ବିଦେଶରେ ମନ୍ଦିର ଉପରେ ଆକ୍ରମଣ ଓ ଭଙ୍ଗାରୁଜା
କାଲିଫର୍ଣ୍ଣିଆ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜ
ନେୱାର୍କ: ଆମେରିକା କାଲିଫର୍ଣ୍ଣିଆର ନେୱାର୍କସ୍ଥିତ ଏକ ହିନ୍ଦୁମନ୍ଦିରରେ ଖାଲିସ୍ତାନୀ ସମର୍ଥକ ଭଙ୍ଗାରୁଜା କରିବା ସହିତ କ୍ୟାରେ ଭାରତ ବିରୋଧୀ ସ୍ଲୋଗାନ ଲେଖିଛନ୍ତି । ମନ୍ଦିରରେ ହୋଇଥିବା ଭଙ୍ଗାରୁଜା ଫଟୋ ହିନ୍ଦୁ ଆମେରିକାନ ଫାଉଣ୍ଡେସନ ଦ୍ୱାରା ସୋସିଆଲ ମିଡିଆ ସାଇଟ୍ \"ଏକ୍ସ\'ରେ ସେୟାର କରାଯାଇଛି । ଯେଉଁଥିରେ ସ୍ୱାମୀ ନାରାୟଣ ମନ୍ଦିର ଭାସନା ସଂସ୍ଥା କ୍ୟାରେ ଖାଲିସ୍ତାନ ସମର୍ଥନ ସ୍ଲୋଗାନ ଲେଖାଯାଇଥିବା ଦେଖାଯାଇଛି । ଛବିରେ ମନ୍ଦିର କ୍ୟାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଘୃଣ୍ୟ ଶବ୍ଦରେ ସ୍ଲୋଗାନ ଲେଖାଯାଇଛିୟ ଏଣୁ ଫାଉଣ୍ଡେସନ ପକ୍ଷରୁ ମାମଲାର ଯାଞ୍ଚ ଘୃଣା ଅପରାଧ ରୂପେ କରିବା ପାଇଁ ଦାବି କରାଯାଇଛି । ଏ ନେଇ ଫାଉଣ୍ଡେସନ ପକ୍ଷରୁ ନେୱାର୍କ ପୋଲିସ ବିଭାଗ, ନ୍ୟାୟ ବିଭାଗ ଓ ନାଗରିକ ଅଧିକାର ଉପ ବିଭାଗ ଘଟଣା ସମ୍ପର୍କରେ ସୂଚିତ କରାଯାଇଛିୟ ହିନ୍ଦୁ ଆମେରିକାନ ଫାଉଣ୍ଡେସନ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ ମନ୍ଦିର କ୍ୟାରେ ଭିନ୍ଦ୍ରନୱାଲା ସମ୍ପର୍କରେ ଲେଖାଯାଇଛି । ଖାଲିସ୍ତାନୀ ହିନ୍ଦୁଙ୍କ ମନରେ ଭୟ ଓ ଆତଙ୍କ ସୃଷ୍ଟି ପାଇଁ ଏପରି କରିଥିବା ଫାଉଣ୍ଡେସନ କହିଛି । ତେବେ ବିଦେଶରେ ହିନ୍ଦୁ ମନ୍ଦିର ଓ ଅନୁଷ୍ଠାନ ଉପରେ ଏପରି ଆକ୍ରମଣ ପ୍ରଥମ ଥର ନୁହେଁୟ ଏପରି ଘଟଣା ଆମେରିକା ସହିତ ପଡୋସୀ କାନାଡାରେ ବି ଅତୀତରେ ହୋଇସାରିଛି । ନିକଟରେ ଉଗ୍ରବାଦୀମାନେ କାନାଡାର ସରେ ସହରରେ ଥିବା ଏକ ମନ୍ଦିରର ଭଙ୍ଗାରୁଜା କରିଥିଲେୟ ମନ୍ଦିର ମୁଖ୍ୟଦ୍ୱାରରେ ସାର୍ବଜନିକ ସଭା ସମ୍ପର୍କିତ ପୋଷ୍ଟର ମଧ୍ୟ ଲଗାଯାଇଥିଲା । ଯେଉଁଥିରେ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରର ହତ୍ୟା ସମ୍ପର୍କରେ ଉଲ୍ଲେଖ ଥିଲା ।
Comments
Post a Comment