ମନ୍ଦିରରେ ଡ୍ରେସ କୋର୍ଡ
ଗୋଆର ମନ୍ଦିର ଭିତରକୁ ମନା ଜିନ୍ସ ଟପ 26-12-2023 ଗୋଆ: ଏଣିକି ମନ୍ଦିର ଭିତରକୁ ମନା ଜିନ୍ସ ଟପ୍ । କେବଳ ଜିନ୍ସ ଟପ୍ ନୁହେଁ ସର୍ଟସ୍, ମିନି ସ୍କର୍ଟ, ମିଡି, ସ୍ଲିଭ୍ଲେସ୍ ଟପ୍ ଆଦି ପିନ୍ଧି ମନ୍ଦିରକୁ ଯାଇପାରିବେନି ପର୍ଯ୍ୟଟକ । ନୂଆ ବର୍ଷରୁ ଲାଗୁ ହେବ ଏଭଳି କିଛି ନୂଆ ନିୟମ । ୨୦୨୪ ଜାନୁଆରୀ ପହିଲାରୁ ଗୋଆର ସମସ୍ତ ମନ୍ଦିରରେ ପବିତ୍ର ସ୍ଥାନଗୁଡ଼ିକର ପବିତ୍ରତା ଓ ସମ୍ମାନ ବଜାୟ ରଖିବା ପାଇଁ କଡ଼ା ଡ୍ରେସ୍ କୋଡ୍ ଲାଗୁ କରାଯାଇଛି । ମନ୍ଦିର ପରିଦର୍ଶନ ପାଇଁ ଅନୁପଯୁକ୍ତ ବୋଲି ବିବେଚନା କରାଯାଉଥିବା ଆଧୁନିକ ଏବଂ ଅଙ୍ଗ ପ୍ରଦର୍ଶନ ହେଉଥିବା ପୋଷାକ ପିନ୍ଧିଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମନ୍ଦିର ପରିଚାଳନା ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ନୂଆ ଡ୍ରେସ୍ କୋଡ୍ ଅନୁଯାୟୀ ସର୍ଟସ, ମିନି ସ୍କର୍ଟ, ମିଡି, ସ୍ଲିଭ୍ଲେସ୍ ଟପ୍, ଲୋ-ରେଜ୍ ଜିନ୍ସ କିମ୍ବା ସର୍ଟ ଟି-ସାର୍ଟ ପିନ୍ଧିଥିବା ପର୍ଯ୍ୟଟକଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ । ଏହି ନିୟମ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଲାଗୁ ହେବ । ଏହାକୁ ସୁନିଶ୍ଚିତ କରିବା ପାଇଁ ମନ୍ଦିର କମିଟି ଅନୁପଯୁକ୍ତ ପୋଷାକ ପିନ୍ଧିଥିବା ପର୍ଯ୍ୟଟକମାନଙ୍କୁ ଲୁଙ୍ଗି କିମ୍ବା ଶାଲ ଯୋଗାଇ ଦେବେ । ଏହି ପୋଷାକ ଛାତି, ପେଟ ଏବଂ ଗୋଡକୁ ଘୋଡ଼ାଇ ରଖିବା ପାଇଁ ବ୍ୟବହାର କରାଯାଇପାରିବ, ଯାହା ଦ୍ୱାରା ବ୍ୟକ୍ତିମାନେ ସମ୍ମାନର ସହ ମନ୍ଦିର ...