Posts

Showing posts from January, 2024

ଲିଙ୍ଗରାଜ ମନ୍ଦିର

 ଲିଙ୍ଗରାଜ ମନ୍ଦିରରେ ନିୟମ କଡ଼ାକଡ଼ି ଗୁଟ୍‌ଖା, ପାନ, ସିଗାରେଟ୍ ନେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଭୁବନେଶ୍ୱର: ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିରରେ ଆସନ୍ତାକାଲି ଅର୍ଥାତ୍ ଇଂରାଜୀ ନବବର୍ଷ ୨୦୨୪ଠାରୁ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ମନ୍ଦିର ଭିତର ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ପ୍ଲାଷ୍ଟିକ୍‌, ପିଲିଥିନ୍‌, ଗୁଟ୍‌ଖା, ପାନ, ସିଗାରେଟ୍ ଭଳି ତମାଖୁ ଜାତୀୟ ପଦାର୍ଥ ନେବା ଉପରେ କଟକଣା ଲାଗୁ କରିବ ମନ୍ଦିର ପ୍ରଶାସନ । ଏହାସହ ଅବଢ଼ା ପ୍ରସ୍ତୁତିରେ ମଧ୍ୟ ସଂସ୍କାର ଆସିବ । ପୂର୍ବରୁ ବିଭିନ୍ନ କମ୍ପାନୀର ଘିଅରେ ଅବଢ଼ା ପ୍ରସ୍ତୁତ ହେଉଥିବାବେଳେ ଏବେ କେବଳ ଓମ୍‌ଫେଡ଼୍ ଘିଅରେ ହିଁ ମହାପ୍ରଭୁଙ୍କ ଭୋଗ ରନ୍ଧା ହେବ । ଏକାମ୍ରକ୍ଷେତ୍ରର ଅଧିଷ୍ଠିତ ଦେବତା ଶ୍ରୀଲିଙ୍ଗରାଜଙ୍କ ମନ୍ଦିରକୁ ପ୍ରତିଦିନ ରାଜ୍ୟ ଭିତର ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟୁଛି । ଏହାରି ଭିତରେ କିଛି ହାତଗଣତି ଭକ୍ତ ମନ୍ଦିର ଭିତରେ ତମାଖୁ ଜାତୀୟ ପଦାର୍ଥ ବ୍ୟବହାର କରି ଛେପ ପକାଇ ମନ୍ଦିର ପରିବେଶକୁ ନଷ୍ଟ କରୁଛନ୍ତି । ସେହିଭଳି ମାଦକ ଦ୍ରବ୍ୟର ସେବନ କରି ମଧ୍ୟ ମନ୍ଦିର ପ୍ରବେଶ କରୁଛନ୍ତି । ଏହାସହ ମନ୍ଦିର ଭିତରକୁ ପଲିଥିନ୍ ଜରିରେ ଠାକୁରଙ୍କୁ ଲାଗି କରିବା ପାଇଁ କ୍ଷୀର ନେଇ ଯାଉଛନ୍ତି । ଏସବୁ ଦୃଶ୍ୟ ଆଧ୍ୟାତ୍ମିକତା ପରିବେଶକୁ ନଷ୍ଟ କରିବା ସହ ସଂସ୍କୃତିପ୍ରେମୀଙ୍କ ମନରେ ଗଭୀର ରେଖାପାତ କରିଛି । ତେଣୁ ଏ...