଉତ୍ପାଦକ ଏବଂ ଛୋଟ ବ୍ୟବସାୟୀଙ୍କ ପାଇଁ ଅନେକ ବ୍ୟବସାୟ ସୁଯୋଗ ସୃଷ୍ଟି ହେଉଛି । ଚାନ୍ଦେଲୱାଲ କହିଛନ୍ତି ଯେ ଦେଶର ବିଭିନ୍ନ ସହରରେ ବିଶେଷ କରି ମହିଳାମାନେ ଘରୁ ଛୋଟ ଚାକିରୀ କରୁଥିବା ଏବଂ ବୋକାରୀ ବର୍ଗର ଲୋକମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରୋଜଗାର କରିପାରୁଛନ୍ତି । ରାମ ମନ୍ଦିର ଦେଶରେ ଆର୍ôଥକ ସମୃଦ୍ଧିର ଏକ ବଡ଼ ବାର୍ତା ଦେବ । ରାମ ମନ୍ଦିର ଦେଶରେ ୫୦ ହଜାର କୋଟିରୁ ଅଧିକ ମୂଲ୍ୟର ବ୍ୟବସାୟ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ଜାନୁଆରୀ ୩ ରେ ନାଗପୁରରେ ଅନୁଷ୍ଠିତ କେଟର ଜାତୀୟ କୋର କମିଟି ବୈଠକରେ ଦେଶର ବିଭିନ୍ନ ରାଜ୍ୟରୁ ବହୁ ବ୍ୟବସାୟିକ ନେତା ଅଂଶଗ୍ରହଣ କରିଥିଲେ । ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ଦେଶର ବିଭିନ୍ନ ରାଜ୍ୟରେ ପୂଜାପାଠ ସହ ଜଡିତ ଏକ ବଡ଼ ବ୍ୟବସାୟ ସୁଯୋଗ ସୃଷ୍ଟି କରିଛି ।
ଅଯୋଧ୍ୟା ଏୟାରପୋର୍ଟର ନାମ ହେଲା ‘ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ଏୟାରପୋର୍ଟ ଅଯୋଧ୍ୟା ଧାମ’
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଶୁକ୍ରବାର ଅଯୋଧ୍ୟା ଏୟାରପୋର୍ଟକୁ ଅନ୍ତର୍ଜାତୀୟ ଏୟାରପୋର୍ଟ ଘୋଷଣା କରିବା ସହ ଏହାର ନାମ ମହର୍ଷି ବାଲ୍ମୀକୀ ଅନ୍ତର୍ଜାତୀୟ ଏୟାରପୋର୍ଟ, ଅଯୋଧାଧାମ ରଖିବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି ।ଏକ ଔପଚାରିକ ବିଜ୍ଞପ୍ତି ଅନୁସାରେ ଅଯୋଧ୍ୟାର ଆର୍ଥିକ କ୍ଷମତା ଓ ବୈଶ୍ୱିକ ତୀର୍ଥସ୍ଥଳ ଭାବେ ଏହାର ମହତ୍ତ୍ୱକୁ ବୁଝିବା, ବିଦେଶୀ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ଦ୍ୱାର ଖୋଲିବା ନିମନ୍ତେ ଅଯୋଧ୍ୟା ଏୟାରପୋର୍ଟକୁ ଅନ୍ତର୍ଜାତୀୟ ମାନ୍ୟତା ଦେବା ସର୍ବୋପରି ଅଟେ । ଏୟାରପୋର୍ଟର ନାମ ‘ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ଏୟାରପୋର୍ଟ ଅଯୋଧ୍ୟାଧାମ’ ରଖାଯାଇ ମହର୍ଷି ବାଲ୍ମିକୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଋଷି ମହାକାବ୍ୟ ରାମାୟଣର ରଚନା କରିଥିଲେ । ଯାହାକି ଏୟାରପୋର୍ଟର ପରିଚୟରେ ଏକ ସାଂସ୍କୃତିକ ସ୍ପର୍ଶ ଛାଡିଛି ।
ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ନିମନ୍ତେ ପ୍ରସ୍ତୁତିଜୟପୁର : ଅଯୋଦ୍ଧା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଛି । ଆବାହକ ନିରଞ୍ଜନ ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ଶ୍ରୀ ରାମ ନବମି ପାଳନ ସମିତି, ହିନ୍ଦୁ ସମାଜ ଜୟପୁର ଦ୍ୱାରା ଏହି ବୈଠକ ଅନୁଷ୍ଟିତ ହୋଇଛି । ଚୈତନ୍ୟ ମନ୍ଦିର ପରିସରରେ ଆୟୋଜିତ ବୈଠକରେ ଅଯୋଦ୍ଧାରେ ହେକାକୁ ଥିବା ପ୍ରଭୁ ଶ୍ରୀ ରାମ ଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା କୁ ନେଇ ଜୟପୁର ସହରରେ କିଭଳି କାଯ୍ୟକ୍ରମ ରହିବ ସେଥି ପାଇ ସମସ୍ତ ଆଧାତ୍ମିକ, ସାମାଜିକ, ସଂଗଠନ, ବୁଦ୍ଧୀଜୀବି, ସମସ୍ତ ମନ୍ଦିର କମିଟି ଙ୍କୁ ନେଇ ବୈଠକ ଅନୁଷ୍ଟିତ ହୋଇଥିଲା । ଆସନ୍ତା ୨୧ ତାରିଖରେ ରଘୁ ନାଥ ମନ୍ଦିର ନିକଟରେ ସଂନ୍ଧ୍ୟାର ଭଜନ ସଂନ୍ଧ୍ୟା ସହ ସହ ସେବକ ମାନଙ୍କୁ ସମ୍ମାନିତ କରଯିବ । ୨୨ ତାରିଖରେ ପାରାବେଢା ଝାଙ୍କର ଦେଇ ମନ୍ଦିର ଠାରୁ ରଘୁନାଥ ମନ୍ଦିର ଯାଏ ଶୋଭାଯାତ୍ରା ବାହାରିବ ବୋଲି ନିଷ୍ପତ୍ତି ହୋଇଛି । ବୈଠକରେ ରଜନି ନାୟକ, ସତିଶ ନନ୍ଦ, ଲଳିତ ଅଗ୍ରଓାଲ, ସିଦ୍ଧାର୍ଥ ପାତ୍ର, ସନ୍ଦିର ଦଳାଇ,ବରୁଣ ଜୈନ. ନିଖିଳ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବରିଷ୍ଠ ନାଗରିକ କମିଟି, ଗାୟତ୍ରୀ ପରିବାର, ବିଶ୍ୱ ହିନ୍ଦୁ ପରିଷଦ, ସଂଘ, ଇସ୍କନର ସଦସ୍ୟ ମାନେ ଉପସ୍ଥିତ ଥିଲେ ।4-1-2023ବଲାଙ୍ଗୀରରୁ ଅଯୋଧ୍ୟାକୁ ଯିବ ଏକ ନିଆରା ହାତଲେଖା ପୁସ୍ତକ ବଲାଙ୍ଗୀର: ଆସନ୍ତା ଜାନୁୟାରୀ ୨୨ରେ ହେବାକୁ ଥିବା ଅଯୋଧ୍ୟା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ବଲାଙ୍ଗୀର ଶରତ ଚନ୍ଦ୍ର ଜଶୱାଲଙ୍କ ଦ୍ୱାରା ଲିଖିତ ଏକ ଲକ୍ଷ ଏକାବନ ହଜାର ଶହେ ଆଠ ନିଜ ହସ୍ତରେ କଳମ ମୂନରେ ଲେଖା “ଜୟ ଶ୍ରୀରାମ” ବଲାଙ୍ଗୀର ରାମ ମନ୍ଦିରରେ ପୂଜାର୍ଚ୍ଚନା ପରେ ଅଯୋଧ୍ୟା ଟ୍ରଷ୍ଟବୋର୍ଡକୁ ପଠାଯାଇଛି । ଏ ଖବର ପ୍ରସାରିତ ହେବା ପରେ ବଲାଙ୍ଗିର ରାମ ଭକ୍ତଙ୍କ ମମନରେ ଆନନ୍ଦ ଲହରୀ ଖେଳି ଯାଇଛି ଏବଂ ପାଟଣା ଇଷ୍ଟଦେବୀ ପାଟଣେଶ୍ୱରୀ ଦେବୀ ମନ୍ଦିର, ମା ସମଲେଶ୍ୱରୀ ମନ୍ଦିର ପୂଜାର୍ଚ୍ଚନା ପରେ ପରେ ପ୍ରଭୁ ଶ୍ରୀ ରାମଙ୍କ ପାଇଁ ଏହିପରି ଉପହାର ପଠାଇ ପାରୁଥିବାରୁ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି । ଏହି ଲେଖାକୁ ଦିର୍ଘ ଛଅ ମାସ ସମୟ ଲାଗିଥିବା କହନ୍ତି ଶ୍ରୀ ଜଶୱାଲ । ଜଶୱାଲ ଜଣେ ବଲାଙ୍ଗିର ସହରର ଟାଉନଥାନା ନିକଟର ଏକ ଉଠା ଦେକାନ କରିଛନ୍ତି । ପ୍ରେସ କ୍ଲବ ସଭାପତି ଅରୁଣ କୁମାର ମିଶ୍ର, ମଧୁସୁଦନ ନାଏକ, ଦିନେଶ କୁମାର ଶର୍ମା, ଶମ୍ଭୁ ପ୍ରସାଦ ଶତପଥି, ପଣ୍ଡିତ ଅମର କର ଉପସ୍ଥିତ ଥିବା ବେଳେ ସୂଚନା ଯେ ଏହି ପୁସ୍ତକଟି ଡାକଯୋଗେ ପଠାଯିବ ବୋଲି ଶ୍ରୀ ଜଶୱାଲ କହିଛନ୍ତି ।
ଅଯୋଧ୍ୟାରୁ ଆସିଥିବା ପବିତ୍ର ଅକ୍ଷତ କଳସ ବିତରଣ ଶୁଭାରମ୍ଭ ଫୁଲନଖରା: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର, ଅଯୋଧ୍ୟା ରୁ ଆସିଥିବା ପବିତ୍ର ଅକ୍ଷତ କଳସୀ ଆଠ ପଞ୍ଚାୟତକୁ ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ବିଶ୍ୱହିନ୍ଦୁ ପରିସଦ,ସଙ୍ଘ ପରିବାର ତରଫରୁ ବାରଙ୍ଗ ଖଣ୍ଡ ୩୩ ନମ୍ବର ଜୋନର କଟକ ସଦର ଥାନା ଅନ୍ତର୍ଗତ କୁରାଙ୍ଗଶାସନ ସ୍ଥିତ ସିଦ୍ଧେଶ୍ୱର ମନ୍ଦିର ରେ ପୂଜାପାଠ ଓ ହୋମ ଆହୁତୀ ପ୍ରଦାନ କରାଯାଇ ରାମଧ୍ୱନୀ କରାଯାଇଥିଲା । ମନ୍ଦିର ସଭାଗୃହରେ ଏକ ସଭାର ଆୟୋଜନ କରାଯାଇ ଉପସ୍ଥିତ ଆଠ ପଞ୍ଚାୟତର ସଙ୍ଘ କର୍ମକର୍ତ୍ତା ଓ ସମସ୍ତ କର୍ମୀମାନଙ୍କ ସହିତ ଅକ୍ଷତ କଳସ ବିତରଣ କର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଜାନୁୟାରୀ ୧ରୁ ୧୫ ମଧ୍ୟରେ ଅକ୍ଷତ ବିତରଣ କାର୍ଯ୍ୟକୁ ସମସ୍ତ ଘରେ ଘରେ ପହଞ୍ଚାଇବା ପାଇଁ ସ୍ଥିର କରାଯାଇଥିଲା । ଆଗାମୀ ପୌଷ ମାସ ଶୁକ୍ଳ ଦ୍ୱାଦଶୀ ୨୦୨୪ ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ଭବ୍ୟ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଓ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ପ୍ରତ୍ୟେକ ଗ୍ରାମରେ ଥିବା ମନ୍ଦିର ରେ ହନୁମାନ ଚାଳିଶା,ସୁନ୍ଦରା କାଣ୍ଡ,ରାମରକ୍ଷା ସ୍ରୋତ,ସଂକୀର୍ତ୍ତନ, ଭଜନ ଆରତୀ ଇତ୍ୟାଦି କରିବାକୁ ସଙ୍ଘ ଅନୁରୋଧ କରିଛି । ସନ୍ଧ୍ୟାରେ ପ୍ରତ୍ୟକ ଘର ସାମ୍ନାରେ ୫ଟି ଦ୍ୱୀପ ପ୍ରଜ୍ୱଳନ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ଏହି କାର୍ଯ୍ୟକ୍ରମକୁ କଟକ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ସଭାପତି ମାନସ ରଞ୍ଜନ ପଣ୍ଡା ପରିଚାଳନା କରିଥିବା ବେଳେ କଟକ ଜିଲ୍ଲା ବିଭାଗ ପ୍ରଚାରକ ଲକ୍ଷ୍ମୀଧର ପରିଡା, କ୍ଷେତ୍ର ଜାଗରଣ ପ୍ରମୁଖ ବିନୟ ଭୂୟାଁ, ବିଭାଗ ପ୍ରଚାର ପ୍ରମୁଖ ଅକ୍ଷୟ ପ୍ରସାଦ ବିଶ୍ୱାଳ, ସହ-ସଂଯୋଜକ ନୀହାର ରଞ୍ଜନ ବିଶ୍ୱାଳ, ଖଣ୍ଡ କାର୍ଯ୍ୟନିର୍ବାହୀ ସାତ୍ତ୍ୱକୀ ଦାସ ପ୍ରମୁଖ ସଭାରେ ଯୋଗଦେଇ କର୍ମକର୍ତ୍ତା ମାନଙ୍କୁ ରାମ ଜନ୍ମଭୂମିର ଅତିତ,ବର୍ତ୍ତମାନ ଓ ଆଗାମୀ କର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଶିଶିର ଦାସ,ରାଜକୁମାର ସ୍ୱାଇଁ, ଦୁର୍ଗା ରଥ,ପ୍ରଦିପ ସ୍ୱାଇଁ,କଟକ ଜିଲ୍ଲା ସହ ବ୍ୟବସ୍ଥା ପ୍ରମୁଖ ଉମାକାନ୍ତ ପୃଷ୍ଟି,ବିଘ୍ନରାଜ ମହାପାତ୍ର ,ସୁକୁମାର ନାୟକ,ନିରଞ୍ଜନ ପରିଜା,ଉମେଶ କୁମାର ନାୟକ, ବସନ୍ତ କୁମାର ପରିଜା,ମାୟାଧର ରାଉତ ସମେତ ଶତାଧିକ ସଙ୍ଘ କର୍ତ୍ତା ଓ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗଦେବା ସହ ପ୍ରସାଦ ସେବନ କରିଥିଲେ ।-୩୦-୧୨
ଅଯୋଧ୍ୟାରେ ମୋଦି ଲୋକାର୍ପଣ କଲେ ଅଯୋଧ୍ୟାଧାମ ଷ୍ଟେସନ
୩୦-୧୨
ଅଯୋଧ୍ୟା : ନବକଳେବର ହୋଇଥିବା ଅଯୋଧ୍ୟା ଧାମ ଷ୍ଟେସନର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୪୦ କୋଟି ଟଙ୍କା ବ୍ୟୟରେ ଅଯୋଧ୍ୟା ଧାମ ଷ୍ଟେସନର ଆଧୁନିକୀକରଣ କରାଯାଇଛି । ଏହି ଅତ୍ୟାଧୁନିକ ଷ୍ଟେସନରେ ଯାତ୍ରୀଙ୍କୁ ଅନେକ ସୁବିଧା ମିଳିବ । ଷ୍ଟେସନରେ ଯାତ୍ରୀଙ୍କ ସୁବିଧା ପାଇଁ ଲିଫ୍ଟ ଏସକେଲେଟର, ଫୁଡ୍ ପ୍ଲାଜା, ପୂଜା ସାମଗ୍ରୀ ଦୋକାନ, ଯାତ୍ରୀ ଜିନିଷ ରଖିବା ସ୍ଥାନ, ଶିଶୁ ଯତ୍ନ ଗୃହ ଓ ପ୍ରତୀକ୍ଷାଳୟ ରହିଛି । ଷ୍ଟେସନ ଲୋକାର୍ପଣ ଉତ୍ସବରେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ୨ଟି ଅମୃତ ଭାରତ ଟ୍ରେନ୍ ଓ ୬ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିଥିଲେ । ଅମୃତ ଭାରତ ଟ୍ରେନ୍ ହେଉଛି ଦେଶର ଏକ ନୂତନ ଧରଣର ସୁପରଫାଷ୍ଟ ଯାତ୍ରୀବାହୀ ଟ୍ରେନ୍ । ଯେଉଁଥିରେ ଏକ ଅଣ-ଶୀତତାପ ନିୟନ୍ତ୍ରିତ କୋଚ୍ ସହିତ ଖଐଈ କୋଚ ଦ୍ୱାରା ଚଳାଚଳ କରିବ । ଏହା ଏକ ପୁସ୍ ପୁଲ ଟ୍ରେନ୍ ଭାବେ ଉଭୟ ପାର୍ଶ୍ୱରେ ଇଂଜିନ ସହିତ ଚଳାଚଳ କରିବ । ଟ୍ରେନରେ ଯାତ୍ରୀଙ୍କ ପାଇଁ ସୁନ୍ଦର ତଥା ଆକର୍ଷଣୀୟ ଡିଜାଇନ୍ ସିଟ୍, ଉନ୍ନତ ଲଗେଜ୍ ର୍ୟାକ୍, ଉପଯୁକ୍ତ ମୋବାଇଲ୍ ଧାରକ ସହିତ ମୋବାଇଲ୍ ଚାର୍ଜିଂ ପଏଣ୍ଟ, ଏଲଇଡି ଲାଇଟ୍, ସିସିଟିଭି, ସର୍ବସାଧାରଣ ସୂଚନା ବ୍ୟବସ୍ଥା ଭଳି ଉନ୍ନତ ସୁବିଧା ରହିଛି । ଏଠାରେ ସେ ଏକ ବିଶାଳ ଜନସଭାକୁ ସମ୍ୱୋଧିତ କରିଥିଲେ । ସୀୟାବର ରାମଚନ୍ଦ୍ର କି ଜୟ ନାରାରେ ନିଜ ଭାଷଣ ଆରମ୍ଭ କରି ଦେଶ-ଦୁନିଆ ଜାନୁଆରୀ ୨୨କୁ ଆତୁରତାର ସହ ଅପେକ୍ଷା କରିଛି ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଆଜି ଏଠାରେ ପ୍ରଗତିର ଉତ୍ସବ ପାଳନ ହେଉଛି । ବିକାଶ ଯୋଜନାର ଉତ୍ସବ ଆମେ ପାଳନ କରୁଛୁ । କିଛି ଦିନ ପରେ ଆମେ ଆମ ଐତିହ୍ୟର ଭବ୍ୟତାକୁ ଦେଖିବୁ । ପୁରାତନ ଅଯୋଧ୍ୟା ନଗରୀ ସମୃଦ୍ଧିର ଶିଖର ଏବଂ ଆନନ୍ଦରେ ଭରପୂର ଥିଲା । ଧର୍ମଗ୍ରନ୍ଥରେ ଲେଖାଥିବା ଅଯୋଧ୍ୟାର ସେହି ପ୍ରଚୀନ ଭବ୍ୟତାକୁ ଆଧୁନିକତା ସହ ଯୋଡି ପୁଣି ଅଣାଯିବ । ଏହି ଅଯୋଧ୍ୟା ନଗରୀ ସମଗ୍ର ୟୁପିର ବିକାଶକୁ ନୂଆ ଦିଗ ଦେଖାଇବ । ପିଏମ୍ ନରେନ୍ଦ୍ର ମୋଦୀ ପୁରୁଣା ଘଟଣାକୁ ଉଲ୍ଲେଖ କରି କହିଥିଲେ ଯେ ଗୋଟିଏ ସମୟ ଥିଲା ଯେତେବେଳ ରାମଲଲା ଟେଣ୍ଟରେ ବିରାଜମାନ ଥିଲେ, ଆଜି ପକ୍କା ଘର କେବଳ ରାମଲଲାଙ୍କୁ ନାହିଁ, ଦେଶର ଚାରି କୋଟି ଗରିବଙ୍କୁ ମଧ୍ୟ ମିଳିଛି । ପିଏମ୍ ମୋଦୀ ଅଯୋଧ୍ୟାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ସ୍ମରଣ କରିଛନ୍ତି । ପିଏମ୍ ମୋଦୀ ଜାନୁଆରୀ ୩୦ କଥା ଉଲ୍ଲେଖକରି କହିଥିଲେ ଯେ ଆଜିର ଦିନରେ ଆଣ୍ଡାମାନରେ ୧୯୪୩ ମସିହାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ପତାକା ଉଡାଇ ସ୍ୱାଧୀନତାର ଘୋଷଣା କରିଥିଲେ । ଆଜି ଆମେ ଏହି ସ୍ୱାଧୀନତାର ସଂକଳ୍ପକୁ ଆଗକୁ ବଢାଉଛି । ବିକଶିତ ସଂକଳ୍ପକୁ ଆଗକୁ ନେଇ ବଢୁଛି । ବିକାଶ କାର୍ଯ୍ୟକୁ ଆଗକୁ ବଢା ଯାଉଛି ।
ପାକିସ୍ତାନୀମାନେ ମଧ୍ୟ ରାମଙ୍କୁ ଘୃଣା କରନ୍ତି ନାହିଁ: ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍
ନୂଆଦିଲ୍ଲୀ : କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍ ବିରୋଧୀ ଦଳର ନେତାମାନଙ୍କୁ କିଛି ପରାମର୍ଶ ଦେଇଛନ୍ତି । ଆଚାର୍ଯ୍ୟ ପ୍ରମୋଦ କହିଛନ୍ତି, ବିରୋଧୀ ଦଳର ନେତାମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିରୋଧ କରିବା ଉଚିତ କିନ୍ତୁ ତାଙ୍କୁ ଘୃଣା କରିବା ଉଚିତ ନୁହେଁ । ମୁଁ ରାମଜୀଙ୍କ ପୁନରାଗମନ ପାଇଁ ସମଗ୍ର ଭାରତବାସୀଙ୍କୁ ଅଭିନନ୍ଦନ ଜଣାଉଛି । ରାମ ହେଉଛନ୍ତି ଭାରତର ଆତ୍ମା ଏବଂ ରାମଙ୍କ ବିନା ଭାରତର କଳ୍ପନା କରାଯାଇପାରିବ ନାହିଁ । ଏପରିକି ପାକିସ୍ତାନୀମାନେ ରାମଙ୍କୁ ଘୃଣା କରନ୍ତି ନାହିଁ, ତେଣୁ ଭାରତରେ ଶ୍ରୀ ରାମଙ୍କୁ କୌଣସି ବିରୋଧ କରିବା ଉଚିତ ନୁହେଁ, ରାମ ପ୍ରତ୍ୟେକ କୋଣରେ ଉପସ୍ଥିତ ଅଛନ୍ତି । କଲ୍କୀ ପିଠାଧୀଶ୍ୱର ଆଚାର୍ଯ୍ୟ ପ୍ରମୋଦ କହିଛନ୍ତି, ଜାନୁୟାରୀ ୨୨ରେ ରାମ ମନ୍ଦିରର ପ୍ରାତିଷ୍ଠା କରାଯିବା ଏକ ସୌଭାଗ୍ୟର ବିଷୟ । ମହାତ୍ମା ଗାନ୍ଧୀଙ୍କ ଦ୍ୱାରା କଳ୍ପନା କରାଯାଇଥିବା ରାମରାଜ ଆଜି କାର୍ଯ୍ୟକାରୀ ହେଉଛି । ଯେଉଁମାନେ ରାମଙ୍କୁ ଘୃଣା କରନ୍ତି, ସେମାନେ ଭାରତୀୟ ରାଜନୀତିରେ ସ୍ଥାନ ପାଇବା ଉଚିତ୍ ନୁହେଁ । ଯେଉଁମାନେ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ପାଇଛନ୍ତି, ସେମାନେ ନିଶ୍ଚୟ ଯିବେ, ଏହା ସେମାନଙ୍କର ଭାଗ୍ୟ ଏବଂ ଯେଉଁମାନେ ନ ଯାଆନ୍ତି ସେମାନଙ୍କ ଦୁର୍ଭାଗ୍ୟ । ରାମଜୀଙ୍କ ଜୀବନ ସମର୍ପଣ କାର୍ଯ୍ୟକ୍ରମ ସମସ୍ତ ଭାରତୀୟଙ୍କ ପାଇଁ ଉତ୍ସବର ବିଷୟ, ସମସ୍ତେ ଏହି ଦିନକୁ ଏକ ପର୍ବ ପରି ପାଳନ କରିବା ଉଚିତ୍ । ଆଚାର୍ଯ୍ୟ ପ୍ରମୋଦ ତାଙ୍କ ବକ୍ତବ୍ୟ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି । କେବଳ ଏତିକି ନୁହେଁ, ସେ ଇଣ୍ଡିଆ ସହଯୋଗୀ ଦଳକୁ ମଧ୍ୟ ଟାର୍ଗେଟ କରୁଛନ୍ତି ।
ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଶ୍ରୀଲିଙ୍ଗରାଜଙ୍କୁ ନିମନ୍ତ୍ରଣ ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୨ରେ ହେବାକୁ ଥିବା ଅଯୋଧ୍ୟା ରାମ ମନ୍ଦିରର ଭବ୍ୟ ପ୍ରତିଷ୍ଠା ଉତ୍ସବ ପାଇଁ ଶନିବାର ଏକାମ୍ରକ୍ଷେତ୍ରର ଅଧୀଶ୍ୱର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସମେତ ବିଭିନ୍ନ ମନ୍ଦିରକୁ ନିମନ୍ତ୍ରଣ କରାଯାଇଛି । ରାମ ମନ୍ଦିର ଓଡ଼ିଶା ଶାଖାର ସଭ୍ୟମାନେ ନଡ଼ିଆ, ଗୁଆ, ଚାଉଳ ଓ ନିମନ୍ତ୍ରଣପତ୍ର ଚାରି ନିଯୋଗଙ୍କୁ ଦେଇଛନ୍ତି । ଏଥିରେ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ବଡ଼ୁ ନିଯୋଗ ଓ ସମର୍ଥା ନିଯୋଗର ସମ୍ପାଦକମାନଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ଏହାସହ ଲିଙ୍ଗରାଜଙ୍କର ପାଳିଆ ବଡ଼ୁଙ୍କୁ ମଧ୍ୟ ଏହି ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ନିମନ୍ତେ ନିମନ୍ତ୍ରଣ କରାଯାଇଛି ।
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ମୁମ୍ବାଇରେ ଦୀପାବଳି ପାଳିବାକୁ କହିଲେ ଏକନାଥ
ମୁମ୍ବାଇ: ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଅଯୋଧ୍ୟା ବ୍ୟତୀତ ଅନ୍ୟ ରାଜ୍ୟରେ ମଧ୍ୟ ରାମ ମନ୍ଦିରକୁ ନେଇ ବିଭିନ୍ନ ପ୍ରକାରର ଚର୍ଚ୍ଚା ହେଉଛି । ଏହି କ୍ରମରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ଅବସରରେ ମୁମ୍ବାଇରେ ଦୀପାବଳି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାମ ମନ୍ଦିରର ଉଦଘାଟନୀ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ମୁମ୍ବାଇର ସମସ୍ତ ମନ୍ଦିର ଏବଂ ପ୍ରମୁଖ ଅଟ୍ଟାଳିକାକୁ ବିଦ୍ୟୁତକରଣ କରିବାକୁ ବିଏମସି କମିସନରଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁମ୍ବାଇରେ ଏକ ସ୍ୱଚ୍ଛତା ଅଭିଯାନକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି, ‘‘ଜାନୁଆରି ୨୨ ତାରିଖରେ ରାମ ମନ୍ଦିର ଉଦଘାଟନ ହେବ । ମୁଁ ବିଏମସି କମିସନରଙ୍କୁ ସମଗ୍ର ମୁମ୍ବାଇ ସହରରେ ଦୀପାବଳି ପାଳନ କରିବାକୁ କହିବାକୁ ଚାହୁଁଛି । ମନ୍ଦିର ଏବଂ ଅଟ୍ଟାଳିକାରେ ସାଜସଜ୍ଜା ଆଲୋକ ମଧ୍ୟ ସ୍ଥାପନ କରାଯିବା ଉଚିତ୍ ।’’ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘‘ରାମ ମନ୍ଦିର ସ୍ୱର୍ଗତ ବାଲାସାହେବ ଠାକରେ ଏବଂ ଭଗବାନ ରାମଙ୍କ ଭକ୍ତଙ୍କ ସ୍ୱପ୍ନ ଥିଲା । ମୋଦୀଜୀ ରାମ ମନ୍ଦିର ନିର୍ମାଣର ସ୍ୱପ୍ନକୁ ବାସ୍ତବରେ ପରିଣତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଯାହା କହିଛନ୍ତି ତାହା ପୂରଣ କରନ୍ତି । ସମସ୍ତେ ମୋଦିଙ୍କ କଥା ଉପରେ ବିଶ୍ୱାସ କରନ୍ତି ।’’ ଯେତେବେଳେ ରାମ ମନ୍ଦିରର ଉଦ୍ଘାଟନ ରାଜନେତିକୖ ଲାଭ ପାଇଁ ବ୍ୟବହୃତ ହେଉଛି କି ବୋଲି ପଚରାଯିବାରୁ ସିନ୍ଦେ କହିଛନ୍ତି ଯେ ‘‘ରାମ ମନ୍ଦିର ଲୋକଙ୍କ ବିଶ୍ୱାସର ବିଷୟ, ତେଣୁ ଏହା ଏକ ରାଜନୈତିକ ପ୍ରସଙ୍ଗ ହୋଇପାରିବ ନାହିଁ ।’
ଜାନୁୟାରୀ ୨୨ପରେ ତ୍ରେତୟା ଯୁଗ କଥା ମନେପଡ଼ିବ: ଯୋଗୀ ଆଦିତ୍ୟନାଥଲକ୍ଷ୍ନୌ :କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନୂଆ ବର୍ଷର ପ୍ରଥମ ଦିନ ସୋମବାର ୟୁପିରେ ମଥୁରା ପରିଦର୍ଶନ କରିଛନ୍ତି । ଏହି ସମୟରେ ରାଜନାଥ ସିଂ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୃନ୍ଦାବନରେ ବାଳିକାମାନଙ୍କ ପାଇଁ ‘ସମ୍ବିଦ ଗୁରୁକୁଳମ, ସୈନିକ ସ୍କୁଲ’ ଉଦ୍ଘାଟନ କରିଥିଲେ । ଏହା ପରେ ଭାଜପାର ଉଭୟ ବରିଷ୍ଠ ନେତା ତିନି ଦିନିଆ ଷଷ୍ଠୀପୂର୍ତ୍ତି ମହୋତ୍ସବଙ୍କୁ ସମ୍ବୋଧିତ କରିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ଜାନୁୟାରୀ ୨୨ରେ ରାମଲଲାଙ୍କ ପ୍ରତିଷ୍ଠା ପରେ ତ୍ରେତୟା ଯୁଗ କଥା ମନେ ପଡ଼ିଯିବ । ଏହି କାର୍ଯ୍ୟକ୍ରମରେ ସିଏମ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଆଜି ବିଶ୍ୱରେ ଭାରତର ସମ୍ମାନ ବୃଦ୍ଧି ପାଇଛି । ଏକ ନୂତନ ଭାରତ ଦୃଶ୍ୟମାନ ହେଉଛି, ଯେଉଁମାନେ ଅଯୋଧ୍ୟାଙ୍କ ନାମ ନେବାକୁ ସଙ୍କୋଚ କରୁଥିଲେ, ସେମାନେ ବର୍ତ୍ତମାନ କହୁଛନ୍ତି ଯେ ଯଦି ନିମନ୍ତ୍ରଣ ମିଳିବ, ତେବେ ଆମେ ମଧ୍ୟ ସେଠାକୁ ଯିବୁ । ତେଣୁ ପରିବର୍ତ୍ତନ ଅଛି । ଏହାପୂର୍ବରୁ ଅଯୋଧ୍ୟା ଗଠନରେ ସେଠାକାର ରାସ୍ତାଗୁଡ଼ିକ ଗୋଟିଏ ରେଳ ଲାଇନ ସହିତ ସଂଯୁକ୍ତ ଥିଲା ଏବଂ ଟ୍ରେନ୍ଗୁଡ଼ିକ କାଁ ଭାଁ ବେଳେବେଳେ ଚାଲୁଥିଲା । ଆଜି ଅଯୋଧ୍ୟା ଭିତରେ ଆପଣ ୪ ଏବଂ ୬ ଲେନ୍ର ରାସ୍ତା ଦେଖିବାକୁ ମିଳିବ । ୨୨ ଜାନୁଆରୀ ପରେ ଅଯୋଧ୍ୟାକୁ ଯାଆନ୍ତୁ, ଆପଣ ତ୍ରେତୟା ଯୁଗ କଥା ମନେ ପକାଇବେ
ଗଜପତିରେ ପହଞ୍ଚିଲା ଅଯୋଧ୍ୟାର ଅକ୍ଷତ କଳସ ରାଉରକେଲା: ରାଉରକେଲା ମିନିଟ୍ରକ୍ ମାଲିକ ମହାସଂଘ ତରଫରୁ ନୂଆବର୍ଷ ଓ ମକର ସଂକ୍ରାନ୍ତି ଉପଲକ୍ଷେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ସୈନ୍ୟାସୀ ନାୟକଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ କାଳନ୍ଦୀ ପ୍ରଧାନଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାସଂଘର କର୍ମକର୍ତ୍ତାମାନେ ଯୋଗଦେଇ ପରସ୍ପରକୁ ଅଭିନନ୍ଦନ ଜଣାଇବା ସହ ଭାବ ବିନିମୟ କରିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ନାୟକ ସଭାପତିତ୍ୱ ଅଭିଭାଷଣ ସହ ସମସ୍ତଙ୍କ ମଧ୍ୟରେ ଐକ୍ୟ ବଦ୍ଧତା ଓ ଭାଇଚାରା ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ । ସାଧାରଣ ସମ୍ପାଦକ ଶ୍ରୀ ପ୍ରଧାନ ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । କାର୍ଯ୍ୟକାରୀ ସମ୍ପାଦକ ରାମପ୍ରଭେଶ ସାହୁ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ କୁଞ୍ଜବିହାରୀ ରାଉତ, ସଞ୍ଜୟ ସାହୁ, ସୁବାସ ଚନ୍ଦ୍ର ଗୁପ୍ତା ଓ ଅନୁଷ୍ଠାନର ସକ୍ରିୟ ସଦସ୍ୟ ଭାବେ ସୁଧାଂଶୁ ନାୟକ,ସୁମିତ ସିଂ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବନ୍ଧୁମିଳନ ଉପଲକ୍ଷେ କେକ କଟାଯାଇ ସମସ୍ତଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଧନଞ୍ଜୟ ତିୱାରୀ, ଗଣେଶ ରାଉତ, ଶ୍ରୀନିବାସ ପଣ୍ଡା,ସମୀମ କ୍ୟୁରେସୀ, ଛୋଟେଲାଲ ସିଂ, ଦିଲ୍ଲିପ ଦାସ, ପ୍ରକାଶ ସାହୁ, ଶ୍ରୀକାନ୍ତ ଦାସ, ଦେବେନ୍ଦ୍ର ପ୍ରଧାନ, ରାଜକୁମାର ଭୋଇ, ରାଜୁ ଯାଦବ, ହେମାନନ୍ଦ ମହନ୍ତ, ନୃସିଂହ ଚରଣ ଶତପଥୀ,ଆୟୁବ ଖାନ୍, ମୁକେଶ ଯାଦବ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ପାରଳାଖେମୁଣ୍ଡି,(ପିପିଏସ): ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ହେବ । ଏନେଇ ସେଠାରୁ ପୁଷ୍ପ, ଅକ୍ଷତ କଳସ ପାରଳାଖେମୁଣ୍ଡିରେ ପହଁଚିଛି । ସେଠାରୁ ଏକ ଭବ୍ୟ ସଂକୀର୍ତ୍ତନ ଓ ସମ୍ବଦ୍ଧନାରେ ଏହା କାଶୀନଗର ନିଆଯାଇଛି । ଏହାକୁ ନେଇ ଜଗନ୍ନାଥ ମଠ ମହନ୍ତ ପଦ୍ମ ଚରଣ ଦାସ ଓ ସମ୍ବଦ୍ଧନା କମିଟି ସଢ ଭାପତି ରମାକା କାନ୍ତ ପାତ୍ର, ଭକ୍ତ ଦୁଃଖୁଶ୍ୟାମ ଲେଙ୍କା ନେଇ ଶ୍ରୀ ଜଗନ୍ନାଥ ମନ୍ଦିରରେ ମନ୍ଦି ରଖୁଛନ୍ତି । ଏହି ଅକ୍ଷତ ପୁଷ୍ପ ଓ ସମସ୍ତ ଘରେ । ଘରେ ଆସନ୍ତା ଏକ ତାରିଖରୁ ପହଞ୍ଚାଇ ଦିଆଯିବ । ସୂଚନା ଦେଇ ଦୀପାବଳି ଶ୍ରୀ ରାମଙ୍କ ଫଟୋ ସହରର ବୋଲି ଶ୍ରୀ ରମାକାନ୍ତ ପାତ୍ର ଦେଇଛନ୍ତି । ଆସନ୍ତା ୨୨ତାତିଖରେ ମନ୍ଦିର ପ୍ରତିଷ୍ଠା ଦିନ ସମସ୍ତେ ଯେଭଳି ବଳି ବନଇବେ ଓ ସମସ୍ତଙ୍କ ଘରେ ଦୀପ ପ୍ରଜ୍ଜ୍ୱଳନ, କଳସି ସ୍ଥାପନ କରି ପୂଜା କରିବାକୁ ଅନୁରୋଧ କରାଯାଇଛି । ସେହିଦିନ ଏକ ଆଧ୍ୟାତ୍ମିକ ମହୋଲ ସୃଷ୍ଟି କରିବା ଲକ୍ଷ୍ୟରେ ରେ ଏହା ଆୟୋଜନ ଜନ କରାଯିବ ବେ ବୋଲି ରମାକାନ୍ତ ସୂଚନା ଦେଇଛନ୍ତି ।
ମହାପ୍ରଭୁଙ୍କୁ ଆସିଲା ରାମଲାଲାଙ୍କ ଡାକରା
ପୁରୀ : ଅଯୋଧ୍ୟାରୁ ଶ୍ରୀକ୍ଷେତ୍ରକୁ ଆସିଲା ନିମନ୍ତ୍ରଣ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ମହାପ୍ରଭୁଙ୍କୁ ଡାକରା । ଆଜି ପୁରୀ ଶ୍ରୀମନ୍ଦିରରେ ପହଞ୍ଚିଛି ଅଯୋଧ୍ୟା ଶ୍ରୀରାମ ମନ୍ଦିରରୁ ନିମନ୍ତ୍ରଣ ପତ୍ର । ଯେଉଁଥିରେ ୨୨ ତାରିଖର କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ତଥ୍ୟ ରଖାଯାଇଛି । ୨୨ ତାରିଖରେ ଘରେ ଘରେ ହନୁମାନ ଚାଳିସା ପାଠ କରିବା ସହ ଶ୍ରୀରାମଙ୍କ ନାମ ଜପ କରିବାକୁ କୁହାଯାଇଛି । ଏବେ ଶ୍ରୀକ୍ଷେତ୍ରକୁ ନିମନ୍ତ୍ରଣ ଆସିବା ପରେ ଖୁସିର ମାହୋଲ୍ ଖେଳି ଯାଇଛି । ଅଯୋଧ୍ୟା ରାମ ମନ୍ଦିର ଆସନ୍ତା ୨୨ ରେ ପ୍ରାଣ ପ୍ରତିଷ୍ଠା କରାଯିବ । ଦିନ ଯେତିକି ପାଖଉଛି, ଉତ୍କଣ୍ଠା ସେତିକି ବଢ଼ୁଛି । ଆସନ୍ତା ୨୨ ରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇ ସାରିଛି । ଏଥିପାଇଁ ଜୋରଦାର କାମ ମଧ୍ୟ ଆଗେଇ ଚାଲିଛି । କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ପାଖାପାଖି ୭୦୦୦ ଲୋକଙ୍କୁ ନିମନ୍ତ୍ରଣ ଦିଆ ଯାଇଛି । ସେମାନଙ୍କ ମଧ୍ୟରେ ଦେଶର ଅନେକ ବଡ଼ ବଡ଼ ଲୋକ ରହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆରଏସଏସ ମୁଖ୍ୟ ମୋହନ ଭଗତଙ୍କ ସମେତ ୩୦୦୦ ଭିଭିଆଇପିଙ୍କୁ ନିମନ୍ତ୍ରଣ ମିଳିଛି ।
ଶ୍ରୀରାମମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ହିନ୍ଦୁ ସମାଜ ଓ ଶ୍ରୀରାମ ନବମୀ ପାଳନ ସମିତିର ପ୍ରସ୍ତୁତି ବୈଠକ
ଜୟପୁର : ଆସନ୍ତା ଜାନୁଆରି ୨୨ ତାରିଖରେ ବହୁ ପ୍ରତିକ୍ଷୀତ ଭବ୍ୟରାମମନ୍ଦିର ଅଯୋଧ୍ୟାରେ ପ୍ରତିଷ୍ଠା ହେବାକୁ ଯାଉଛି । ସେଦିନର କାର୍ଯ୍ୟକ୍ରମକୁ ସ୍ମରଣୀୟ ଓ ଆଧ୍ୟାତ୍ମିକତାମୟ କରିବା ପାଇଁ ଶ୍ରୀରାମ ନବମୀ ପାଳନ ସମିତି ଓ ହିନ୍ଦୁ ସମାଜ ପକ୍ଷରୁ ଚୈତନ୍ୟ ମନ୍ଦିର ପରିସରରେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।୨୨ତାରିଖ ଦିନ ପାରାବେଡ଼ା ଝାଙ୍କର ଦେଇ ମନ୍ଦିରରୁ ଶୋଭାଯାତ୍ରା ବାହାରି ରଜାନଗର ରଘୁନାଥ ମନ୍ଦିର ପର୍ଯ୍ୟନ୍ତ କରାଯିବ । ଶୋଭାଯାତ୍ରାରେ ଅଧ୍ୟାତ୍ମିକତାମୟ କରିବା ପାଇଁ ନାମସଂକୀର୍ତ୍ତନ କରାଯିବ । ଆବାହକ ନିରଂଜନ ପାଣିଗ୍ରାହୀ ବୈଠକକୁ ସଂଯୋଜନା କରିଥିବା ବେଳେ ରଜନୀକାନ୍ତ ନାୟକ, ସତୀଶ ନନ୍ଦ, ଲଲିତ ଅଗ୍ରୱାଲ, ସନ୍ଦୀପ ଦଳାଇ, ସଂଯୋଜକ ବରୁଣ ଜୈନ ଓ ନିଖିଲ ସାହୁ ସହଯୋଗ କରିଥିଲେ । ଏହି ବୈଠକରେ ସହରର ବିଭିନ୍ନ ମନ୍ଦିର ପରିଚାଳନା କମିଟିର ସଦସ୍ୟ, ବରିଷ୍ଠ ନାଗରିକ, ବିଭିନ୍ନ ସଂଘର ସଭ୍ୟ, ସିୱା, ଗାୟତ୍ରୀ ପରିବାର, ବିଶ୍ୱହିନ୍ଦୁ ପରିଷଦ, ଇସ୍କନ, ଆରଏସଏସ୍ ଆଦିର କର୍ମକର୍ତ୍ତା ମାନେ ଭାଗ ନେଇଥିଲେ ।
ଅଯୋଧ୍ୟା ରାମ ମନ୍ଦିରର ସୁରକ୍ଷା ହେବ ଅତ୍ୟାଧୁନିକ
ଅଯୋଧ୍ୟା : ଆଗାମୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜନ ହେବ । ତେବେ ଏହି ଉତ୍ସବ ପୂର୍ବରୁ ମନ୍ଦିରର ସୁରକ୍ଷାରେ ବିଶାଳ ପରିବର୍ତ୍ତନ ହୋଇଛି । ଏଥିରେ ରାମ ମନ୍ଦିରର ସୁରକ୍ଷା ଦାୟିତ୍ୱ ଅଯୋଧ୍ୟା ପୋଲିସକୁ ନ୍ୟସ୍ତ କରାଯାଇଛି । ଏହା ପୂର୍ବରୁ ମନ୍ଦିରର ସୁରକ୍ଷା ଦାୟିତ୍ୱ ସିଆରପିଏଫ ଉପରେ ନ୍ୟସ୍ତ ଥିଲା । ହେଲେ ଏବେ ପ୍ରାଣ ପ୍ରତିଷ୍ଠା ଉତ୍ସବ ପରେ ସମଗ୍ର ମନ୍ଦିର ପରିସର ସମେତ ଅଯୋଧ୍ୟାର ସୁରକ୍ଷା ଦାୟିତ୍ୱ ପୋଲିସ ହାତରେ ରହିବ । ସୂଚନା ମୁତାବକ ୟୁପି ପୋଲିସ ମନ୍ଦିର ପରିସରରେ ସ୍ପେଶାଲ ଟାସ୍କଫୋର୍ସ ମୁତୟନ କରିବ । ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସିଆରପିଏଫ ଏପର୍ଯ୍ୟନ୍ତ ଅଯୋଧ୍ୟା ରାମ ମନ୍ଦିରର ସୁରକ୍ଷା ଦାୟିତ୍ୱରେ ଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଜନୈକ ଅଧିକାରୀ କହିଛନ୍ତି ଯେ ୧୯୯୨ ମସିହାରେ ବାବ୍ରି ମସଜିଦ ଭଙ୍ଗା ଘଟଣା ପରେ ସୁପ୍ରିମକୋର୍ଟ ପୁରା ରାମଜନ୍ମଭୂମି ପରିସରରେ ସିଆରପିଏଫ ମୁତୟନ କରିଥିଲେ । ଏହା ପରଠାରୁ ପରିସର ସୁରକ୍ଷା ଏପର୍ଯ୍ୟନ୍ତ ସିଆରପିଏଫ କରିଆସୁଥିଲା । ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ନିମନ୍ତେ ତାରିଖ ଧାର୍ଯ୍ୟ ହୋଇଛି । ଏହା ପରେ ମନ୍ଦିରର ସୁରକ୍ଷା ଦାୟିତ୍ୱ ୟୁପି ବିଶେଷ ସୁରକ୍ଷା ବଳ( ଏସଏସଏଫ) ଉପରେ ନ୍ୟସ୍ତ ହେବ । ରାମ ମନ୍ଦିରର ସୁରକ୍ଷା ଯେଉଁ ଏସଏସଏଫ ଜବାନଙ୍କ ହାତରେ ନ୍ୟସ୍ତ ରହିବ ସେମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ରହିବେ । ସୁରକ୍ଷା ଲାଗି ଜବାନମାନଙ୍କୁ ବିଶେଷ ରୂପେ ପ୍ରଶିକ୍ଷିତ ମଧ୍ୟ କରାଯାଇଛି । ମନ୍ଦିର ପରିସରର ସୁରକ୍ଷା ନିମନ୍ତେ ଆଧୁନିକ କଣ୍ଟ୍ରୋଲ ରୁମ ମଧ୍ୟ ତିଆରି ହୋଇଛି । ଏହା ଛଡା ପରିସରରେ ବୋମା ବିପଦର ମୁକାବିଲା ନିମନ୍ତେ ବୋମା ନିରୋଧକ ସ୍କ୍ୱାର୍ଡ ଓ ଡଗ ସ୍କ୍ୱାର୍ଡକୁ ମଧ୍ୟ ମୁତୟନ କରାଯିବ । ରାମ ମନ୍ଦିର ପରିସରର ସୁରକ୍ଷା ନିମନ୍ତେ ଏବେ ୬ ବଟାଲିୟନ ସିଆରପିଏଫ ମୁତୟନ ଅଛନ୍ତି । ଏଥିରେ ଏକ ମହିଳା ବଟାଲିୟନ ମଧ୍ୟ ଅଛି । ବଟାଲିୟନରେ ମୁତୟନ ଜବାନ ରେଡ ଜୋନର ସୁରକ୍ଷା କରୁଛନ୍ତି । ଏହା ଛଡା ପିଏସିର ୧୨ କମ୍ପାନୀ ମଧ୍ୟ ସୁରକ୍ଷାରେ ମୁତୟନ ଅଛନ୍ତି । ଏହା ବାଦେ ବାହାରର ସୁରକ୍ଷା ନିମନ୍ତେ ୟୁପି ପୋଲିସ ମୁତୟନ ରହୁଛି ।
ରାମ ମନ୍ଦିର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଦିନ ବ୍ରତ ରଖିବେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ : ଜାନୁଆରୀ ୨୨ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମ ମନ୍ଦିର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଗୁପ୍ତ ଭୋଟ ମାଧ୍ୟମରେ ରାମ ମନ୍ଦିର ପାଇଁ ପ୍ରତିମାକୁ ମଧ୍ୟ ଚୟନ କରାଯାଇଛି । ଏହି ମହାନ କାର୍ଯ୍ୟକ୍ରମରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ମଧ୍ୟ ଅଯୋଧ୍ୟା ଯିବେ ଏବଂ ସେ ଏହି ଦିନ ସେ ଉପବାସ ରଖିବେ । ଏହାପୂର୍ବରୁ ଜାନୁଆରୀ ୧୬ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂକଳ୍ପିତ ହୋଇଥିବା ଅକ୍ଷତଙ୍କୁ ଅଯୋଧ୍ୟାରେ ପହଞ୍ଚାଯିବ । ଅକ୍ଷତ ପହଞ୍ଚିବା ପରେ ୭ଦିନର ରୀତିନୀତି ଆରମ୍ଭ ହେବ । ଶାସ୍ତ୍ରୀୟ ନିୟମ ଏବଂ ପରମ୍ପରା ଅନୁଯାୟୀ, ଯଜମାନକୁ ଦିନସାରା ଉପବାସ କରିବାକୁ ପଡ଼ିବ ଏବଂ ସମସ୍ତ ଧାର୍ମିକ ରୀତିନୀତି ସଂପୂର୍ଣ୍ଣ କରିବାକୁ ପଡ଼ିବ । ଯେହେତୁ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ମୋଦି କରିବାକୁ ଯାଉଛନ୍ତି, ତେଣୁ ସେ ଦିନସାରା ଉପବାସ ରହିବେ ।
30-12-2023ଆଜି ରାମଲଲାଙ୍କ ଦିବ୍ୟ ମୂର୍ତ୍ତି ଚୟନଲକ୍ଷ୍ନୌ : ରାମନଗରୀ ଅଯୋଧ୍ୟାରେ ଜାନୁୟାରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ଦୃଷ୍ଟିରେ ରଖି ଶୁକ୍ରବାର ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ବୈଠକରେ ରାମଲାଲଙ୍କ ମୂର୍ତ୍ତି ଚୟନ କରାଯିବ । ଗର୍ଭଗୃହରେ ବିରାଜମାନ ହେବାକୁ ଥିବା ରାମଲଲାଙ୍କ ମୂର୍ତ୍ତି ଆଜି ଚୟନ କରାଯିବ । ଏହି ମୂର୍ତ୍ତି ଚୟନ ସହ ରାମଲଲାଙ୍କ ସ୍ୱରୂପକୁ ଦେଖିବାକୁ ରହିଥିବା ଅପେକ୍ଷାର ଅନ୍ତ ଘଟିବ । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ନିର୍ଦ୍ଦେଶ କ୍ରମେ ରାମଲଲାଙ୍କ ତିନୋଟି ମୂର୍ତ୍ତି ଦିନ-ରାତି ପରିଶ୍ରମ ଓ ଶ୍ରଦ୍ଧାଭାବରେ ନିର୍ମାଣ କରାଯାଇଛି । ଏଥିରେ ଭଗବାନ ରାମଙ୍କ ବାଳକ ସ୍ୱରୂପ ନଜର ଆସୁଛି ଏବଂ ତାଙ୍କ ଆଭାମଣ୍ଡଳ ବେଶ୍ ଆକର୍ଷଣୀୟ ହୋଇଛି । ଦେଶରେ ତିନିଜଣେ ବଛାବଛା ମୂର୍ତ୍ତିକାର ଅଯୋଧ୍ୟାର ରାମସେବକପୁରମରେ ରାମଲଲାଙ୍କ ତିନୋଟି ମୂର୍ତ୍ତି ନିର୍ମାଣ କରିଛନ୍ତି ।ଅଯୋଧ୍ୟା ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ପୂର୍ବରୁ ୟୁପି ସରକାରଙ୍କ ବଡ଼ ନିଷ୍ପତ୍ତି ୮୪ କୋସୀ ପରିକ୍ରମା ମାର୍ଗରେ ହୋଇପାରିବନି ମଦ ବିକ୍ରି
ନୂଆଦିଲ୍ଲୀ: ଆସନ୍ତାବର୍ଷ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବ ଆୟୋଜନ ହେବ । ଏଥିପାଇଁ ଉତ୍ତର ପ୍ରଦେଶ ସରକାର ଜୋ?ର୍ସୋ?ର୍ରେ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ନୂଆ ବିମାନବନ୍ଦର, ରେଳ ଷ୍ଟୋସନ୍ ଆଦିର କାର୍ଯ୍ୟ ଜାରି ରହିଛି । ଅନ୍ୟପଟେ ଯୋଗୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଅଯୋଧ୍ୟାର ୮୪ କୋସୀ ପରିକ୍ରମା ମାର୍ଗରେ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଛି । ଉତ୍ତରପ୍ରଦେଶ ଅବକାରୀ ମନ୍ତ୍ରୀ ନୀତିନ ଅଗ୍ରୱାଲ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ମହାସଚିବ ଚମ୍ପତ ରାୟଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି । ଏହି ଏରିଆ ମଧ୍ୟରେ ମଦ ବିକ୍ରି କରିବା କିମ୍ବା ପିଇବା ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଛି । ପୂର୍ବରୁ ଏହି ଏରିଆଗୁଡ଼ିକରେ ଥିବା ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ଅବକାରୀ ମନ୍ତ୍ରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ସେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ମହାସଚିବ ଶ୍ରୀ ଚମ୍ପତ ରାୟଙ୍କୁ ଭେଟିଥିଲେ । ସେ ହିଁ ପରିସର ନିକଟସ୍ଥ ଅଞ୍ଚଳକୁ ମଦ ମୁକ୍ତ ଅଞ୍ଚଳ ଘୋଷଣା କରିବାକୁ ପରାମର୍ଶ ଦେଇଥିଲେ । ତେଣୁ ୮୪ କୋଶି ପରିକ୍ରମା ମଦ ମୁକ୍ତ ଅଞ୍ଚଳ କରିବାକୁ ନୂଆ ନିର୍ଦ୍ଦେଶ ଜାରି କରାଯାଇଛି ବୋଲି ମନ୍ତ୍ରୀ ନୀତିନ ଅଗରୱାଲ୍ କହିଛନ୍ତି । ସୂଚନା ଥାଉକି, ଅଯୋଧ୍ୟା ସହିତ ଫୈଜାବାଦ, ବସ୍ତି, ଆମ୍ବେଦକର ନାଗର ଏବଂ ସୁଲତାନପୁର ଅଞ୍ଚଳ ମଧ୍ୟ ୮୪ କୋସି ପାରିକ୍ରମା ମାର୍ଗରେ ଆସୁଛି, ଏହିସବୁ ଅଞ୍ଚଲରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯିବ । ସେହିପରି ଏଠାରେ ପୂର୍ବରୁ ଥିବା ମଦ ଦୋକାନଗୁଡ଼ିକୁ ସ୍ଥାନାନ୍ତର କରାଯିବ । ମନ୍ତ୍ରୀ ନୀତିନ ଅଗ୍ରୱାଲ କହିଛନ୍ତି ଯେ ଦୋକାନଗୁଡ଼ିକୁ ସ୍ଥାନାନ୍ତର କରିବା ପାଇଁ ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଜାରି ରହିଛି । ଡିସେମ୍ବର ୨୦ ତାରିଖରେ ପ୍ରଧାନମନତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ଅଯୋଧ୍ୟ ରେଳ ଷ୍ଟେସନର ନାଁ ବଦଳି ଅଯୋଧ୍ୟ ଧାମ ରଖାଯାଇ ସାରିଛଅଯୋଧ୍ୟା- ପ୍ରାଣ ପ୍ରତୀଷ୍ଠା ସମାରୋହରେ ଅତିଥିମାନଙ୍କୁ ଗୀତା ପ୍ରେସ ପୁସ୍ତକ କରାଯିବ ପ୍ରଦାନଅଯୋଧ୍ୟା : ଜାନୁଆରୀ ୨୨ ରେ ଅଯୋଧ୍ୟାରେ ଶ୍ରୀ ରାମ ଲାଲାଙ୍କ ସମାରୋହରେ ଯୋଗ ଦେବାପାଇଁ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ତଥା ସଂଙ୍ଘ ମୁଖ୍ୟ ସମେତ ଅନ୍ୟାନ୍ୟ ବିଶେଷ ଅତିଥିମାନେ ଗୀତାପ୍ରେସ ଅଯୋଧ୍ୟା ଦର୍ଶନ\'ର ପ୍ରସାଦ ପାଇବେ । ପ୍ରକୃତ ମୂଲ୍ୟଠାରୁ କମ୍ ମୂଲ୍ୟରେ ଧାର୍ମିକ ପୁସ୍ତକ ପ୍ରଦାନ କରୁଥିବା ଗୀତା ପ୍ରେସ୍ ଏହି ପୁସ୍ତକ ମାଧ୍ୟମରେ ଶ୍ରୀ ରାମ ଜନ୍ମଭୂମି ଅଯୋଧ୍ୟାଙ୍କ ସାମଗ୍ରିକ ଦୃଷ୍ଟିକୋଣ ପ୍ରଦାନ କରିବାକୁ ପଦକ୍ଷେପ ନେଇଛି । ଏହି ପୁସ୍ତକରେ ଅଯୋଧ୍ୟା ଇତିହାସ, ପ୍ରମୁଖ ମନ୍ଦିର, ତୀର୍ଥଯାତ୍ରା ଏବଂ ସାଂସ୍କୃତିକ ଗୁରୁତ୍ୱ ବିଷୟରେ ଏକ ପରିଚୟ ରହିଛି । ଅଯୋଧ୍ୟାରେ ଶ୍ରୀ ରାମ ଲଲାଙ୍କ ସମର୍ପଣ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହି ଉତ୍ସବରେ ଗୀତା ପ୍ରେସ୍ ମଧ୍ୟ ସହଯୋଗ କରିବାକୁ ଯାଉଛି । ଏହି ଏ÷ାତିହାସିକ କାର୍ଯ୍ୟକ୍ରମରେ ଗୀତା ପ୍ରେସ ଦ୍ୱାରା ପ୍ରସ୍ତୁତ ପୁସ୍ତକ ଗୁଡିକୁ ପ୍ରସାଦରେ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ ଯାହା ଯୋଗ ଦେଇଥିବା ଭକ୍ତମାନଙ୍କୁ ଶ୍ରୀ ରାମ ମଣ୍ଡିର ତିର୍ଥ କ୍ଷେତ୍ରର ଟ୍ରଷ୍ଟ ପ୍ରଦାନ କରିବ । ଏହି ପୁସ୍ତକ ଗୁଡିକରେ ଅଯୋଧ୍ୟା ଦର୍ଶନ, ଅଯୋଧ୍ୟା ମହାତ୍ମା, କଲ୍ୟାଣ ପାତ୍ରିକାରେ ଶ୍ରୀ ରାମଙ୍କ ଏବଂ ଗୀତା ପ୍ରେସର ଡାଏରୀ ଅନ୍ତର୍ଭୁକ୍ତ ହେବ ।
29-12-2023ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ନିମନ୍ତ୍ରଣ ପତ୍ର କୋଷାଗୁମୁଡ଼ା: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଗୁରବାର ସଦର ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅଯୋଧ୍ୟା ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ନିମନ୍ତେ ନିମନ୍ତ୍ରଣ ପତ୍ର ଓ ଅକ୍ଷତ ଚାଉଳକୁ ବ୍ଲକର ସମସ୍ତ ୨୬ ଗୋଟି ପଞ୍ଚାୟତର ସମସ୍ତ ଗ୍ରାମ ଘରେ ଘରେ ମଧ୍ୟରେ ବଣ୍ଟନ ନିମନ୍ତେ ପ୍ରଦାନ କରାଯାଇଛି । ଏହି ଅବସରରେ ବ୍ଲକ ର ସମସ୍ତ ପଞ୍ଚାୟତରୁ ଦୁଇ ସହରୁ ଉର୍ଦ୍ଧ୍ୱ ଅଞ୍ଚଳ ବାସୀ ଉପସ୍ଥିତ ରହି ଭଜନ କୀର୍ତ୍ତନ କରିଥିଲେ । ଜାନୁଆରୀ ୧ ତାରିଖ ଠାରୁ ୧୫ ତାରିଖ ସୁଦ୍ଧା ଏହି ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ନିମନ୍ତ୍ରଣ ପତ୍ର ଓ ଅକ୍ଷତ ଚାଉଳ ପ୍ରତେକ ଘରେ ପହଁଞ୍ଚିବା ସହ ଜାନୁଆରୀ ୨୨ ରେ ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ଦିବସରେ ଘରେ ପାଞ୍ଚ ଗୋଟି ଦୀପ ପ୍ରଜ୍ୱଳନ କରିବା ସହ ପ୍ରତ୍ୟେକ ଗ୍ରାମରେ ମନ୍ଦିର ପ୍ରାଙ୍ଗଣରେ ଭଜନ, ନାମଯଜ୍ଞ, କୀର୍ତ୍ତନ ଆଦି କାର୍ଯ୍ୟ କ୍ରମ କରି ଏକ ଭକ୍ତିମୟ ବାତାବରଣ ଓ ପରିବେଶ ସୃଷ୍ଟି କରିବା ପାଇଁ ଚେଷ୍ଟା କରିବାକୁ ହେବ ବୋଲି ଆଲୋଚନା କରାଯାଇଥିଲା । ଆଗାମୀ ଏକ ତାରିଖ ଦିନ କୋଷାଗୁମୁଡ଼ା ପଞ୍ଚାୟତର ସମସ୍ତ ଗ୍ରାମ ମୁଖ୍ୟ ମନ୍ଦିର ମାନଙ୍କରେ ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ନିମନ୍ତ୍ରଣ ପତ୍ର ଓ ଅକ୍ଷତ ଚାଉଳ ଗ୍ରାମରେ ବିତରଣ ବ୍ୟବସ୍ଥା କରାଯାଇଛି ।
ବିଶ୍ୱହିନ୍ଦୁ ପରିଷଦର ଅକ୍ଷତ କଳସ ଶୋଭାଯାତ୍ରା କରଞ୍ଜିଆ: ଅଯୋଧ୍ୟାରେ ଆଗାମୀ ଜାନୁଆରୀ ମାସ ୨୨ ତାରିଖରେ ହେବାକୁ ଥିବା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ କରଞ୍ଜିଆ ଠାରେ ନିମନ୍ତ୍ରଣ ଓ ଅକ୍ଷତ ବିତରଣ ଅଭିଯାନ ବୁଧବାର ଦିନ ଠାରୁ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ସହଯୋଗରେ ଶୁଭାରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ କଳସ ଶୋଭାଯାତ୍ରା କରଞ୍ଜିଆ ରାମବାଟିକା ନିକଟରୁ ବାହାରି ସହର ପରିକ୍ରମା କରିଥିଲା । ଏହା ସମଗ୍ର କରଞ୍ଜିଆ ସହର ଓ ଗ୍ରାମାଞ୍ଚଳରେ ଘରେ ଘରେ ବୁଲି ଲୋକଙ୍କୁ ଅଯୋଧ୍ୟା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରଣ ଜଣାଇବ । ଏହି କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ସଦସ୍ୟ ଜଗବନ୍ଧୁ ମହାନ୍ତ, ସ୍ମୃତି ରଞ୍ଜନ ମହାନ୍ତ, ରୂପଧର ମହାନ୍ତ, ଦିଲ୍ଲୀପ କୁମାର ମହାନ୍ତ, ନାଣ୍ଡୁ ଦାସ,ସରୋଜ କର, ଗୈାର ଧଳ, କ୍ଷିରୋଦ ମହାନ୍ତ ବୋଧିରଜତ ମହାନ୍ତ, ଭାରତୀୟ ଜନତା ପାର୍ଟିର ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ,କୃଷକ ମୋର୍ଚ୍ଚା ସଭାପତି ମଦନମୋହନ ମହାନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ କୁମାର ମହାନ୍ତ,ଯୁଗଳ ନାଏକ ପ୍ରମୁଖଙ୍କ ସହ ବହୁ ସଂଖ୍ୟକ ଯୁବକ,ଯୁବତୀ ଓ ମହିଳା ଯୋଗଦାନ କରିଥିଲେ ।
ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଜଳାଯିବାକୁ ଥିବା ୧୦୮ ଫୁଟ ଲମ୍ବର ଧୂପକାଠିରେ ରହିଛି ଏହି ସ୍ୱତନ୍ତ୍ରତା ଅଯୋଧ୍ୟା: ଅଯୋଧ୍ୟାର ଭବ୍ୟ ରାମମନ୍ଦିରରେ ଆସନ୍ତା ଜାନୁଆରି ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ପ୍ରଧାନମନ୍ତ୍ରୀ ଏହାର ନୀତିକାନ୍ତି କରିବେ । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ବିଭିତ୍ତ ଲୋକ ବିଭିନ୍ନ ପ୍ରକାର ଉପାୟରେ ଏହି ଦିନକୁ ସ୍ମୃତି କରି ରଖିବା ପାଇଁ ଯୋଜନା କରିଛନ୍ତି । ଏହି ଅବସରରେ ଅଯୋଧ୍ୟାରେ ରାମଲାଲାଙ୍କ ପାଇଁ ୧୦୮ ଫୁଟ ଲମ୍ୱର ଧୂପକାଠି ତିଆରି କରାଯାଉଛି । ଏହି ସ୍ୱତନ୍ତ୍ର ଧୂପକାଠି ୩ ହଜାର ୪୨୮ କିଲୋଗ୍ରାମ ଓଜନ ବିଶିଷ୍ଟ ରହିଥିବା ବେଳେ ଏହାର ମୋଟେଇ ୩.୫ ଫୁଟ ରହିଛି । ଧୂପକାଠିର ବିଶେଷତ୍ୱ ହେଉଛି ଥରେ ଜଳିଲେ ଏହା ୪୫ ଦିନ ପର୍ଯ୍ୟନ୍ତ ଲିଭିବନାହିଁ । ଏହି ଧୂପକାଠିକୁ ଗୁଜରାଟର ବଡୋଦରା ତରସାଲି ଅଞ୍ଚଳରେ କାରିଗରମାନେ ତିଆରି କରିଛନ୍ତି । ଖୁବଶୀଘ୍ର ଏହାର ପ୍ରସ୍ତୁତି କାମ ଶେଷ ହୋଇଯିବ । ଜାନୁଆରି ୨୨ ତାରିଖରେ ପ୍ରଭୂ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଥିବା ବେଳେ ଜାନୁୟାରି ୧୬ ତାରିଖରେ ଧୂପକାଠିକୁ ଅଯୋଧ୍ୟାରେ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଜାନୁଆରି ପହିଲାରୁ ସ୍ୱତନ୍ତ୍ର ଟ୍ରକ ଯୋଗେ ଏହି ଧୂପକାଠିକୁ ଅଯୋଧ୍ୟା ନିଆଯିବ ।
ଅଯୋଧ୍ୟା ରାମ ମନ୍ଦିରରରୁ ଆସିଥିବା ନିମନ୍ତ୍ରଣ ଓ ଅକ୍ଷତ ପୂର୍ଣ୍ଣ-କଳସ କୁ ଛତ୍ରପୁର ସହରରେ ସ୍ବାଗତ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା !
ଛତ୍ରପୁର,-ଅଯୋଧ୍ୟା ରାମ ମନ୍ଦିରର ଭବ୍ୟ ରୂପେ ଯଥା ରୀତିନୀତିରେ ଯଜ୍ଞାନୁଷ୍ଠାନ ସହ ପ୍ରତିଷ୍ଠାତ୍ସୋବ ପାଳନ ହେବାକୁ ଯାଉଛି । ଏହି ଅବସରରେ ଅଯୋଧ୍ୟାରୁ ଆସିଥିବା ନିମନ୍ତ୍ରଣ ଏବଂ ଅକ୍ଷତ ପୂର୍ଣ୍ଣ-କଳସ କୁ ସ୍୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବୁଧବାର ପୂର୍ବାହ୍ନରେ ଛତ୍ରପୁର ବିଶ୍ୱେଶ୍ୱର ମନ୍ଦିର ଠାରୁ ସ୍ୱାଗତ ପୂର୍ବକ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଛତ୍ରପୁର ସହର ପରିକ୍ରମା ହୋଇଛି । ଏହି ଦିବ୍ୟ ପରିକ୍ରମା ଯାତ୍ରାରେ ସହରର ବିଭିନ୍ନ ଭକ୍ତଗୋଷ୍ଠୀ ସାମିଲ ହୋଇ ହରିବୋଲ ହୁଳାହୁଳି ଦେଇ ପ୍ରଭୁ ଶ୍ରୀରାମ ଙ୍କ ଜୟଗାନ କରି ଭକ୍ତିବାଦ ତଥା ସତ୍ୟ ସନାତନ ଧର୍ମର ମହତ୍ତ୍ର ଜାଗୃତି ଓ ଜନଜାଗରଣ ସୃଷ୍ଟି କରି ଭକ୍ତଜନ ମହାପ୍ରଭୁଙ୍କ କୃପା ଲାଭ କରିଛନ୍ତି । ଏହି ଶୋଭାଯାତ୍ରାରେ ପ୍ରଶାନ୍ତ କର, ସି.ଏଚ. ଦୟାନନ୍ଦ ସ୍୍ୱାମୀ ଙ୍କ ସମେତ ଛତ୍ରପୁରର ବଜରଙ୍ଗଦଳର ସେବାୟତଗଣ ଯୋଗଦେଇ ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
ଅଯୋଧ୍ୟା ରାମମନ୍ଦିରର ଭବ୍ୟ ଗର୍ଭଗୃହ
ଆଯୋଧ୍ୟା : ସାମ୍ନାକୁ ଆସିଲା ଅଯୋଧ୍ୟାରେ ର୍ନିମାଣ ହେଉଥିବା ଭବ୍ୟ ରାମମନ୍ଦିରର ଗର୍ଭଗୃହ । ରାମଲାଲାଙ୍କ ବିଗ୍ରହ ଯେଉଁ ସ୍ଥାନରେ ସ୍ଥାପନା ହେବ ତାହାର ଭବ୍ୟ ଦୃଶ୍ୟ ଏବେ ଦେଖିବାକୁ ମିଳିଛି । ଏହାର ଭାସ୍କର୍ଯ୍ୟ କଳା ଅତ୍ୟନ୍ତ ଅଦ୍ଭୁଦ, ଆଶ୍ଚର୍ଯ୍ୟ ଓ ଆକର୍ଷଣୀୟ । ଏଠାରେ ଆକର୍ଷଣୀୟ ଚିତ୍ରାକଳା ସ୍ଥାନ ପାଇଛି । ଭାରତୀୟ କଳାକୃତିରେ ଭବ୍ୟ ହୋଇଛି ମନ୍ଦିର । ଏହି ମହଲାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ୍ ସାଧାରଣ ସମ୍ପାଦକ ଚମ୍ପତ ରାୟ ସାମ୍ବାଦିକ ସମ୍ମିଳନୀ କରି ମନ୍ଦିର ବାବଦରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ୟମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ହନୁମାନ ଓ ଉତ୍ତର ଭାଗରେ ଦେବୀ ଅତ୍ତପୂର୍ଣ୍ଣାଙ୍କ ମନ୍ଦିର ରହିବ । ୭୦ ଏକର ଜମିରୁ କେବଳ ୨୦ ଏକର ଜମିରେ ରାମମନ୍ଦିର ର୍ନିମାଣ ହୋଇଛି । ମନ୍ଦିରକୁ ଆସିବାକୁ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ଏଠାରେ ଏକସଙ୍ଗରେ ୨୫ହଜାର ଶ୍ରଦ୍ଧାଳୁ ରହିପାରିବେ । ମନ୍ଦିରର ପରିସରରେ ଖାଇବା, ପିଇବା, କ୍ୟାଣ୍ଟିନ, ଶୌଚାଳୟ ଏହଂ ହସ୍ପିଟାଲର ବ୍ୟବସ୍ଥା ମଧ୍ୟ ରହିଛି । ଭୀତ୍ତକ୍ଷମଙ୍କ ପାଇଁ ଲିପ୍ଟର ବ୍ୟବସ୍ଥା ହୋଇଛି । ରାମମନ୍ଦିରରେ ମୋଟ୍ ୪୪ଟି ଦ୍ୱାର ରହିଛି । ୩୩ଟି ଶିଢ଼ି ଚଢିବା ପରେ ଶ୍ରଦ୍ଧାଳୁ ମୁଖ୍ୟ ଦ୍ୱାରରେ ପହଁଚିପାରିବେ । ପୂର୍ବ ଦ୍ୱାରରେ ପ୍ରବେଶ ଓ ଦକ୍ଷିଣ ଦ୍ୱାର ଦେଇ ଶ୍ରଦ୍ଧାଳୁମାନେ ପ୍ରସ୍ଥାନ କରିପାରିବେ । ଆସନ୍ତା ଜାନୁଆରୀ ୧୬ ତାରିଖରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ହେବ । ବୈଦିକ ଅନୁଷ୍ଠାନ ମୁଖ୍ୟ ସମାରୋହ ଗୋଟିଏ ସପ୍ତାହ ପୂର୍ବରୁ ହେବ । ପ୍ରତିଷ୍ଠା ସମାରୋହରେ ମୁଖ୍ୟ ପୂଜକ ଗଣେଶ୍ୱର ଶାସ୍ତ୍ରୀ ଏବଂ ଲକ୍ଷ୍ମୀକାନ୍ତ ଦିକ୍ଷୀô ଦ୍ୱାରା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ରାମମନ୍ଦିର ପ୍ରତିଷ୍ଠା ସମାରୋହରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶଙ୍କା ରହିଛି । ତେଣୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ସେହିପରି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୂରା ଅଯୋଧ୍ୟା ସିଆରପିଏଫ, ୟୁପିଏସଏସଏଫ୍ ଏବଂ ୟୁପି ପୋଲିସ୍ ନଜରରେ ରହିବ ।
ଅଯୋଧ୍ୟାରୁ ଆସିଥିବା ଅକ୍ଷତ କଳସକୁ ଭବ୍ୟ ସ୍ୱାଗତ
ଝରିଗାଁ,: ନବରଙ୍ଗପୁର ଜିଲ୍ଲାର ଝରୀଗାଁ ବ୍ଲକ ସଦର ମହକୁମା ଠାରେ ଅଯୋଧ୍ୟା ଶ୍ରୀରାମ ମନ୍ଦିର ରୁ ଆସିଥିବା ଅକ୍ଷତ କଳସକୁ ସ୍ଥାନୀୟ ଜନସାଧାରଣଙ୍କ ଦ୍ୱାରା ଭବ୍ୟ ସ୍ୱାଗତ କରାଯାଇଛି ।ସ୍ଥାନୀୟ ଝରୀଗାଁ ଅଞ୍ଚଳର ଶ୍ରୀରାମ ଭକ୍ତ, ବିଶ୍ୱହିନ୍ଦୁ ପରିଷଦର କର୍ମକର୍ତା, ବଜରଙ୍ଗ ଦଳ ର ସଦସ୍ୟ ସଦସ୍ୟା ଓ ସମସ୍ତ ହିନ୍ଦୁ ଧର୍ମର ଜନସାଧାରଣ ନାମ ସଂକୀର୍ତନ ସହ ନଗର ପରିକ୍ରମା କରିଥିବା ବେଳେ ସ୍ଥାନେ ସ୍ଥାନେ କଳସକୁ ବନ୍ଦାପନା କରାଯାଇଛି ।ଜୟ ଶ୍ରୀରାମ ଧ୍ୱନିରେ ଗୁଞ୍ଜରୀ ଉଠିଥିଲା ଝରୀଗାଁ ।ନଗର ପରିକ୍ରମା ପରେ ପ୍ରତି ପଂଚାୟତରୁ ଆସିଥିବା ଶ୍ରଦ୍ଧାଳୁ ନିଜ ନିଜ କଳସ ମୁଣ୍ଡେଇ ନିଜ ନିଜ ପଂଚାୟତକୁ ଫେରିଥିଲେ ।ଆସନ୍ତା ଜାନୁଆରୀ ମାସ ୨୨ତାରିଖ ଦିନ ଅଯୋଧ୍ୟା ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବାକୁ ଥିବାବେଳେ ଅଯୋଧ୍ୟା ଶ୍ରୀରାମ ମନ୍ଦିର କମିଟି ପକ୍ଷରୁ ଦେଶସାରା ଅକ୍ଷତ କଳସ ସାଙ୍ଗକୁ ନିମନ୍ତ୍ରଣ ପତ୍ର ପଠାଯାଇଛି ।ଏହି ଦାୟିତ୍ୱ ଆର ଏସ ଏସ ଦଳ ଓ ବିଶ୍ୱହିନ୍ଦୁ ପରିଷଦର ସଦସ୍ୟ ମାନଙ୍କୁ ସୋପାଯାଇଛି । ଦେଶର ସମସ୍ତ ଅତି ବିଶିଷ୍ଟ ବ୍ୟକ୍ତି ଓ ସମସ୍ତ ସାଧୁସନ୍ଥ ମାନଙ୍କୁ ଜାନୁଆରୀ ୨୨ତାରିଖ ଦିନ ଯୋଗଦେବା ପାଇଁ ନିମନ୍ତ୍ରିତ କରାଯାଇଥିବା ବେଳେ ସର୍ବସାଧାରଣଙ୍କୁ ମାର୍ଚ୍ଚ ମାସ ୩ତାରିଖରୁ ଯିବା ପାଇଁ ଅନୁରୋଧ କରାଯାଇଛି ।ତାଛଡା ୨୨ତାରିଖରେ ଦେଶର ସମସ୍ତ ଜନସାଧାରଣ ନିଜ ନିଜ ଘରେ ୫ଟି ଲେଖାଏ ଦୀପ ଜାଳିବା ସହିତ ସକାଳୁ ଉଠି ସୂର୍ଯ୍ୟ ନମସ୍କାର କରିବା ଓ ଉକ୍ତ ଦିନ ରାମନାମ ର ଜୟକାର କରିବା ସହିତ ଭଜନ କୀର୍ତ୍ତନ କରି ପରିବେଷକୁ ରାମମୟ କରିବାକୁ ଅନୁରୋଧ କରାଯାଇଛି ।ଆଜି ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଉମରକୋଟ ମୁନିସିପାଲିଟି, ଚନ୍ଦାହାଣ୍ଡି ବ୍ଲକ ଓ ଝରୀଗାଁ ବ୍ଲକରେ ଏହି ଅକ୍ଷତ କଳସ ସାଙ୍ଗକୁ ଶ୍ରୀରାମ ମନ୍ଦିରର ଭବ୍ୟ ଫୋଟୋ ଓ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଥିବା ସୂଚନା ମିଳିଛି ।ଅଯୋଧ୍ୟା ଶ୍ରୀରାମ ମନ୍ଦିରର ଅକ୍ଷତ ଚାଉଳ ପ୍ରତି ବ୍ଲକ, ପ୍ରତି ପଞ୍ଚାୟତ, ପ୍ରତି ୱାର୍ଡ ସାଙ୍ଗକୁ ପ୍ରତି ଘରେ ଯେପରି ପହଞ୍ଚି ପାରିବ ସେଥିପ୍ରତି ଆମେ ପୂର୍ଣ୍ଣ ସଜାଗ ରହିଛୁ ବୋଲି ବିଶ୍ୱହିନ୍ଦୁ ପରିଷଦର କର୍ମକର୍ତା ମାନେ କହିଛନ୍ତି । ଏହି ଭବ୍ୟ କାର୍ଯ୍ୟକ୍ରମ ରେ ଯୋଗ ଦେବାପାଇଁ ଦେଶର ସମସ୍ତ ଧାର୍ମିକ ସଂଗଠନ ଯଥା, ମହିମା ଧର୍ମ, ଗାୟତ୍ରୀ ଧର୍ମ, ଜୟଗୁରୁ ଧର୍ମ, ସମସ୍ତ ମଠ, ମନ୍ଦିର କୁ ନିମନ୍ତ୍ରଣ କରାଯାଇଛି ।ସନାତନ ଧର୍ମ ସହିତ ଜଡିତ ଥିବା ସମସ୍ତ ଧର୍ମର ଧର୍ମଗୁରୁ ଓ ଧର୍ମାବଲମ୍ବୀ ମାନଙ୍କୁ ଅଯୋଧ୍ୟା ଶ୍ରୀରାମ ମନ୍ଦିର କମିଟି ତରଫରୁ ସାଦର ନିମନ୍ତ୍ରଣ କରାଯାଇଥିବା ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲା ସମ୍ପାଦକ କହିଛନ୍ତି । ଝରିଗାଁ କର୍ମକର୍ତା ମାନଙ୍କ ମଧ୍ୟରେ ଭକଚନ୍ଦ ନାୟକ, ଶଙ୍କର ହାଲବା, ଯୋଗୀ ମାଳୀ, ମନଧର ଭତରା, ଭୁବନ ଭତରା, ରିଙ୍କୁ ଦଳେଇ, ମହେନ୍ଦ୍ର ଭତରା, ଉପେନ୍ଦ୍ର ନାଗ, ରମେଶ ବାଡ଼ତିଆ, ଗଣେଶ ରାୟ, ଇଶା ରାଓ, ସାବିତ୍ରୀ ଭତରା, ମିନତୀ ଦାସ, ପ୍ରମୁଖ ଉପସ୍ଥିତ ରହି ଦାୟିତ୍ୱ ବହନ କରିଥିଲେ ।
ଅକ୍ଷତ କଳସକୁ ନିଶ୍ଚିନ୍ତକୋଇଲିରେ ପୂଜାର୍ଚ୍ଚନା
ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ଠାରେ ଅକ୍ଷତ କଳସକୁ ପୂଜାର୍ଚ୍ଚନା କରାଯାଇଛି । ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମ ଚନ୍ଦ୍ରଙ୍କର ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଲୋକାର୍ପଣ ଅବ୍ୟବହିତ ପୂର୍ବରୁ ଆଜି ପୂର୍ବାହ୍ନରେ ଅଯୋଧ୍ୟାରୁ ଅକ୍ଷତ କଳସ ଆସି ନିଶ୍ଚିନ୍ତକୋଇଲି ରଘୁନାଥ ଜୀୟୁ ମଠରେ ସ୍ଥାପିତ ହୋଇଛନ୍ତି । ଅଭିଯାନ ପ୍ରମୁଖ ରଞ୍ଜନ କୁମାର ଦାସ ଅକ୍ଷତ କଳସକୁ ଧାରଣ କରିଥିଲେ । ତାଙ୍କ ସହିତ ଅଭିଯାନର କର୍ମକର୍ତା ଶଶିକାନ୍ତ ପଣ୍ଡା, କମଳାକ୍ଷ ପ୍ରସାଦ ଦାସ,ସୁବୋଧ କୁମାର ଷଢଙ୍ଗୀ,ମୀନକେତନ ଦାସ, ପ୍ରଫୁଲ ମହାପାତ୍ର,ଅଶୋକ କୁମାର ମହାପାତ୍ର ପ୍ରମୁଖ କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏକ ସୁସିତ ରଥ ନିଶ୍ଚିନ୍ତକୋଇଲି ବ୍ଲକ ଛକରୁ ବାହାରି ବଜାର ପରିକ୍ରମା କରି ସିଦ୍ଧ ହନୁମାନଙ୍କ ମନ୍ଦିରରେ ପହଂଚିଥିଲା । ଏହି ଶୋଭାଯାତ୍ରାରେ ନିଶ୍ଚିନ୍ତକୋଇଲି ଶିଶୁ ମନ୍ଦିର ପରିଚାଳନା କମିଟି ସଭାନେତ୍ରୀ ଦୀପାଂଞ୍ଜଳୀ ମିଶ୍ର, ସହସମ୍ପାଦିକା ବିଦୁଲତା ପଣ୍ଡା,ପ୍ରଧାନ ଆଚାର୍ଯ୍ୟ ପ୍ରାଣକୃଷ୍ଣ ମଲିକଙ୍କ ସମେତ ବିଦ୍ୟାଳୟର ଗୁରୁଜି ଗୁରୁମା ଯୋଗଦେଇଥିଲେ । ବିଦ୍ୟାଳୟ ଛାତ୍ର ମାନଙ୍କ ଦ୍ୱାରା ଘୋଷ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସପ୍ତଜ୍ୟୋତି ରାଉଳ,ପ୍ରସନ୍ନ କୁମାର ମହାପାତ୍ର,ରବିନ୍ଦ୍ର ସାଥୁଆ,ବାଇଧର ପଣ୍ଡା,କମଳାକାନ୍ତ ସାହୁ, ନିବାସ ଗାୟା,ସାନ୍ତପୁର ଓ ବିଲହାଟ ଶିଶୁ ମନ୍ଦିର ଗୁରୁଜୀ ଗୁରୁମା ସମେତ ଶତାଧିକ ରାମପ୍ରେମୀ ଯୋଗଦେଇଥିଲେ ।
2500 ବର୍ଷର ଆୟୁ ନେଇ ନିର୍ମାଣ ହେଉଛି ଶ୍ରୀରାମ ମନ୍ଦିର
ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପ୍ରସ୍ତୁତି ବୈଠକ
27-12-2023
କେନ୍ଦ୍ରାପଡା : ଅଯୋଧ୍ୟାରେ ହେବାକୁ ଥିବା ଶ୍ରୀ ରାମ ଲାଲାଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ କେନ୍ଦ୍ରାପଡା ଜିଲ୍ଲାରେ ବିଭିତ୍ତ କାର୍ଯ୍ୟକ୍ରମ କରିବା ପାଇଁ ସାମାଜିକ ସଂଗଠନ ଜୟ ରାଷ୍ଟ୍ର ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କୋର ଗ୍ରାମର ଶ୍ରୀଜଗତ୍ତାଥ ମନ୍ଦିର ଠାରେ ଅନୁଷ୍ଠିତ ବୈଠକରେ ବିଭିତ୍ତ ନିଷ୍ପତ୍ତି ନିଆଯାଇଛି । ମନ୍ଦିର ପ୍ରତିଷ୍ଠା ଦିବସ ଜାନୁଆରୀ ମାସ ୨୨ ତାରିଖ ଦିନ ୨ସକାଳୁ ଅନୁଷ୍ଠାନ ପକ୍ଷରୁ ଆୟବା ଗ୍ରାମରେ ନଗର ସଙ୍କୀର୍ତ୍ତନ କରାଯିବ । ପରେପରେ ଗୋପ ସ୍ଥିତ ରାମ ମନ୍ଦିରରେ ସ୍ୱ୍ତନ୍ତ୍ର ପୂଜାର୍ଚ୍ଚନା ଓ ବୃକ୍ଷ ରୋପଣ କରାଯିବ । ପୂର୍ବାହ୍ନରେ ଏକ ସୁଦୃଶ୍ୟ ରାମ ରଥ ବିଭିନ୍ନ ପଞ୍ଚାୟତ ପରିକ୍ରମା କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ସେହିପରି ସନ୍ଧ୍ର୍ୟାରେ କୋର ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ହନୁମାନ ଚାଳିଶା ପାଠ, ହୋମ, ପୂଜାର୍ଚ୍ଚନା କରାଯିବ । ରାମ ଲାଲାଙ୍କ ମନ୍ଦିର ପ୍ରତିଷ୍ଠା ଦିନ ପ୍ରତ୍ୟେକ ବ୍ୟକ୍ତି ସକାଳୁ ଶଙ୍ଖ ବାଦନ କରିବା ସହ ଘର ଆଗରେ ଶୁଭ କଳସ ସ୍ଥାପନ ଏବଂ ସନ୍ଧ୍ର୍ୟାରେ ଅତି କମରେ ୫ ଟି ଦୀପ ପ୍ରଜ୍ୱଳନ କରିବା ପାଇଁ ଜୟ ରାଷ୍ଟ୍ର ପକ୍ଷରୁ ନିବେଦନ କରାଯାଇଛି । ଏ ନେଇ ଲୋକମାନଙ୍କୁ ବାର୍ତ୍ତା ଦେବା ପାଇଁ ଅନୁଷ୍ଠାନର କର୍ମକର୍ତ୍ତା ଜିଲାର ବିଭିତ୍ତ ଅଞ୍ଚଳ ପରିକ୍ରମା କରି ସଭା କରିବା ସହ ବ୍ୟାନର, ପୋଷ୍ଟର ଲଗାଇବେ । ସମାଜସେବୀ ମଳୟ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଧ୍ୟାପକ ବୃନ୍ଦାବନ ଦାସ, ବିକାଶ ସ୍ୱ୍ାଇଁ, ରଶ୍ମି ରଞ୍ଜନ ସ୍ାଇଁ, ଜ୍ଞାନ ରଞ୍ଜନ ଦାସ, ପଦ୍ମ ଚରଣ ସୁତାର, ଟୁକୁନା ଜେନା, ବାସୁଦେବ ବେହେରା, ସୁଶାନ୍ତ ବେହେରା, ଚନ୍ଦ୍ରଭାନୁ ସାହୁ ପ୍ରମୁଖ ଯୋଗଦେଇଥିଲେ ।
ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଅକ୍ଷତ କଳସ ଶୋଭାଯାତ୍ରା
ଚିଲିକା: ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ନିମନ୍ତେ ବାଣପୁର ଓ ବାଲୁଗାଁରେ ଅକ୍ଷତ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସକାଳେ ଅଯୋଧ୍ୟାରୁ ଆସିଥିବା ଅଭିମନ୍ତ୍ରିତ ଅକ୍ଷତ କଳସ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟାଳୟରୁ ବାହାରି ପ୍ରତ୍ୟେକ ଖଣ୍ଡକୁ ହସ୍ତାନ୍ତର କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଚିଲିକା ଖଣ୍ଡ ପାଇଁ ଉକ୍ତ କାର୍ଯ୍ୟକ୍ରମର ପାଳକ ଅନନ୍ତ ପ୍ରସାଦ ସେଠି ଓ ଲକ୍ଷ୍ମୀଧର ଜେନା ଅକ୍ଷତ କଳସ ଆଣିଥିବାବେଳେ ବାଣପୁର ଖଣ୍ଡ ପାଇଁ ଶ୍ୟାମ ସୁନ୍ଦର ପ୍ରଧାନ ଅକ୍ଷତ କଳସ ଆଣିଥିଲେ । ଉକ୍ତ ଅକ୍ଷତ କଳସକୁ ବାଣପୁର ଓ ବାଲୁଗାଁ ସହରରେ ଭବ୍ୟ ସ୍ୱାଗତ କରାଯାଇଥିଲା । ଏକାଧିକ ରାମଭକ୍ତମାନେ ଉକ୍ତ ଅକ୍ଷତ କଳସକୁ ସ୍ୱାଗତ କରିବା ସହ ଫୁଲ, ହୁଳହୁଳି ଦେଇ ଦୀପ ଲଗାଇ ପୂଜାର୍ଚ୍ଚନା କରିଥିଲେ । ବାଲୁଗାଁରେ ଅକ୍ଷତ କଳସ ଶୋଭାଯାତ୍ରା ମାମୁଁ ଭଣଜା ପାହାଡ଼ ପାଦଦେଶରୁ ବାହାରି ହନୁମାନ ମନ୍ଦିର ପର୍ଯ୍ୟନ୍ତ ଯାଇଥିବାବେଳେ ବାଣପୁରରେ ବିଷରପାଟଣା ଛକରୁ ମା\' ଭଗବତୀ ମନ୍ଦିର ଯାଇ ରଙ୍କନାଥ ମନ୍ଦିର ଠାରେ ପହଞ୍ଚିଥିଲା । ଉକ୍ତ କାର୍ଯ୍ୟକ୍ରମରେ ଆରଏସଏସ ବାଣପୁର ଖଣ୍ଡ ସଂଘଚାଳକ ସତ୍ୟନାରାୟଣ ଷଡ଼ଙ୍ଗୀ, କାର୍ଯ୍ୟବାହ ପ୍ରଶାନ୍ତ ସୁପକାର, ସ୍ୱୟଂସେବକ ସୀତାରାମ ଅଗ୍ରୱାଲ, ସୁଶାନ୍ତ ସାହୁ, ମନେନ୍ଦ୍ର ଦାସ, ରବୀନ୍ଦ୍ର କୁମାର ସେଠି, ଅରୁଣ ଆଚାରୀ, ଚିନ୍ତାମଣି ମିଶ୍ର, ବସନ୍ତ ସୁବୁଦ୍ଧି, ନନ୍ଦ କିଶୋର ମିଶ୍ର, ବିଭୁଦେନ୍ଦୁ ରାଉତ ପ୍ରମୁଖ ସାମିଲ ଥିଲେ ।
ଚାନ୍ଦବାଲି କାଳୀ ମନ୍ଦିରଠାରେ ଅକ୍ଷତକୁ ଭବ୍ୟ ସ୍ୱାଗତ ଦିଆଯିବ
ଚାନ୍ଦବାଲି : ୨୦୨୪ ଜାନୁଆରୀ ୨୨ ତାରିଖରେ ଅଯୋଧାରେ ରାମଲାଲାଙ୍କ ମନ୍ଦିର ପ୍ରାଣ ପ୍ରତିଷ୍ଟା ନିମନ୍ତେ ଚାନ୍ଦବାଲିରେ ଘରେ ଘରେ ସମ୍ପର୍ଣ୍ଣ ହିନ୍ଦୁ ସମାଜରେ ନିମନ୍ତ୍ରଣ ଓ ଅକ୍ଷତ ପହଁଚିବା ପରେ ଆଜି ଚାନ୍ଦବାଲି କାଳୀ ମନ୍ଦିର ଠାରେ ଅକ୍ଷତକୁ ଭବ୍ୟ ସ୍ୱାଗତ କରାଯିବା ସହ ସହରରେ ସଂଙ୍କିର୍ତନ କରାଯାଇ ପରିକ୍ରମା କରାଯାଇଥିଲା । ଜାନୁଆରୀ ୧ ରୁ ୧୫ ମଧ୍ୟରେ ସମ୍ପୁର୍ଣ ହିନ୍ଦୁ ସମାଜରେ ଅକ୍ଷତ ବିତରଣ କରାଯାଇ ନିମନ୍ତ୍ରଣ କରାଯିବ । ଏଥିନେଇ ଆଜି ଚାନ୍ଦବାଲିରେ ଶ୍ରୀରାମ ମନ୍ଦିର ସଂଚାଳନ ସମିତି ପକ୍ଷରୁ ଅକ୍ଷତକୁ ଏକ ଆଧ୍ୟାମିକ ପରିବେଶ ମଧ୍ଯରେ ଶୋଭାଯାତ୍ରା କରି ସ୍ୱାଗତ କରାଯାଇଥିଲା ।
ଅଯୋଧ୍ୟାରୁ ଓଡ଼ଗାଁ ଆସିଲା ରାମ ଲାଲାଙ୍କ ଅକ୍ଷତ କଳସ
ଓଡ଼ଗାଁ, ୨୫/୧୨ : ଜାନୁଆରୀ ୨୨ ତାରିଖ ଅଯୋଧ୍ୟାରେ ଶ୍ରୀ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଦେଶରେ କାର୍ଯ୍ୟକ୍ରମ ସ୍ଥିର ହୋଇଥିବାବେଳେ ଦେଶର କୋଣ ଅନୁକୋଣରୁ ସମସ୍ତ ଭକ୍ତମାନେ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆନୁଷ୍ଠାନିକ ଭାବରେ ନିମନ୍ତ୍ରଣ କରିବା ନିମନ୍ତେ ଅଯୋଧ୍ୟାରୁ ଓଡ଼ଗାଁ ଆସିଲା ଅଭିମନ୍ତ୍ରିତ ଅକ୍ଷତ କଳସ । ଶ୍ରୀ ରାମ ଲାଲା ସଂଚାଳନ ସମିତି ଓଡ଼ଗାଁ ଶାଖାର କର୍ମକର୍ତ୍ତାମାନେ ନୟାଗଡ଼ ସଦର ମହକୁମା ଅକ୍ଷତ କଳସକୁ ଆଣି ଏକ ଗୟଲ ସିଂ ଠାକୁରାଣୀଙ୍କ ଠାରେ ପହଂଚିବା ପରେ ସେଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏବଂ ଏକ ବିଶାଳ ଶୋଭାଯାତ୍ରାରେ ଅକ୍ଷତ କଳସକୁ ଅଣାଯାଇ ଓଡ଼ଗାଁ ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିରରେ ରଖାଯାଇଥିଲା । ଓଡ଼ଗାଁ ବ୍ଲକସ୍ତରୀୟ ରାମ ଲାଲା ସଂଚାଳନ ସମିତିର ସଭ୍ୟମାନେ ଉକ୍ତ ଅଭିମନ୍ତ୍ରିତ ଅକ୍ଷତକୁ ନେଇ ବ୍ଲକର ପ୍ରତ୍ୟେକ ପରିବାର ନିକଟରେ ପହଂଚିବେ । ଅକ୍ଷତ ମାଧ୍ୟମରେ ନିମନ୍ତ୍ରଣ ଜଣାଇ ରାମ ଲାଲାଙ୍କ ଫଟୋଟିଏ ଦେଇ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆମନ୍ତ୍ରଣ କରିବେ ଏବଂ ସମସ୍ତେ ୨୦୨୪ ଜାନୁଆରୀ ୨୨ ତାରିଖରେ ଘର ସମ୍ମୁଖରେ ୫ଟି ଦୀପପ୍ରଜ୍ଜ୍ୱଳନ ପୂର୍ବକ କଳସଟିଏ ରଖିବେ ନିଜ ଗାଁକୁ ଅଯୋଧ୍ୟା ପୁରୀ ବନାଇ ଗାଁ ମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ପ୍ରସ୍ତୁତ କରିବେ । ସୁଶାନ୍ତ ସାହୁଙ୍କ ନେତୃତ୍ୱରେ ମାନସ ରଞ୍ଜନ ସାହୁ, ସନ୍ତୋଷ କୁମାର ପ୍ରଧାନ, ତପନ ସାମନ୍ତରାୟ, ଅକ୍ଷୟ କୁମାର ସାହୁ, ପ୍ରକାଶ କୁମାର ଡାକୁଆ, ବିଶ୍ୱପ୍ରସାଦ ଭଟ ପ୍ରମୁଖ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।
୮୪ ସେକେଣ୍ଡରେ ହେବ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା
26-12-2023
ନୂଆଦିଲ୍ଲୀ: ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ନିର୍ମିତ ବିଶାଳ ରାମ ମନ୍ଦିର ଦେଶ ତଥା ବିଶ୍ୱରେ ଚର୍ଚ୍ଚାରେ ରହିଛି । ବର୍ତ୍ତମାନ ମନ୍ଦିରରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଜୋରସୋର ପ୍ରସ୍ତୁତି ଚାଲିଛି । ପ୍ରାଣପ୍ରତିଷ୍ଠା ପାଇଁ ୨୦୨୪ ଜାନୁଆରି ୨୨ ତାରିଖକୁ ସ୍ଥିର କରାଯାଇଛି । ଏହି ଦିନ ମାତ୍ର ୮୪ ସେକେଣ୍ଡ ମଧ୍ୟରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା କରାଯିବ । ଏହି ମୁହୂର୍ତ୍ତ ଅତ୍ୟନ୍ତ ଶୁଭ ଅଟେ ଯାହା ଭାରତ ପାଇଁ ଶୁଭ ରହିବା ସହିତ ରକ୍ଷା କବଚ ଭାବେ କାମ କରିବ । ଏହି ଶୁଭ ସମୟକୁ କାଶୀର ପଣ୍ଡିତମାନେ ସ୍ଥିର କରିଛନ୍ତି । ୨୦୨୪ ଜାନୁଆରି ୨୨ତାରିଖ ଦ୍ୱିପହର ୧୨:୨୯ ମିନିଟ ୮ ସେକେଣ୍ଡରୁ ଏହି ଶୁଭ ମୁହୂର୍ତ୍ତ ଆରମ୍ଭ ହୋଇ ୧୨: ୩୦ ମିନିଟ ୩୨ ସେକେଣ୍ଡରେ ଶେଷ ହେବ । ଏହାର ଅର୍ଥ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ୧ ମିନିଟ୍ ୨୪ ସେକେଣ୍ଡ ମଧ୍ୟରେ ସମ୍ପୂର୍ଣ୍ଣ ହେବାର କାର୍ଯ୍ୟକ୍ରମ ରହିଛି । ପ୍ରାଣପ୍ରତିଷ୍ଠାର ଏକ ଘଣ୍ଟା ପୂର୍ବରୁ ହୋମ, ଯଜ୍ଞ, ବେଦ ପାଠ କରାଯିବ । ପ୍ରାଣପ୍ରତିଷ୍ଠାର ଏହି ଶୁଭ ମୁହୂର୍ତ୍ତକୁ ପଣ୍ଡିତ ଜ୍ୟୋତିଷମାନେ ବହୁତ ଶୁଭ ବୋଲି କହୁଛନ୍ତି । ଏହି ମୁହୂର୍ତ୍ତର ୧୬ରୁ ୧୦ଗୁଣ ଭଲ ରହିଛି । ଅଯୋଧ୍ୟା ନଗରୀ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ଭାରତର ସବୁଠାରୁ ବଡ ଧାର୍ମିକ ରୀତିନୀତି ହେବ । ଏଭଳି ପରିସ୍ଥିତିରେ ମନ୍ଦିର ଏବଂ ପରିଦର୍ଶକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମନ୍ଦିରରେ ଥିବା ଦର୍ଶନକୁ ତିନି ପର୍ଯ୍ୟନ୍ତ ବନ୍ଦ ରଖାଯିବ । ଅର୍ଥାତ୍ ଜାନୁଆରି ୨୦ରୁ ଜାନୁୟାରି ୨୨ ପର୍ଯ୍ୟନ୍ତ ସାଧାରଣ ଲୋକମାନେ ମନ୍ଦିର ପରିଦର୍ଶନ କରିପାରିବେ ନାହିଁ । କିନ୍ତୁ ଜାନୁଆରି ୨୨ ରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପରେ ସମସ୍ତଙ୍କୁ ଜାନୁଆରି ୨୩ ରୁ ମନ୍ଦିର ପରିଦର୍ଶନ କରିବାକୁ ଅନୁମତି ଦିଆଯିବ । ରାମଲଲାଙ୍କ ପ୍ରଥମ ଆରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କରାଯିବ ।
ଅଯୋଧ୍ୟା ଅଭିମୁଖେ ଚାଲି ଚାଲି ଯାତ୍ରା ଆରମ୍ଭ କଲେ ୨ ଯୁବକ
25-12-2023
ମାଲକାନଗିରି-ଆଉ ମାତ୍ର କେଇ ଦିନର ଅପେକ୍ଷା ଅଯୋଧ୍ୟା ରେ ପ୍ରତିଷ୍ଠା ହେବାକୁ ଯାଉଛି ପ୍ରଭୁ ରାମ ଲାଲାଙ୍କ ଐତିହାସିକ ମନ୍ଦିର ।ଏଥିପାଇଁ ଚଳଚଞ୍ଚଳ ହୋଇପଡି଼ଛି ସମଗ୍ର ଭାରତ ବର୍ଷ । ସନାତନୀଙ୍କ ପାଇଁ ପୂରଣ ହେବାକୁ ଯାଉଛି ପାଞ୍ଚଶହ ବର୍ଷର ସପ୍ନ । ଆସନ୍ତା ଜାନୁଆରୀ ୨୨ ତାରିଖ ରେ ଅଯୋଧ୍ୟା ଧ୍ୟାମ ରେ ପ୍ରତିଷ୍ଠା ହେବାକୁ ଯାଉଛି ପ୍ରଭୁ ଶ୍ରୀରାମ ଙ୍କ ମନ୍ଦିର । ଏହି ଅବସରରେ ମାଲକାନଗିରି ଜିଲ୍ଲାରୁ ୨ଜଣ ଯୁବକ ମାଲକାନଗିରି ରୁ ଅଯୋଧ୍ୟା କୁ ପଦଯାତ୍ରା ଆରମ୍ଭ କରିଛନ୍ତି । ୧ମାସ ଧରି ଉଭୟଙ୍କର ଯାତ୍ରା ରହିବ । ଦୀର୍ଘ ୧୨ଶହ ରୁ ଉର୍ଦ୍ଧ୍ୱ କିଲୋମିଟର ରାସ୍ତା ଉଭୟ ପାଦରେ ଚାଲି ଆସନ୍ତା ୨୨ତାରିଖ ରେ ଅଯୋଧ୍ୟାରେ ପହଞ୍ଚିବେ । ଦୁହିଁଙ୍କ ଯାତ୍ରା ଦେଖି ପ୍ରତ୍ୟେକ ସନାତନୀଙ୍କ ଛାତି ଗର୍ବ ରେ ଫୁଲିଉଠୁଛି । ୨ରାମ ଭକ୍ତ ଭାଇ ପ୍ରତ୍ୟେକ ଦିନ ୪୦ ରୁ ଉର୍ଦ୍ଧ୍ୱ କିଲୋମିଟର ଯାତ୍ରା କରିବେ ବୋଲି ମତ ପ୍ରକାଶ କରିଛନ୍ତି । ମାଲକାନଗିରି ଉପାନ୍ତ ଜିଲ୍ଲା ହୋଇଥିଲେ ମଧ୍ୟ ଏଠାରେ ପଡ଼ିଥିଲା ପ୍ରଭୁ ଶ୍ରୀରାମଙ୍କର ପାଦ । କାରଣ ମାଲକାନଗିରି ଜିଲ୍ଲା ଖଇରପୁଟ ର ବଣ୍ଡାଘାଟୀ ରେ ରହିଛି ସୀତା କୁଣ୍ଡ , ରାମାୟଣ କଥା ଅନୁସାରେ ଏଠାରେ ଦେବୀ ସୀତା ସ୍ନାନ କରିଥିଲେ । ସେହିପରି ଏଠାରେ ବାଲିପାହାଡ଼ ମଧ୍ୟ ରହିଛି । ପୁରାତନ କଥାନୁସାରେ ଜିଲ୍ଲା ସଦର ବ୍ଲକ ଠାରେ ରହିଛି ତମସା ନଦୀ, ଯେଉଁଠି ପ୍ରଭୁ ରାମ ଏବଂ ସୀତା ମାତାଙ୍କ ଗସ୍ତ ରହିଥିଲା । ଏଭଳି ଅନେକ ସ୍ଥାନ ରହିଛି ଯାହାକି ରାମାୟଣରେ ମଧ୍ୟ ବର୍ଣ୍ଣନା କରାଯାଇଛି । ସେହିଭଳି ପବିତ୍ର ସ୍ଥାନ ତମସା ନଦୀ ରୁ ଏହି ୨ଯୁବକ ଜଳ ସଂଗ୍ରହ କରି ଅଯୋଧ୍ୟା ଅଭିମୁଖେ ବାହାରିଛନ୍ତି । ହାତରେ ଧରିଛନ୍ତି ପ୍ରଭୁ ରାମଙ୍କର ଧଜା ଜୟ ଶ୍ରୀରାମ ନାରା ଦେଇ ଉଭୟ ଏହି ଯାତ୍ରା ରେ ବାହାରି ପଡ଼ିଛନ୍ତି । ଆସନ୍ତା ୧ମାସ ପଦଯାତ୍ରା ପରେ ୨ରାମ ଭକ୍ତ ସନାତନୀ ଯୁବକ ନିଜର ଗନ୍ତବ୍ୟ ସ୍ଥଳକୁ ପହଁଞ୍ଚିବାର କାର୍ଯ୍ୟକ୍ରମ ରହିଛି ।
ବଣ୍ଟା ହେଲା ଶ୍ରୀ ରାମଙ୍କ ଅକ୍ଷତ ଚାଉଳ
25-12-2023
ଚମ୍ପୁଆ, ୨୪ା୧୨ : ଚମ୍ପୁଆ ଶ୍ରୀ ରାମ ମନ୍ଦିର ଠାରେ ପୂଜାର୍ଚ୍ଚନା କରାଯାଇ ଚମ୍ପୁଆ ବ୍ଲକର ୨୨ ଗୋଟି ପଂଚାୟତ ଓ ୧ ଟିଏ ଏନସଏସିକୁ ଆସିଥିବା ଅକ୍ଷତ ଚାଉଳ ବଂଟନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଗତ ୧୫ ତାରିଖ ଏହି ଅକ୍ଷତ ଚାଉଳ ଅଯୋଧ୍ୟାରୁ ଆସି ଚମ୍ପୁଆ ପହଁଚିବା ପରେ ଚମ୍ପୁଆ ଶ୍ରୀ ରାମ ମନ୍ଦିରରେ ରଖାଯାଇଥିଲା । ଆଜି ଯଥା ରିତି ନିରି ଓ ଯଜ୍ଞ କରାଯାଇ ଏହି ଅକ୍ଷତ ଚାଉଳକୁ ଚମ୍ପୁଆ ବ୍ଲକର ୨୨ ଗୋଟି ପଂଚାୟତ ଓ ଏନଏସିର ପ୍ରତିନିଧି ମାନଙ୍କୁ କଳସରେ ଭର୍ତି କରାଯାଇ ପ୍ରଦାନ କରାଯାଇଥିଲା । ସଭାପତି ହରିହର ଚୈଧୂରୀ ଓ ସଂପାଦକ ଦେବେନ୍ଦ୍ର ଗିରି, ସହ ସଂପାଦକ ଗୋବର୍ଦ୍ଧନ ମହାନ୍ତ ପ୍ରମୁଖ ପଂଚାୟତ ପ୍ରତିନିଧି ମାନଙ୍କୁ ଏହି ଅକ୍ଷତ ଚାଉଳ ପୂର୍ଣ୍ଣ କଳସ ପ୍ରଦାନ କରିବା ପରେ ନାମ ସଂକିର୍ତନ ମାଧ୍ୟମରେ ସହର ପରିକ୍ରମା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଧରଣୀଧର ଦାସ, ଗଙ୍ଗାଧର କର, ଦୀପକ ସାହୁ, ସଂଜୟ ଗିରି, ରାଜେଶ ଆଚାର୍ଯ୍ୟ, ଦୁଶ୍ମନ୍ତ ମହାନ୍ତ, ବସନ୍ତ ମହାନ୍ତ,ରାଜୁ ସାହୁ ଏବଂ ରାମ ମନ୍ଦିର କମିଟି ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ପରିଚାଳନା କରିଥିଲେ
ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ପୂଜିତ ଅକ୍ଷତ କଳସ ଆଜି ବଲାଙ୍ଗିର ନଗର ରେ ବିଭିନ୍ନ ପଡା କୁ ବଣ୍ଟନ
ବଲାଙ୍ଗିର ୨୪ ।୧୨ :ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟା ରେ ପୂଜିତ ଅକ୍ଷତ କଳସ ଆଜି ବଲାଙ୍ଗିର ନଗର ରେ ବିଭିତ୍ତ ପଡା କୁ ସ୍ଥାନୀୟ ରାଧାରାଣୀ ପଡା ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ହୋମ ଯଜ୍ଞ ପୂଜନ ସହିତ ବଣ୍ଟନ କରାଗଲା । ଏହି କାର୍ଯ୍ୟକ୍ରମରେ ଖଲିଆପାଲି, ରାଧାରାଣୀପଡା, ବଜରଙ୍ଗ ନଗର,ଶାସ୍ତ୍ରୀ ନଗର, ଠିକାଦାର ପଡା, ପେଲେସ ଲାଇନ୍, ମହାଲକ୍ଷ୍ମୀନଗର, ଇଚ୍ଛାପଡା, କନ୍ଧପାଲିପଡା, ସାଲେପାଲି, ଲର୍କିପାଲି, ସତ୍ୟନାରାୟଣ ପଡା, ଇନ୍ଦିରା ନଗର, ତୁଲସୀ ନଗର, କୋଶଲ ନଗର, ଶାନ୍ତିପଡା, ବୈଜନ୍ତି ପଡା, ହାତୀ ପଡା,ସୁଦ ପଡା, ଖଦାଲ ପଡା,ମାଳପଡା, ବ୍ରାହ୍ମଣ ପଡା ରୁ ଶତାଧିକ ମହିଳା ଓ ପୁରୁଷ ଶ୍ରୀରାମ ଭକ୍ତ କଳସ ଗ୍ରହଣ କରି ଶୋଭାଯାତ୍ରା ସହିତ ନିଜ ପଡା ସ୍ଥିତ ମନ୍ଦିର କୁ ନେଇ ସ୍ଥାପନା କରିଥିଲେ
ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠାରୁ ୫୦ ହଜାର କୋଟି ଟଙ୍କା ମୂଲ୍ୟର ହେବ କାରବାର
ନୂଆଦିଲ୍ଲୀ : ଜାନୁୟାରୀ ୨୨ ରେ ପ୍ରାଣପ୍ରତିଷ୍ଠା ସମାରୋହ ପାଇଁ ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିରରେ ପ୍ରସ୍ତୁତି ଚାଲିଛି । ଏହି କାର୍ଯ୍ୟରେ ଭାଗ ନେବାକୁ ଭାରତ ଏବଂ ବିଦେଶର ଅନେକ ଲୋକ ନିମନ୍ତ୍ରଣ ମଧ୍ୟ ପାଇଛନ୍ତି । କନଫେଡରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କ୍ୟାଟ୍) ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହରୁ ଦେଶରେ ୫୦ ହଜାର କୋଟି ଟଙ୍କାର ବ୍ୟବସାୟ ଆକଳନ କରିଛି । କ୍ୟାଟ୍ର ଜାତୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ ଶୁକ୍ରବାର ଦିନ ଏକ ବିବୃତିରେ କହିଛନ୍ତି ଯେ ବଜାରରେ ରାମ ମନ୍ଦିର ସହ ଜଡିତ ବିଭିନ୍ନ ସାମଗ୍ରୀର ଚାହିଦା ରହିଛି । ପ୍ରତିମା ଏବଂ ପୂଜା ସାମଗ୍ରୀର ଚାହିଦା ବଢୁଛି । କ୍ୟାଟ୍ ସାଧାରଣ ସମ୍ପାଦକ କହିଛନ୍ତି ଯେ ରାମ ମନ୍ଦିରର ଉଦଘାଟନ ଦେଶରେ ପୂଜାପାଠ ସହ ଜଡିତ ଏକ ବଡ଼ ବ୍ୟବସାୟ ସୁଯୋଗ ସୃଷ୍ଟି କରିଛି । ଲୋକଙ୍କ ବିଶ୍ୱାସ ସହିତ ରାମ ମନ୍ଦିର ମଧ୍ୟ ଦେଶରେ ଏକ ବଡ ବ୍ୟବସାୟର କେନ୍ଦ୍ର ପାଲଟିଛି । ବିଶେଷକରି ଛୋଟ ଉତ୍ପାଦକ ଏବଂ ଛୋଟ ବ୍ୟବସାୟୀଙ୍କ ପାଇଁ ଅନେକ ବ୍ୟବସାୟ ସୁଯୋଗ ସୃଷ୍ଟି ହେଉଛି । ଚାନ୍ଦେଲୱାଲ କହିଛନ୍ତି ଯେ ଦେଶର ବିଭିନ୍ନ ସହରରେ ବିଶେଷ କରି ମହିଳାମାନେ ଘରୁ ଛୋଟ ଚାକିରୀ କରୁଥିବା ଏବଂ ବୋକାରୀ ବର୍ଗର ଲୋକମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରୋଜଗାର କରିପାରୁଛନ୍ତି । ରାମ ମନ୍ଦିର ଦେଶରେ ଆର୍ôଥକ ସମୃଦ୍ଧିର ଏକ ବଡ଼ ବାର୍ତା ଦେବ । ରାମ ମନ୍ଦିର ଦେଶରେ ୫୦ ହଜାର କୋଟିରୁ ଅଧିକ ମୂଲ୍ୟର ବ୍ୟବସାୟ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ଜାନୁଆରୀ ୩ ରେ ନାଗପୁରରେ ଅନୁଷ୍ଠିତ କେଟର ଜାତୀୟ କୋର କମିଟି ବୈଠକରେ ଦେଶର ବିଭିନ୍ନ ରାଜ୍ୟରୁ ବହୁ ବ୍ୟବସାୟିକ ନେତା ଅଂଶଗ୍ରହଣ କରିଥିଲେ । ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ଦେଶର ବିଭିନ୍ନ ରାଜ୍ୟରେ ପୂଜାପାଠ ସହ ଜଡିତ ଏକ ବଡ଼ ବ୍ୟବସାୟ ସୁଯୋଗ ସୃଷ୍ଟି କରିଛି ।
ଅଯୋଧ୍ୟା ଏୟାରପୋର୍ଟର ନାମ ହେଲା ‘ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ଏୟାରପୋର୍ଟ ଅଯୋଧ୍ୟା ଧାମ’
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଶୁକ୍ରବାର ଅଯୋଧ୍ୟା ଏୟାରପୋର୍ଟକୁ ଅନ୍ତର୍ଜାତୀୟ ଏୟାରପୋର୍ଟ ଘୋଷଣା କରିବା ସହ ଏହାର ନାମ ମହର୍ଷି ବାଲ୍ମୀକୀ ଅନ୍ତର୍ଜାତୀୟ ଏୟାରପୋର୍ଟ, ଅଯୋଧାଧାମ ରଖିବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି ।ଏକ ଔପଚାରିକ ବିଜ୍ଞପ୍ତି ଅନୁସାରେ ଅଯୋଧ୍ୟାର ଆର୍ଥିକ କ୍ଷମତା ଓ ବୈଶ୍ୱିକ ତୀର୍ଥସ୍ଥଳ ଭାବେ ଏହାର ମହତ୍ତ୍ୱକୁ ବୁଝିବା, ବିଦେଶୀ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ଦ୍ୱାର ଖୋଲିବା ନିମନ୍ତେ ଅଯୋଧ୍ୟା ଏୟାରପୋର୍ଟକୁ ଅନ୍ତର୍ଜାତୀୟ ମାନ୍ୟତା ଦେବା ସର୍ବୋପରି ଅଟେ । ଏୟାରପୋର୍ଟର ନାମ ‘ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ଏୟାରପୋର୍ଟ ଅଯୋଧ୍ୟାଧାମ’ ରଖାଯାଇ ମହର୍ଷି ବାଲ୍ମିକୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଋଷି ମହାକାବ୍ୟ ରାମାୟଣର ରଚନା କରିଥିଲେ । ଯାହାକି ଏୟାରପୋର୍ଟର ପରିଚୟରେ ଏକ ସାଂସ୍କୃତିକ ସ୍ପର୍ଶ ଛାଡିଛି ।
ଜିଲ୍ଲାର ପ୍ରତି ପରିବାରରେ ପହଁଚିବ ଅଯୋଧ୍ୟାରୁ ଆସିଥିବା ଅକ୍ଷତ
କଣିହାଁ, : ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ଆସନ୍ତା ଜାନୁଆରୀ ୨୨ ତାରିଖରେ ରାମଲାଲାଙ୍କର ପ୍ରାଣପ୍ରତିଷ୍ଠା କରାଯିବ । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଅଯୋଧ୍ୟାରୁ ଏଥିପାଇଁ ସମଗ୍ର ଦେଶରେ ସମସ୍ତ ପରିବାରଙ୍କୁ ଭେଟି ପୂଜିତ ଅକ୍ଷତ ଦେବା ସହ ନିମନ୍ତ୍ରଣ ପତ୍ର ଦିଆଯିବାର ବ୍ୟବସ୍ଥା କରାଯାଇଛି । ବୁଧବାର ଅନୁଗୁଳ ବନ୍ତଳା ଶ୍ରୀରାମ ମନ୍ଦିରରେ ଅଯୋଧ୍ୟାରୁ ଆସିଥିବା ଅକ୍ଷତ ହୋମଯଜ୍ଞ ପୂଜାର୍ଚ୍ଚନା କରାଯିବା ସହ ଜିଲ୍ଲାର ବିଭିନ୍ନ ବ୍ଲକ ଓ ନଗରକୁ ପଠାଯାଇଛି । କଣିହାଁ ଖଣ୍ଡ ପକ୍ଷରୁ ସେବା ପ୍ରମୁଖ ଭୁବନ ବେହେରା, ଖଣ୍ଡ କାର୍ଯ୍ୟ ବାହ ପବିତ୍ର ମୋହନ ସାହୁ, ସଂଘ ଚାଳକ ଲକ୍ଷ୍ମୀଧର ସାହୁ, ସର ସଂଯୋଜକ ଅଭୟ ସାହୁ, କଣିହାଁ ଖଣ୍ଡର ବିଚାର ବିମର୍ଶ ପ୍ରମୁଖ ଶୁଶାନ୍ତ କୁମାର ସାମଲ, ବିଶ୍ୱ ହିନ୍ଦୁ ପରିଷଦ ବ୍ୟବସ୍ଥା ପ୍ରମୁଖ ଅନିରୁଦ୍ଧ ପାଣି, ପ୍ରଦୀପ ଭାଇ, ଲୋକନାଥ ସାହୁ, କର୍ଣ୍ଣ ଭୂତିଆ, ବିଜୟିନୀ ନାଥ, ସରଜ ଧର, ରମେଶ ସାମଲ, ବନ୍ତଳା ରାମ ମନ୍ଦିରରେ ଅଯୋଧ୍ୟାରୁ ଆସିଥିବା ଅକ୍ଷତ, ନିମନ୍ତ୍ରଣ ପତ୍ର ଓ ଭବ୍ୟ ମନ୍ଦିରର ଛବିକୁ ବନ୍ତଳାରେ ଏକ ବିରାଟ ଶୋଭାଯାତ୍ରାରେ ପରିକ୍ରମା କରି ଏନ୍ଟିପିସିକୁ ଆଣିଥିଲେ । ଏନ୍ଟିପିସି ବାଇପାସ୍ ଛକ ଠାରେ ସନ୍ଧ୍ୟା ସମୟରେ ଅକ୍ଷତ କଳସ ପହଞ୍ଚିବା ପରେ ସେଠାରେ ବିଜୁଗୋଳ ରାମ ମନ୍ଦିର ସଭାପତି ଶଶାଙ୍କ ଶେଖର ପାଣି ସଂପାଦକ ଗଣେଶ୍ୱର ପାଣି ଓ ମନ୍ଦିର କମିଟିର ସମସ୍ତ ସଦସ୍ୟ ବିଜୁଗୋଳ ଗ୍ରାମବାସୀଙ୍କ ତତ୍ତ୍ୱାବଧାନରେ ଭବ୍ୟ ସ୍ୱାଗତ ସମାରୋହରେ ଘୋଷଯାତ୍ରା ସହିତ ନଗର ପରିକ୍ରମା କରି ବିଜୁଗୋଳ ରାମ ମନ୍ଦିରରେ ପହଞ୍ଚିଥିଲା ସେଠାରେ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ପୂଜକ ଗଗନ ନନ୍ଦ ଉପସ୍ଥିତ ରହି ସ୍ୱାଗତ କରିବା ସହ ପୂଜାର୍ଚ୍ଚନା କରାଯିବା ସହ ମନ୍ଦିରରେ ରଖାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ରାମଭକ୍ତ ଉପସ୍ଥିତ ଥିଲେ । ଏହି ଅକ୍ଷତ ସହ ନିମନ୍ତ୍ରଣ ପତ୍ର ସମଗ୍ର କଣିହାଁ ବ୍ଲକର ସମସ୍ତ ଗ୍ରାମରେ ସମସ୍ତ ପରିବାରଙ୍କ ନିକଟରେ ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରେ ପହଞ୍ଚାଯିବ ବୋଲି କାର୍ଯ୍ୟକ୍ରମର ଖଣ୍ଡ ବାହକ ପବିତ୍ର ମୋହନ ସାହୁ ପ୍ରକାଶ କରିଛନ୍ତି ।
ଅଯୋଧ୍ୟାରୁ ଆସିଥିବା ଅକ୍ଷତ କଳସକୁ ନିମାପଡ଼ାରେ ଭବ୍ୟ ସମ୍ବର୍ଦ୍ଧନା
ନିମାପଡ଼ା: ନିମାପଡାରେ ପହଞ୍ଚିଲା ଅଯୋଧ୍ୟାର ଅକ୍ଷତ କଳସ । ଯାହା ରାମଜନ୍ମଭୂମି ଅଯୋଧ୍ୟା ଠାରୁ ଆସିଥିବା ଏହି କଳସକୁ ନିମାପଡାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ରାମ ଧୂନରେ ସହର ଠାରୁ ଗାଁ ଗଣ୍ଡା ପର୍ଯ୍ୟନ୍ତ ପ୍ରକମ୍ପିତ ହୋଇଛି । ଆଜି ଏକ ସୁସ୍ଥ ପରିବେଶ ସୃଷ୍ଟି ହୋଇଥିବା ବେଳେ ଜନସାଧାରଣଙ୍କ ମନରେ ଭଗବାନ ଶ୍ରୀରାମଙ୍କ ପ୍ରତି ଅଗାଢ ଭକ୍ତି ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଶନିବାର ପୂର୍ବାହ୍ନରେ ବିଶ୍ୱହିନ୍ଦୁ ପରିଷଦ ଓ ସଂଘ ପରିବାର ତରଫରୁ ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରୁ ଆସିଥିବା ଦିବ୍ୟ ଅକ୍ଷତ କଳସକୁ ନିମାପଡା ଠାରେ ଭବ୍ୟ ସ୍ୱାଗତ କରାଯାଇଛି । ନିମାପଡା ସରସ୍ୱତୀ ଶିଶୁମନ୍ଦିର ପରିସରରେ ଆର୍ଏସ୍ଏସ୍ର ସଂଘ ଚାଳକ ଓ ଡଃ ଅମୂଲ୍ୟ ପ୍ରସାଦ ଦାଶ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନିମାପଡା ବିଶ୍ୱହିନ୍ଦୁ ପରିଷଦ ସଂପାଦକ ସଂଜୟ ବାରିକ ପ୍ରାନ୍ତ ସହ ସଂପାଦକ ଉମାଶଙ୍କର ଆଚାର୍ଯ୍ୟ ରାମ ମନ୍ଦିର ପ୍ରତିଷ୍ଠା ସଂପର୍କରେ ଆଲୋକପାତ କରିଥିଲେ । ପ୍ରତ୍ୟେକ ଗ୍ରାମରେ ଅକ୍ଷତ କଳସ ବୁଲାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭାଗିରଥି ଓଝା, ରଂଜନ ପ୍ରଧାନ, ଦିଲ୍ଲିପ ପାତ୍ର ବିଜେପି ଦଳ ମଣ୍ଡଳ ସଭାପତି ମାନସ ପ୍ରଧାନ, କାଉନସିଲର ନିରଂଜନ ନାୟକ, ପ୍ରଶାନ୍ତ ସ୍ୱାଇଁ, ନିହାର ମହାନ୍ତି, ଶୁଭ୍ରଜିତ୍ ବାରିକ, ଅଶ୍ୱିନି ଓଝା, ଅନିଲ ପ୍ରଧାନ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଭାଗ ନେଇଥିଲେ । ଗଡଅଣ୍ଢିଆ ସରସ୍ୱତୀ ଶିଶୁ ମନ୍ଦିର ଠାରୁ ଏକ କଳସ ଶୋଭାଯାତ୍ରା କୁଶଭଦ୍ରା ପର୍ଯ୍ୟନ୍ତ ବଜାର ପରିକ୍ରମା କରିବା ସହ ବିଭିନ୍ନ ଗ୍ରାମରେ ମଧ୍ୟ ଶୋଭାଯାତ୍ରା କରାଯାଇଥିଲା ।
23-12-2023
ଅଯୋଧ୍ୟାରେ ୩୦ ଡିସେମ୍ବର ଦିନ ହେବ ପ୍ରାଣ ପ୍ରତିଷ୍ଠା ଆୟୋଜନର ଗ୍ରାଣ୍ଡ ରିହର୍ସଲ
22-12-23
ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ ସୋନିଆ ଓ ଖରଗେଙ୍କୁ ମିଳିଛି ନିମନ୍ତ୍ରଣ
ନୂଆଦିଲ୍ଲୀ : ପାଖେଇ ଆସୁଛି ଅଯୋଧ୍ୟା ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ । ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ନିମନ୍ତେ ପ୍ରସ୍ତୁତି ଏବେ ଜୋରସୋରରେ ଚାଲିଛି । ଏହା ସହିତ ଉତ୍ସବରେ ଗଣମାନ୍ୟ ବ୍ୟକ୍ତିଙ୍କ ଯୋଗଦାନ ନିମନ୍ତେ ନିମନ୍ତ୍ରଣ ମଧ୍ୟ ପଠାଯାଉଛି । ଏହିକ୍ରମରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ସୋନିଆ ଗାନ୍ଧିଙ୍କୁ ଉତ୍ସବରେ ଯୋଗଦେବା ଲାଗି ନିମନ୍ତ୍ରଣ ପତ୍ର ମିଳିଛି । ଯାହାକୁ ନେଇ ଏବେ କଂଗ୍ରେସରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କଂଗ୍ରେସ କହିଛି ଯେ ଏହି ଉତ୍ସବରେ ନେତାମାନଙ୍କ ଯୋଗ ଦେବା ନେଇ ଏବେ ଗୁରତ୍ୱର ସହ ବିଚାର କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ ଅଯୋଧ୍ୟା ଶ୍ରୀ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଜାନୁୟାରୀ ୨୨ ତାରିଖରେ ଅନୁଷ୍ଠିତ ହେବ । ଏଥିଲାଗି ନୃପେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ପ୍ରତିନିଧି ମଣ୍ଡଳ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଏଚ.ଡି. ଦେବଗୌଡ ଓ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଆମନ୍ତ୍ରିତ କରିଛନ୍ତି । ସେହିପରି ସୀତାରାମ ୟେଚୁରୀ, ଡି.ରାଜା, ମାୟାବତୀ ଓ ଅରବିନ୍ଦ କେଜରୀୱାଲଙ୍କୁ ମଧ୍ୟ ପ୍ରାଣପ୍ରତିଷ୍ଠା ଉତ୍ସବକୁ ନିମନ୍ତ୍ରିତ କରାଯାଇଛି । ଏହି ଉତ୍ସବକୁ ଦଲାଇଲାମା ଓ ଯୋଗ ଗୁରୁ ବାବା ରାମଦେବ ମଧ୍ୟ ନିମନ୍ତ୍ରିତ ହୋଇଛନ୍ତି । ଏହା ଛଡା ଉଦ୍ୟୋଗପତି ଗୌତମ ଆଦାନୀ, ମୁକେଶ ଅମ୍ବାନୀ ଙ୍କ ସମେତ ବଲିଉଡ ଅଭିନେତା ଅମିତାଭ ବଚ୍ଚନ, ରଜନୀକାନ୍ତ ଓ ମାଧୁରୀ ଦିକ୍ଷୀତଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଟ୍ରଷ୍ଟର କହିବା କଥା ହେଉଛି ତମାମ ପରମ୍ପରାର ପୂଜ୍ୟ ସନ୍ଥଙ୍କ ସହିତ ପ୍ରତ୍ୟେକ କ୍ଷେତ୍ରରେ ଦେଶର ସମ୍ମାନ ଓ ଗୌରବ ବୃଦ୍ଧିରେ ଯୋଗଦାନ କରିଥିବା ସବୁ ପ୍ରମୁଖଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ଉତ୍ସବରେ ପାଖାପାଖି ୮ ହଜାର ଲୋକେ ଯୋଗ ଦେବେ ବୋଲି ଆକଳନ କରାଯାଉଛି ।
କେସିଙ୍ଗା ପହଞ୍ଚିଲା ନବର୍ନିମିତ ଶ୍ରୀରାମ ମନ୍ଦିରର ଅକ୍ଷତ ଚାଉଳ ଓ ନିମନ୍ତ୍ରଣ
କେସିଙ୍ଗା, ୧୬/୧୨ : ଶନିବାର ଦିନ ଅପରାହ୍ନ ତିନିଟାବେଳେ ଅଯୋଧ୍ୟାରେ ନବନିର୍ମିତ ପ୍ରଭୁ ଶ୍ରୀରାମ ଭବ୍ୟ ମନ୍ଦିରର ଅକ୍ଷତ ଚାଉଳ ଓ ନିମନ୍ତ୍ରଣ ଇତି ମଧ୍ୟରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ପହଞ୍ଚିଛି । କେସିଙ୍ଗା ବିଶ୍ୱହିନ୍ଦୁ ପରିଷଦର କର୍ମକର୍ତ୍ତା କେସିଙ୍ଗା ବ୍ରାହ୍ମଣ ସମାଜର କର୍ମକର୍ତ୍ତା ଓ ସର୍ବୋପରି ପ୍ରଭୁ ଶ୍ରୀରାମଙ୍କ ଶତାଧିକ ଭକ୍ତ ଅଯୋଧ୍ୟାରୁ ଆସିଥିବା ଅକ୍ଷୟ ଚାଉଳ ଓ ନିମନ୍ତ୍ରଣ ଗ୍ରହଣକରି ନଗର ପରିକ୍ରମା କରିଥିଲେ । ଜୟ ଶ୍ରୀରାମ ଧ୍ୱନିରେ ସହର କମ୍ପିଉଠିଥିଲା । ସର୍ବେଶ୍ୱର ମିଶ୍ର, ଅମୟ କୁମାର ନନ୍ଦ, ସନ୍ତୋଷ ଦାସ, ଗଣେଶ ମିଶ୍ର, ପ୍ରଦୀପ୍ତ କୁମାର ରଥ, ଲଳିତ ଶର୍ମା, ରୁବୀ ଚୌଧୁରୀ, ବିଶ୍ୱନାଥ କମାନି, ରଞ୍ଜନ ପଢ଼ ଜଗଦୀଶ ଷଡ଼ଙ୍ଗୀ, ଦ୍ୱାରିକା ପ୍ରସାଦ ଗୁପ୍ତା, ଅରୁଣ ଅଗ୍ରୱାଲ, ଉମାକାନ୍ତ ଦାସ, ପ୍ରଶାନ୍ତ ବାନାର୍ଜୀ, ପ୍ରେତେଶ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।
ଲକ୍ଷ୍ମଣ\'ଙ୍କୁ ମିଳି ନାହିଁ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର ନିମନ୍ତ୍ରଣ
ମୁମ୍ବାଇ ୧୬ ।୧୨ (ଏଜେନ୍ସି) : ରାମାନନ୍ଦ ସାଗରଙ୍କ ପପୁଲାର ସୋ \"ରାମାୟଣ\'କୁ ଆଜିବି କାଫି ପସନ୍ଦ କରାଯାଏୟ ଏହି ସୋ ପାଇଁ ଲୋକଙ୍କ ମନରେ ବେଶ୍ ଶ୍ରଦ୍ଧା ରହିଛି । ଏହି ସୋ ରେ ରାମ, ସୀତା ଓ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା କଳାକାରଙ୍କୁ ଲୋକେ ଅସଲ ଜୀବନରେ ମଧ୍ୟ ଭଗବାନଙ୍କ ଭଳି ମନେ କରନ୍ତି । ଏଥିରେ ରାମାୟଣର ଲକ୍ଷ୍ଣଣ ଭୂମିକାରେ ଅଭିନୟ କରିଥିବା ସୁନିଲ ଲହରୀ ଏବେ ଅସନ୍ତୁଷ୍ଟ ଥିବା ଜଣାପଡିଛି । ୨୦୨୪ରେ ଉଦଘାଟନ ହେବାକୁ ଥିବା ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ତାଙ୍କୁ ନିମନ୍ତ୍ରଣ ମିଳି ନାହିଁ । ତେବେ ଏହି ଉତ୍ସବକୁ ରାମାୟଣର ରାମ ଅଋଣ ଗୋଭିଲ ଓ ମାତା ସୀତା ଦିପିକା ଚିଖଲିୟାଙ୍କୁ ସ୍୍ୱତନ୍ତ୍ର ନିମନ୍ତ୍ରଣ କରାଯାଇଛି । ଏଣୁ ନିମନ୍ତ୍ରଣ ମିଳି ନଥିବାରୁ ରାମାୟଣର ଲକ୍ଷ୍ମଣ ଓରଫ ସୁନିଲ ଲହରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହା ଉପରେ ସେ ତାଙ୍କର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ସୁନିଲ ଲହରୀ ନିକଟରେ ଇ-ଟାଇମ୍ସକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କୁ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନିମନ୍ତ୍ରଣ କରାଯାଇନି । ସେ କହିଛନ୍ତି ଯେ ଆପଣଙ୍କୁ ସବୁଥର ଡକାଯିବ ଏହା ଜରୁରି ନୁହେଁ, ହେଲେ ନିମନ୍ତ୍ରଣ ମିଳିଥିଲେ ଭଲ ଲାଗିଥାନ୍ତା ବୋଲି କହିଛନ୍ତିୟ ତେବେ ଏ କଥାକୁ ନେଇ ମୁଁ ଏତେଟା ନିରାଶ ନୁହେଁ ବୋଲି କହିଛନ୍ତି । ସୁନିଲ ଲହରୀ ୨୦୨୪ରେ ହେବାକୁ ଥିବା କାର୍ଯ୍ୟକ୍ରମରୁ ନିଜକୁ ବାହାରେ ରଖିବା କଥା ମଧ୍ୟ କହିଛନ୍ତି । ସେ କହିଛନ୍ତି ଯେ ବୋଧେ ଆୟୋଜକଙ୍କୁ ଲକ୍ଷ୍ଣଣ ଅର୍ଥାତ ମୋ ଭୂମିକା ଗୁରୁତ୍ୱପୂର୍ଣ୍ଣ ଲାଗି ନଥାଇପାରେୟ ତେଣୁ ସେମାନେ ନିମନ୍ତ୍ରଣ କରି ନଥାଇପାରନ୍ତି । ତେବେ ସେ ରାମାୟଣର ଅନ୍ୟ ଭୂମିକାମାନଙ୍କରେ ଅଭିନୟ କରିଥିବା କଳାକାରଙ୍କୁ ମଧ୍ୟ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇ ନଥିବାରୁ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତିୟ ସୁନିଲଙ୍କ ଏହି କଥାରୁ ସ୍ପଷ୍ଟ ଜଣାପଡୁଛି ଯେ ସେ ଏହି କାର୍ଯ୍ୟକ୍ରମକୁ ଯିବାକୁ ଚାହୁଁଥିଲେ, ହେଲେ ନିମନ୍ତ୍ରଣ ମିଳି ନଥିବାରୁ ଯାଉ ନାହାନ୍ତି । ଉଲ୍ଲେଖଯୋଗ୍ୟ ଯେ ଲକ୍ଷ୍ଣଣ ଅର୍ଥାତ ସୁନିଲ ଲହରୀ ଅଭିନୟ ସାଙ୍ଗକୁ ସୋସିଆଲ ମିଡିଆରେ ମଧ୍ୟ ବେଶ ସକ୍ରିୟ ରହୁଛନ୍ତି ।
ଅଯୋଧ୍ୟାରେ ପ୍ରଭୁ ରାମଙ୍କ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ ଗୁଣୁପୁର ଚଳଚଞ୍ଚଳ, ଅକ୍ଷତ କଳସକୁ ନେଇ ଆଲୋଚନା
ରାୟଗଡ଼ : ରାୟଗଡା ଜିଲ୍ଲା ଗୁଣୁପୁର ରେ ଅଯୋଧ୍ୟାରେ ପ୍ରଭୂ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ପ୍ରତିଷ୍ଠାକୁ ନେଇ ଏକ ବୈଠକ ଶ୍ରୀରାମ ମନ୍ଦିର ପରିସର ରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକ ରେ ବରିଷ୍ଠ ସଂଯୋଜକ ସାରଙ୍ଗ ନାଗବଂଶ, ଗୋପାଳ ଦେବ ପାତ୍ର, ଭାରତୀୟ ଜନତା ପାର୍ଟ ରୁ ପ୍ରମୋଦ କୁମାର ସାହୁ, ୱାଇ ଗଣପତି, ଶ୍ରୀନିବାସ ସ୍ୱାଇଁ, ଗୁଣୁପୁର ପୌର ପରିଷଦ ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼, ସମାଜ ସେବୀ ଅକ୍ଷୟ ଦାସ ପ୍ରମୁଖ. ଯୋଗ ଦେଇ ଅଯୋଧ୍ୟା ରୁ ଆସିଥିବା ଅକ୍ଷତ କଳସ କିପରି ସହର ର ସମସ୍ତ ଘରେ ପହଁଚି ପାରିବ, ଚଳିତ ୨୪ ତାରିଖ ରେ ଗୁଣୁପୁର ଶ୍ରୀରାମ ମନ୍ଦିର ରେ ହୋମ ଯଜ୍ଞ ସହ ପ୍ରସାଦ ସେବନ ଏବଂ ଆସନ୍ତା ୨୨ ଜାନୁଆରୀ ରେ ଅଯୋଧ୍ୟା ରେ ପ୍ରଭୂ ଶ୍ରୀରାମ ଙ୍କ ପ୍ରତିଷ୍ଠା କାର୍ଯ୍ୟକ୍ରମ କୁ ଦୃଷ୍ଟିରେ ରଖି ସହର ଭ୍ୱ୍ୟ ରାମମୟ କରିବା ସହ ସେହି ଦିନ ସହର ରେ ମାଂସ ମାଛ ବିକ୍ରି ନ କରିବା ପାଇଁ ଉପଜିଲ୍ଲାପାଳ ଏବଂ ପୌର ପରିଷଦ ର କାର୍ଯ୍ୟନିର୍ବାହ ଅଧିକାରୀ ଜଣାଇବା ଇତ୍ୟାଦି ଉପରେ ଆଲୋଚନା କରାଯାଇ ଥିଲା । ବୈଠକ ରେ ୱାର୍ଡ ର ସମସ୍ତ ପୌର ପ୍ରତିନିଧି ଏବଂ ବ୍ଲକ ର ସମସ୍ତ ବ୍ଲକ ପ୍ରତିନିଧି ଙ୍କୁ ସାମିଲ କରିବା ପାଇଁ ଆଲୋଚନା କରାଯାଉଥିଲା । ଏହି ବୈଠକ କୁ ଉମା ଦାସ ଏବଂ ଅମର ସାହୁ ପରିଚାଳନା କରିଥିଲେ ।
ରାମଙ୍କ ମୂର୍ତ୍ତି ତିଆରି କଲେ ପଶ୍ଚିମବଙ୍ଗର ମୁସଲମାନ କାରିଗର
ଅଯୋଧ୍ୟା: ଆଉ ପ୍ରାୟ ମାସେ ପରେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶ୍ରୀରାମ ମନ୍ଦିରର ଭବ୍ୟ ଉଦ୍ଘାଟନ ହେବାକୁ ଯାଉଛି । ତେବେ ଏହି ମନ୍ଦିର ବାହାରେ ପ୍ରତିଷ୍ଠା ପାଇଁ ଭଗବାନ୍ ରାମଙ୍କ ମୂର୍ତ୍ତି ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଦୁଇ ଜଣ ମୁସଲମାନ କାରିଗର ନିର୍ମାଣ କରୁଥିବା ଜଣାପଡ଼ିଛି । ମହମ୍ମଦ ଜମାଲୁଦ୍ଦିନ ଏବଂ ତାଙ୍କ ପୁଅ ବିଟ୍ଟୁ ମନ୍ଦିର ପରିସରକୁ ସଜ୍ଜିତ କରିବା ପାଇଁ ଏହି ଭବ୍ୟ ପ୍ରତିମୂର୍ତ୍ତି ନିର୍ମାଣରେ ନିୟୋଜିତ ଅଛନ୍ତି । ବାପ-ପୁଅଙ୍କ କାମ ଅନଲାଇନରେ ଜଣାପଡ଼ିବା ପରେ ସେମାନଙ୍କୁ ଅଯୋଧ୍ୟାରୁ ଅର୍ଡର ମିଳିଥିଲା । ଜମାଲୁଦ୍ଦିନ କହିଛନ୍ତି ଯେ, ମାଟି ତୁଳନାରେ ଫାଇବର ମୂର୍ତ୍ତିର ମୂଲ୍ୟ ଅଧିକ ଥିଲେ ମଧ୍ୟ ସେଗୁଡ଼ିକର ସ୍ଥାୟିତ୍ୱ ଅଧିକ । ପାଣିପାଗ ପ୍ରତି ପ୍ରତିରୋଧ କ୍ଷମତା ଯୋଗୁ ସେଗୁଡ଼ିକୁ ବାହାରେ ସ୍ଥାପନା ପାଇଁ ପସନ୍ଦ କରାଯାଏ । ଏକ ପୂର୍ଣ୍ଣାବୟବ ମାନବ ଆକାରର ଫାଇବର ମୂର୍ତ୍ତିର ମୂଲ୍ୟ ପାଖାପାଖି ୨.୮ ଲକ୍ଷ ଟଙ୍କା ହୋଇପାରେ, କିନ୍ତୁ ଏଥିରେ ଥିବା ନୁଖୁଣ କାରିଗରୀ ଏହାର ମୂଲ୍ୟକୁ ଯଥାର୍ଥ କରିଥାଏ । ଜମାଲୁଦ୍ଦିନ କହିଛନ୍ତି, ଧର୍ମ ଏକ ବ୍ୟକ୍ତିଗତ ଜିନିଷ । ଆମ ଦେଶରେ ବିଭିନ୍ନ ଧର୍ମର ଲୋକ ଅଛନ୍ତି । ସମସ୍ତଙ୍କୁ ଏକାଠି ରହିବାକୁ ପଡ଼ିବ । ଭଗବାନ ରାମଙ୍କ ପ୍ରତିମୂର୍ତ୍ତି ତିଆରି କରି ମୁଁ ଖୁସି ଅନୁଭବ କରୁଛି । କେବଳ ରାମଙ୍କ ମୂର୍ତ୍ତି ନୁହେଁ, ମୁଁ ମା’ ଦୁର୍ଗା ଓ ଜଗଦ୍ଧାତ୍ରୀଙ୍କ ବିଶାଳ ମୂର୍ତ୍ତି ମଧ୍ୟ ତିଆରି କରିଛି, ଯାହା ବେଶ୍ ଲୋକପ୍ରିୟତା ହାସଲ କରିଛି ବୋଲି କହିଛନ୍ତି ଜମାଲୁଦ୍ଦିନ ।
18-12-2023
କେନ୍ଦ୍ରାପଡ଼ା ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ଅକ୍ଷତ କଳସ ଶୋଭାଯାତ୍ରା
କେନ୍ଦ୍ରାପଡ଼ା : ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ଆସନ୍ତା ୨୨ ତାରିଖରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ହେବ । ଏହି ପରିପ୍ରେକ୍ଷୀରେ ପ୍ରତି ପରିବାରରେ ସେଥି ନିମନ୍ତେ ନିମନ୍ତ୍ରଣ ପତ୍ର ଓ ଅକ୍ଷତ ପ୍ରସାଦ ବଂଟନ କରାଯିବା ସେନେଇ ଜିଲ୍ଲାର ପ୍ରତି ପରିବାର ରେ ବଂଟନ ଉଦ୍ଦେଶ୍ୟରେ ଆସିଥିବା ଅକ୍ଷତ ପ୍ରସାଦକୁ ଜିଲ୍ଲାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦର ସଂପାଦକ ତଥା ସଂଯୋଜକ ବିରେନ୍ଦ୍ର ସାମଲଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ଦୁହୁରିଆ ଠାରୁ ବାହାରି କେନ୍ଦ୍ରାପଡା ସହର ପରିକ୍ରମା କରି ଶ୍ରୀ ବଳଦେବଜୀଉ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା ଶୋଭାଯାତ୍ରା ଯିବା ସମୟରେ ସହରର ବିଭିନ୍ନ ସ୍ଥାନରେ ଅକ୍ଷତ କଳସ ରଥକୁ ପୂଜାର୍ଚ୍ଚନା କରି ପୁଷ୍ପବୃଷ୍ଟି କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଂଚାଳନ ସମିତି ସଂଯୋଜକ ବିନୋଦ ବିହାରୀ ଦାସ, ସଦସ୍ୟ ବାଇଧର ରାଉତ, ସଂଜୟ ପତ୍ରୀ, ଗୋପିନାଥ ତ୍ରିପାଠୀ, କିଶୋର କୁମାର ପଣ୍ଡା, ଅଭିମନ୍ୟୁ ଗୋଛାୟତ, ବିଷ୍ଣୁ ଦାସ, ଉମାକାନ୍ତ ପଟ୍ଟନାୟକ, ସୁନାକର ବେହେରା, ଦୁର୍ଗା ପ୍ରସନ୍ନ ନାୟକ, ପ୍ରଭାତ ଦାସ, ଅନୁପ ସେଠୀ, ନିହାର ରଂଜନ ସୁଆର, ରାଜ କିଶୋର ନାୟକ, ଲୋକନାଥ ଦାସ, ଅକ୍ଷୟ ସେନାପତି ପ୍ରମୁଖ କାର୍ଯ୍ୟ ପରିଚାଳନା କରିଥିଲେ
ରାଜ୍ୟପାଳଙ୍କ ନିକଟରେ ପହଞ୍ଚିଲା ଅଯୋଧ୍ୟାରୁ ଅକ୍ଷତ କଳସ ସହ ନିମନ୍ତ୍ରଣ
ଭୁବନେଶ୍ୱର: ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଅଯୋଧ୍ୟାରୁ ନିମନ୍ତ୍ରଣ ଅକ୍ଷତ କଳସ ଆସି ଭୁବନେଶ୍ୱରରେ ପହଞ୍ଚିଛି । ଆଜି ବିଶ୍ୱ ହିନ୍ଦୁ ପରିଷଦର କର୍ମକର୍ତ୍ତାମାନେ ଏହି ଅକ୍ଷତ, ପୁଷ୍ପ ଓ ନିମନ୍ତ୍ରଣ ପତ୍ର ନେଇ ରାଜ୍ୟପାଳ ରଘୁବର ଦାସଙ୍କ ନିକଟରେ ପହଞ୍ଚିଛନ୍ତି । ରାଜ୍ୟର ସର୍ବୋଚ୍ଚ ସାମ୍ୱିଧାନିକ ପଦବିରେ ଅଧିଷ୍ଠିତ ମାନ୍ୟବର ରାଜ୍ୟପାଳ ରଘୁବର ଦାସଙ୍କ ନିକଟରେ ନିମନ୍ତ୍ରଣ ପତ୍ର ସହ କାର୍ଯ୍ୟକର୍ତ୍ତାମାନେ ଆସନ୍ତା ଜାନୁଆରି ମାସ ୨୨ ତାରିଖରେ ପ୍ରତିଷ୍ଠା ହେବାକୁ ଯାଉଥିବା ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ନିଜ ପ୍ରଭାବ କ୍ଷେତ୍ରରେ ଯଥାସମ୍ଭବ ଏକ ମହୋତ୍ସବ ରୂପେ ପାଳନ କରିବା ପାଇଁ ଅନୁରୋଧ କରିଥିଲେ । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଓଡ଼ିଶା ପ୍ରାନ୍ତର କର୍ମକର୍ତ୍ତା ଶୁଭ୍ରାଂଶୁ ଶେଖର ଶତପଥୀ କହିଛନ୍ତି ଏହି ଐତିହାସିକ ମହୋତ୍ସବକୁ ଏକ ଭବ୍ୟ ରୂପରେଖ ଦେବା ପାଇଁ ପ୍ରଶାସନିକସ୍ତରରେ ସହଯୋଗ କାମନା କରିଥିଲେ । ଏହି ଅବସରରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଭୁବନେଶ୍ୱର ମହାନଗର ପ୍ରମୁଖ ଶୁଭ୍ରାଂଶୁ ଶେଖର ଶତପଥୀ, ଉମାଶଙ୍କର ଆଚାର୍ଯ୍ୟ, ପ୍ରସନ୍ନ କୁମାର ସେନାପତି, ପ୍ରଦୀପ୍ତ କୁମାର ମହାନ୍ତି ପ୍ରମୁଖ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ ।
ରାମ ମନ୍ଦିରର ପୂଜାରୀ ପାଇଁ ବଛାଯାଇଥିବା ମୋହିତ ପାଣ୍ଡେ କିଏ ଜାଣନ୍ତୁ-ସମ୍ବାଦ-12-12-2023
ମୋହିତ ପାଣ୍ଡେଙ୍କୁ ତାଙ୍କ ଦାଦା ହିଁ ଦୁଧେଶ୍ୱରନାଥ ବେଦ ବିଦ୍ୟାପୀଠରେ ଭର୍ତ୍ତି କରିଥିଲେ। ସେଠାରେ ସେ ସାତ ବର୍ଷ ଧରି ଅଧ୍ୟୟନ କରିଥିଲେ । ଏହାପରେ ଅଧିକ ଅଧ୍ୟୟନ ପାଇଁ ସେ ତିରୁପତିସ୍ଥିତ ଭେଙ୍କଟେଶ୍ବର ବୈଦିକ ବିଶ୍ବବିଦ୍ୟାଳୟରେ ନାମ ଲେଖାଇଥିଲେ । ପାଠପଢ଼ା ସମୟରେ ମୋହିତ ରାମମନ୍ଦିରର ପୂଜାରୀ ପାଇଁ ଆବେଦନ କରିଥିଲେ। ନିଜ ଚେଷ୍ଟା ଓ ବୁଦ୍ଧି ବଳରେ ମୋହିତ ରାମମନ୍ଦିରର ପୂଜାରୀ ପାଇଁ ହୋଇଥିବା ସାକ୍ଷାତକାରରେ ସଫଳ ହୋଇ ପୂଜାରୀ ପାଇଁ ଚୟନ ହୋଇଛନ୍ତି। ଚୟନ ହେବାପରେ ଏବେ ମୋହିତଙ୍କୁ ୬ମାସର ପ୍ରଶିକ୍ଷଣ ଦିଆଯିବ।
ଦୁଧେଶ୍ୱର ନାଥ ବେଦ ବିଦ୍ୟାପୀଠାର ବର୍ତ୍ତମାନ ଅଧ୍ୟାପକ ଥିବା ନିତ୍ୟାନନ୍ଦ ଆଚାର୍ଯ୍ୟ କହିଛନ୍ତି ‘ମୋହିତ ପାଣ୍ଡେ ବୈଦିକ ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ସମସ୍ତ ଛାତ୍ରଙ୍କ ମଧ୍ୟରେ ବୁଦ୍ଧିମାନ ଥିଲେ। ତାଙ୍କର ସ୍ମରଣଶକ୍ତି ଖୁବ ତୀକ୍ଷ୍ମ। ମୋହିତ ପାଠପଢ଼ିବା ଆରମ୍ଭ କରିବା ଦିନରୁ ଭଗବାନ ରାମଙ୍କ ସେବା କରିବାକୁ ଚାହୁଁଥିଲେ। ରାମମନ୍ଦିରର ପୂଜାରୀ ଭାବେ ମୋହିତଙ୍କ ଚୟନ ହେବା ଖବର ଆସିବା ପରେ ଏହା ସମ୍ପୂର୍ଣ୍ଣ ଗାଜିଆବାଦ ସନ୍ତ ସମାଜ ପାଇଁ ଖୁସି ଓ ଗର୍ବର ବିଷୟ।’
ବନ୍ଧମୁଣ୍ଡାରେ ଅକ୍ଷତ କଳସକୁ ଭବ୍ୟ ସ୍ୱାଗତ
ବନ୍ଧମୁଣ୍ଡା, ୧୧/୧୨ : ଅଯୋଧ୍ୟାରେ ନିର୍ମିତ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟରେ ଯୋଗଦେବା ପାଇଁ ନିମନ୍ତ୍ରଣ ସ୍ୱରୂପ ସେଠାରୁ ଆସିଥିବା ଅକ୍ଷତ କଳଷକୁ ପୂଜାର୍ଚ୍ଚନା ପରେ ରାଉରକେଲାରୁ ବିଭିନ୍ନ ସ୍ଥାନକୁ ପଠାଯାଇଥିଲା । ଯାହାକୁ ବନ୍ଧମୁଣ୍ଡା ସହରରେ ଭବ୍ୟ ସ୍ୱାଗତ କରିବାପରେ ସେକ୍ଟର ଡ଼ି ରେ ଥିବା ଶ୍ରୀ ରାମ ମନ୍ଦିରରେ ରଖାଯାଇଅଛି ।
ଅଯୋଧ୍ୟା ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ଗୃହ ସମ୍ପର୍କ ମହାଭିଯାନ ପାଇଁ ରଣନୀତି ପ୍ରସ୍ତୁତ
11-12-2023
ବାରଣାସୀ, ୧୦/୧୨ : ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରେହ ପାଇଁ ଗୃହ ସମ୍ପର୍କ ମହାଭିଯାନର ବ୍ୟାପକ ରଣନୀତି ଚୂଡାନ୍ତ ହୋଇଛି । ରବିବାର ହରହୁଆ ସ୍ଥିତ ଗୋକୁଳ ଧାମରେ ରାଷଟ୍ରୀୟ ସ୍ୱୟଂସେବକ ସଂଘ କାଶୀ ପ୍ରାନ୍ତର ବୈଠକରେ ପ୍ରାନ୍ତର ୨୨ହଜାର ଗାଁର ସମସ୍ତ ଘର ସହିତ ସମ୍ପର୍କ କରିବାକୁ ସ୍ୱୟଂସେବକକୁ ଆହ୍ୱାନ କରାଯାଇଛି । ମହାଭିଯାନରେ ପାଂଚ ଲକ୍ଷ କାର୍ଯ୍ୟକର୍ତ୍ତା ପାଂଚ ପାଂଚ ଜଣିଆ ଗୋଷ୍ଠୀରେ ଗାଁ ଗାଁରେ ସମ୍ପର୍କ କରି ଅଯୋଧ୍ୟା ଆସିବାକୁ ନିମନ୍ତ୍ରଣ ଦେବେ । ବୈଠକରେ ପ୍ରାନ୍ତର ୨୭ ଜିଲ୍ଲାର ପଦାଧିକାରୀଙ୍କୁ କାଶୀ ପ୍ରାନ୍ତ ପ୍ରଚାରକ ରମେଶ ସମ୍ବୋଧିତ କରି କହିଥିଲେ ଯେ, ଶତ ପ୍ରତିଶତ ଘରେ ସମ୍ପର୍କ ଲକ୍ଷ୍ୟ ନେଇ ମହାଭିଯାନ ବାହାରିଛି ।
ସାମ୍ନାକୁ ଆସିଲା ରାମ ମନ୍ଦିରର ଗର୍ଭଗୃହ ଫଟୋ
10-12-23
ନୂଆଦିଲ୍ଲୀ ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ଭବ୍ୟ ରାମନ୍ଦିରର ଉଦଘାଟନ ଆସନ୍ତା ବର୍ଷ ଜାନୁଆରୀ ୨୨ରେ ହେବ । ତେବେ ତା’ପୂର୍ବରୁ ଆସିଛି ରାମମନ୍ଦିରର ଗର୍ଭଗୃହର ଫଟୋ ।ସୋଶାଲ ମିଡିଆରେ ରାମମନ୍ଦିରର ଗର୍ଭଗୃହର ଦୁଇଟି ଫଟୋ ଶେଆର କରିଛନ୍ତି ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ମତ ରାୟ । ଶ୍ରୀ ରାୟ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ଏହି ଫଟୋ ଦୁଇଟି ଶେଆର କରି ଲେଖିଛନ୍ତି, ପ୍ରଭୁ ଶ୍ରୀ ରାମଲଲାଙ୍କ ଗର୍ଭଗୃହ ସ୍ଥାନ ପ୍ରାୟ ପ୍ରସ୍ତୁତ ହୋଇଯାଇଛି । ନିକଟରେ ବିଦ୍ୟୁତ୍ ସଂଯୋଗ କାର୍ଯ୍ୟ ଶେଷ ହୋଇଛି । ୩ ଜଣ ମୂର୍ତ୍ତିକାର ଅଲଗା ଅଲଗା ପଥରରେ ରାମଲଲାଙ୍କ ପ୍ରତିମା ତିଆରି କରୁଛନ୍ତି । ଭଗବାନ ରାମଙ୍କ ସ୍ୱରୂପ ୫ ବର୍ଷର ବାଳକ ଭଳି ହେବ । ତିନି ମୂର୍ତ୍ତିକାର ୫ ବର୍ଷ ବୟସର ବାଳକ ରାମଙ୍କ ପ୍ରତିମା ଗଢୁଛନ୍ତି । ୫ ବର୍ଷ ବାଳକର ମୁଖ ମଣ୍ଡଳ ଓ ବଡି ଲାଙ୍ଗୁଏଜ ଅବିକଳ ଉତାରିବା ଜରୁରୀ । ମୂର୍ତ୍ତି ନିର୍ମାଣ କାମ ୯୦% ଶେଷ ହୋଇଗଲାଣି ।
10-12-23
ଅଯୋଦ୍ଧାରୁ ଆସିଥିବା ଅକ୍ଷତ କଳସକୁ ଗୁଣପୁରରେ ଭବ୍ୟ ସ୍ୱାଗତ
ଗୁଣପୁର: ଅଯୋଧ୍ୟାରୁ ଆସିଥିବା ଅକ୍ଷତ କଳସକୁ ଗୁଣପୁରରେ ଏକ ଅଧ୍ୟାତ୍ମିକ ପରିବେଷ ମଧ୍ୟରେ ଭବ୍ୟ ସ୍ୱାଗତ କରାଯାଇଥିଲ।। ଅଭିମନ୍ତ୍ରୀତ ଅକ୍ଷତ କଳସକୁ ଗୁଣପୁର ଭେଙ୍କେଟେଶ୍ୱର ମନ୍ଦିରରେ ପହଞ୍ଚିବା ପରେ ସେଠାରେ ପୂଜାର୍ଚନା କରାଯାଇଥିଲା । ନଳିନି ମହାନ୍ତିଙ୍କ ତତ୍ୱାବଧାନରେ ପୂଜାର୍ଚନା କରାଯିବା ପରେ ଅକ୍ଷତ କଳସକୁ ଏକ ଶୋଭାଯ।।ତ୍ରାରେ ସହର ପରିକ୍ରମା କରାଯାଇଥିଲା । ସହରପରିକ୍ରମା ସମୟରେ ବିଭିନ୍ନ ଚ୍ଥକରେ ମହିଳାମାନେ ଧୁପ,ଦୀପ ,ପୁଷ୍ପ ଦେଇ ସ୍ୱାଗତ କରିଥିଲେ । ନାମ ସଂକିର୍ତ୍ତନ ଓ ଶ୍ରୀରାମ ନାମ ଧ୍ୱନିରେ ସହର ପ୍ରକମ୍ପିତ ହୋଇଥିଲ।। ଅକ୍ଷତ କଳସକୁ ସହର ପରିକ୍ରମା କରାଯାଇ ସ୍ଥାନୀୟ ଜେନପେଟାସ୍ଥିତ ରାମ ମନ୍ଦିରରେ ରଖାଯାଇଥିଲା । ଆଗିମି ଦିନରେ ନଗର ଓ ଗ୍ରାମାଞ୍ଚଳରେ ଅକ୍ଷତ କଳସକୁ ଘରେ ଘରେ କିଭଳି ପହଞ୍ଚାଯାଇପାରିବ ଏହାକୁ ନେଇ ଆଲୋଚନା ହୋଇଥିଲା । ସଂଯୋଜକ ସାରଙ୍ଗ ନାଗବଂଶ, ସହ ସଂଯୋଜକ ଗୋପାଳଦେବ ପାତ୍ର,ଊମା ଶଙ୍କର ଦାସ, ଦିଲିପ କୁମାର ପଣ୍ଡା, ଶ୍ର୍ରୀନିବାସ ସ୍ୱାଇଁ,ପ୍ରଫୁଲ୍ଲ ଶତପଥି, ଲାଡି ଶେôଶ,ବି, ଗଜପତି ରାଓ ବାଳ ଗୋପାଳ ପାଢୀଙ୍କ ସମେତ ଆଦିତ୍ୟ ବାହିନି, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଅଦୈତ୍ୟ ବେଦାନ୍ତ ଆଶ୍ରମ, ରାମ ମନିର ଓ ଭେଙ୍କେଟେଶ୍ୱର ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ା
9-12-23
ରାମ ମନ୍ଦିର ପ୍ରତିଷ୍ଠାରେ ସାମିଲ ହେବେ 121 ପୁରୋହିତ
9-12-23
ଭୁବନେଶ୍ବରରେ ଅଯୋଧ୍ୟାରୁ ଅକ୍ଷତ କଳସ
ଭୁବନେଶ୍ୱର : ବହୁ ପ୍ରତିକ୍ଷୀତ ଜାନୁଆରୀ ମାସ ୨୨ ତାରିଖ ୨୦୨୪ ରେ ହେବାକୁ ଯାଉଥିବା ମର୍ଯ୍ୟାଦା ପୁରୁଷୋତମ ମହାପ୍ରଭୂ ଶ୍ରୀରାମଙ୍କ ମନ୍ଦିର ପ୍ରାଣ ପ୍ରତିଷ୍ଠା ମହୋତ୍ସବରେ ସମସ୍ତଙ୍କ ସହଭାଗୀତାପୂର୍ଣ୍ଣ ସହଯୋଗ ନିମନ୍ତେ ଅଯୋଧ୍ୟାରୁ ଅଭିମନ୍ତ୍ରିତ ଅକ୍ଷତ କଳସ ଓଡ଼ିଶାକୁ ଆସି ଶୁକ୍ରବାର ଅପରାହ୍ନରେ ଭୁବନେଶ୍ୱରରେ ପହଂଚିଛି । ଶୁକ୍ରବାର ପ୍ରାତଃ କାଳରେ କଟକ ସ୍ଥିତ କାର୍ଯ୍ୟାଳୟରେ ପୂଜା ଅର୍ଚ୍ଚନା ଯଜ୍ଞାଦି ପରେ ବିଭିନ୍ନ ଜିଲ୍ଳାମାନଙ୍କୁ ଏହି କଳସ ଯାତ୍ରା ଆରମ୍ଭ ହୋଇଯାଇଛି । ଅପରାହ୍ନରେ ଭୁବନେଶ୍ୱରରେ ଅକ୍ଷତ କଳସ ଆସି ପହଂଚିଲା ପରେ ସ୍ଥାନୀୟ ଜନସାଧାରଣ ଏହାର ଉଚ୍ଛ୍ୱସିତ ସମ୍ବର୍ଦ୍ଧନା କରିଥିଲେ । ଏକ ଭବ୍ୟ ସମାରୋହରେ ଏହି ଅକ୍ଷତ କଳସକୁ ପାଛୋଟି ଆଣି ୟୁନିଟ୍ ୩ ସ୍ଥିତ ରାମ ମନ୍ଦିର ସମ୍ମୁଖରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ଆବାହକ ଲକ୍ଷ୍ମୀ ନାରାୟଣ ରଥ ଏହି ସ୍ୱାଗତ ସମାରୋହକୁ ସମ୍ବୋଧିତ କରି ଏ ଐତିହାସିକ ମୁହୂର୍ତର ମହତ୍ୱ ଉପରେ ଅବଗତ କରାଇଥିଲେ । ଦୀର୍ଘ ପାଂଚ ଶତାବ୍ଦୀର ପ୍ରତୀକ୍ଷା ପରେ ଆମେ ସମସ୍ତେ ଅଯୋଧ୍ୟାରେ ଏକ ଭବ୍ୟ ମନ୍ଦିର ପାଇଛେ ଏବଂ ମହାପ୍ରଭୂ ଶ୍ରୀରାମଙ୍କ ସ୍ଥାପନା ଓ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଦେଖିବାକୁ ସମର୍ଥ ହେଉଛେ ଓ ସେଥିପାଇଁ ସେ ଗୌରବାନ୍ୱିତ ବୋଲି କହିଥିଲେ । ଏହି ପୁଣ୍ୟକାର୍ଯ୍ୟରେ ଲାଗି ପଡ଼ିଥିବା ପ୍ରତ୍ୟେକ କାର୍ଯ୍ୟକର୍ତାଙ୍କୁ ସେ ସାଧୁବାଦ ଜଣାଇବା ସହ ଏହି ପବିତ୍ର ଅକ୍ଷତ କିପରି ସମସ୍ତଙ୍କ ପରିବାରରେ ପହଂଚି ପାରିବ ସେ ନେଇ ଦାୟିତ୍ୱ ଓ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ । ଆଗାମୀ ମାସ ଅର୍ଥାତ୍ ଜାନୁଆରୀ ପହିଲାରୁ ୧୫ ତାରିଖ ପର୍ଯ୍ୟନ୍ତ ପନ୍ଦର ଦିନ ମଧ୍ୟରେ ଏହି ଅକ୍ଷତ ପ୍ରତ୍ୟେକ ପରିବାରରେ ପହଂଚିବ ବୋଲି ସେ ସୂଚନା ଦେଇଛନ୍ତ
8-12-23
କାଶୀରେ ହେବ ଭବ୍ୟ ଦୀପାବଳି
ନୂଆଦିଲ୍ଲୀ ୭ ।୧୨: ୨୨ ଜାନୁଆରୀରେ ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଯିବ । ଏ ବାବଦରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥର ପ୍ରସ୍ତୁତି ଶେଷ କରିବାରେ ବ୍ୟସ୍ତ ଅଛନ୍ତି । ସାରା ଦେଶରେ ୭୦୦୦ରୁ ଅଧିକ ଲୋକଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଉଛି । ଏହା ସହ ସେମାନଙ୍କ ରହିବା ଏବଂ ସପ୍ତାହ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଉଛି । କାଶୀରୁ ଶତାଧିକ ପଣ୍ଡିତ ତଥା ଧାର୍ମିକ ନେତାମାନେ ମଧ୍ୟ ପୂଜା ପାଇଁ ପ୍ରସ୍ତୁତ ହେଉଛନ୍ତି । ଜାନୁଆରୀ ୧୫ରୁ ୩୦ ପର୍ଯ୍ୟନ୍ତ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ବିଷୟରେ ଅଯୋଧ୍ୟାରେ ଏକ ଉତ୍ସବର ପରିବେଶ ରହିବ । ଏହି ସମୟ ମଧ୍ୟରେ, ୨୨ ଜାନୁଆରୀ କାଶୀରେ ଦୀପାବଳି ଉତ୍ସବ ପାଳନ କରିବାକୁ ପ୍ରସ୍ତୁତି ଚାଲିଛି । ଘାଟ ସହିତ ସହରର ପ୍ରତ୍ୟେକ ଘର ଦୀପ ସହିତ ଆଲୋକିତ ହେବ । ଅଖିଳ ଭାରତୀୟ ସନ୍ତ ସମିତିର ରାଷ୍ଟ୍ରିୟ ମହାମନ୍ତ୍ରୀ ଜିତେନ୍ଦ୍ରନନ୍ଦ ସରସ୍୍ୱତୀ କହିଛନ୍ତି ଯେ ସମଗ୍ର ବିଶ୍ୱ ଦ୍ୱାରା ପୂଜିତ ଭଗବାନ ଶ୍ରୀ ରାମ ଜାନୁଆରୀ ୨୨ରେ ତାଙ୍କ ପ୍ରକୃତ ବାସଭବନରେ ବସିବେ । ଏହି ଗୁରୁତ୍ୱପୂର୍ଣ୍ଣ ତାରିଖ ସମସ୍ତଙ୍କ ସନାତନଙ୍କ ପାଇଁ ଅତ୍ୟନ୍ତ ଖୁସି ଏବଂ ଭାବପ୍ରବଣ ମୁହୂର୍ତ୍ତ ହେବ । ଏହାକୁ ପାଳନ କରିବା ପାଇଁ, କେବଳ ଅଯୋଧ୍ୟାରେ ନୁହେଁ କାଶୀ ସମେତ ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ଅନେକ ଧାର୍ମିକ କାର୍ଯ୍ୟକ୍ରମ, ରୀତିନୀତି, ଦୀପୋତ୍ସବ ଏବଂ ରାମଙ୍କ ସଙ୍କିତର୍ନ ଆୟୋଜିତ ହେବ ।
Comments
Post a Comment